Animal Husbandry

Fish Farming: ମାଛର ବମ୍ପର ଉତ୍ପାଦନ ପାଇଁ ଏଥିପ୍ରତି ଧ୍ୟାନ ରଖନ୍ତୁ

ମୌସୁମୀ ମାସରେ ଅର୍ଥାତ୍ ଜୁନ୍ ରୁ ଜୁଲାଇ ମାସ ମଧ୍ୟରେ ପ୍ରଜନନ କରିଥାଏ.....

05 June, 2024 12:06 PM IST By: Tanushree Mahapatra

ଭାରତରେ ମାଛ ଚାଷ ଅଧିକ ହେଉଛି l ଚାଷୀ ଏଥିରେ ଲାଭ ମଧ୍ୟ ପାଉଛନ୍ତି l ସରକାର ମଧ୍ୟ ମାଛ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରୁଛନ୍ତି ଯାହାଦ୍ୱାରା ଚାଷୀ ଉତ୍ସାହିତ ହେଉଛନ୍ତି l ତେବେ ଭାରତରେ ମାଛ ଉତ୍ପାଦନରେ ଅଧିକ କାର୍ପ ମାଛର ଗୁରୁତ୍ୱ ରହିଛି l ଭାରତର ବିଭିନ୍ନ ସ୍ଥାନରେ କାର୍ପ ମାଛ ମୁଖ୍ୟତ ମୌସୁମୀ ମାସରେ ଅର୍ଥାତ୍ ଜୁନ୍ ରୁ ଜୁଲାଇ ମାସ ମଧ୍ୟରେ ପ୍ରଜନନ କରିଥାଏ l ଏହି କାରଣରୁ, ଭାରତୀୟ ଏବଂ ବିଦେଶୀ କାର୍ପ ମାଛର ମଞ୍ଜି ମୁଖ୍ୟତ ଏହି ମାସରେ ଉପଲବ୍ଧ ହୋଇଥାଏ ଚାଷୀଙ୍କ ପାଇଁ l ଏହି କାର୍ପ ପ୍ରଜାତି ମଧ୍ୟରେ ସାଧାରଣ କାର୍ପ ମାଛ ଯାହା  ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରଜନନ କରିଥାଏ । ଯାହା ମୌସୁମୀ ମାସରେ ସାଧାରଣତଃ ହୋଇନଥାଏ l

ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ବ୍ୟତୀତ, ଭାରତର ଅଧିକାଂଶ ରାଜ୍ୟରେ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭବ ହୋଇଥାଏ l ଶୀତଳ ରକ୍ତ ପ୍ରାଣୀ ହୋଇ ଏହି ମାଛ ତାପମାତ୍ରା ପ୍ରତି ସମ୍ବେଦନଶୀଳ l କମ୍ ତାପମାତ୍ରାରେ ସେମାନେ ସେମାନଙ୍କର ଶାରୀରିକ ପ୍ରକ୍ରିୟାକୁ ମନ୍ଥର କରିଥାନ୍ତି l ଏହି କାରଣରୁ, ଶୀତର ଏହି ୪ ମାସରେ ମାଛର ଶାରୀରିକ ବିକାଶ କମିଯିବାର ଦେଖିବାକୁ ମିଳେ l ମାର୍ଚ୍ଚ-ଏପ୍ରିଲରୁ ଅକ୍ଟୋବର-ନଭେମ୍ବର ସମୟ ମାଛର ଶାରୀରିକ ବିକାଶ ପାଇଁ ଉପଯୁକ୍ତ ବିବେଚନା କରିଥାନ୍ତି କୃଷି ବୈଜ୍ଞାନିକମାନେ l

ମାଛ ବିହନ ର ଯତ୍ନ

-ମାଛ ବିହନ କେବଳ ଏକ ନିର୍ଭରଯୋଗ୍ୟ ଉତ୍ସରୁ କ୍ରୟ କରାଯିବା ଉଚିତ, ଯାହାଦ୍ୱାରା ମାଛ ଉତ୍ପାଦନ ପାଇଁ ଉଚ୍ଚମାନର ବିହନ ପୋଖରୀରେ ଗଚ୍ଛିତ ହୋଇପାରିବ ଏବଂ ମାଛ ଅଧିକ ଅମଳ ହୋଇପାରିବ l ଯାହାଦ୍ୱାରା ଆୟ ମଧ୍ୟ ବଢ଼ିବ ଚାଷୀର l

-ମତ୍ସ୍ୟ ଚାଷରେ ବିହନ ପରିବହନ ସକାଳ କିମ୍ବା ସନ୍ଧ୍ୟା ସମୟରେ କରାଯିବା ଉଚିତ, ଯାହା ଦ୍ୱାରା ମାଛ ମଞ୍ଜି ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହୋଇନଥାଏ l ନଚେତ ଏହାଦ୍ୱାରା ମାଛ ବିହନ ନଷ୍ଟ ମଧ୍ୟ ହୋଇପାରେ l

-ଯଦି ଅପରାହ୍ନରେ ମାଛ ବିହନ ପରିବହନ କରାଯାଏ, ତେବେ ଉଚ୍ଚ ତାପମାତ୍ରା ହେତୁ ପୋଖରୀର ନୂତନ ପରିବେଶରେ ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ବଢ଼ିଯାଇଥାଏ l

-ବିହନଗୁଡିକ ପ୍ୟାକ୍ ଏବଂ ପରିବହନ ସମୟରେ ଯେପରି କୌଣସି ଶାରୀରିକ ଆଘାତ ଏବଂ ଚାପ ସଂସ୍ପର୍ଶରେ ନ ଆସେ ସେଥିପ୍ରତି ନଜର ରଖିବା ଆବଶ୍ୟକ l ନଚେତ୍ ପୋଖରୀର ନୂତନ ପରିବେଶରେ ଏହାର ବଞ୍ଚିବାର ସମ୍ଭାବନା କମିଯାଏ ଚାପଗ୍ରସ୍ତ ମାଛ ସହଜରେ ରୋଗରେ ସଂକ୍ରମିତ ହୋଇପାରେ l

-ପୋଖରୀର ନୂତନ ପରିବେଶରେ ଏହାକୁ ଅନୁକରଣ କରିବା ପରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ ଅନୁଯାୟୀ ମାଛ ବିହନ ସଂରକ୍ଷଣ କରାଯିବା ଉଚିତ, ଯାହା ଦ୍ୱାରା ବିହନର ସର୍ବାଧିକ ବଞ୍ଚିବାର ହାର ହାସଲ ହୋଇପାରିବ ।

ମାଛ ନର୍ସରୀ ପୋଖରୀ କ’ଣ ?

ସାଧାରଣ ପୋଖରୀ ଯାହା ଗ୍ରୀଷ୍ମ ଋତୁରେ ଶୁଖିଯାଏ l କେବଳ ବଡ଼ ସିମେଣ୍ଟ ପୋଖରୀଗୁଡ଼ିକ ନର୍ସରୀ ଭାବରେ ବ୍ୟବହାର କରାଯାଇପାରିବ ମାଛ ଚାଷ ପାଇଁ l ନର୍ସରୀ ପୋଖରୀରୁ ଅନାବନା ଉଦ୍ଭିଦକୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ନର୍ସରୀ ପୋଖରୀଗୁଡ଼ିକ ଛୋଟ ହେବା ଉଚିତ୍ l ପ୍ରାୟ ୦.୦୨ - ୦.୦୬  ହେକ୍ଟର ଜଳ କ୍ଷେତ୍ର ଏବଂ ୧ -୧.୫ ମିଟର ଗଭୀରତା ଥିବା ପୋଖରୀଗୁଡ଼ିକ ନର୍ସରୀ ଭାବରେ ସର୍ବୋତ୍ତମ ଉପଯୁକ୍ତ ଅଟେ l ମାଛ ଚାଷ କରନ୍ତୁ ଏବଂ ଉଚିତ ସମୟରେ ଏହାକୁ ସଫା ମଧ୍ୟ କରନ୍ତୁ l

ଅଧିକ ପଢ଼ନ୍ତୁ

ଖରାଦିନରେ ଖାଆନ୍ତୁ ଏହି ୫ଟି ଫଳ, ମିଳିବ ଫାଇଦା

ମହିଳାଙ୍କ ପାଇଁ 8 ଟି ସର୍ବୋତ୍ତମ ବ୍ୟବସାୟ ଆଇଡିଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)