Animal Husbandry

ମାଛ ତ୍ୱଚାରେ ତିଆରି ହେବ ମଣିଷ ତ୍ୱଚା

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିହାତି କିନ୍ତୁ ମାଛ ର ଚମଡା ମଧ୍ୟ କରିବା ମନୁଷ୍ୟ ଜାତି ର କଲ୍ୟାଣ |ଏବେ ତ୍ୱଚା ଜନିତ ସମସ୍ୟା ଦୂର କରିବା ଏହି ପ୍ରଜାତି ର ମାଛ !ଅଧିକ ଜାଣିବା ଲାଗି ଆଗକୁ ପଢନ୍ତୁ ...

31 December, 2018 3:42 PM IST By: KJ Staff
ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିହାତି କିନ୍ତୁ ମାଛ ର ଚମଡା ମଧ୍ୟ କରିବା ମନୁଷ୍ୟ ଜାତି ର କଲ୍ୟାଣ |ଏବେ ତ୍ୱଚା ଜନିତ ସମସ୍ୟା ଦୂର କରିବା ଏହି ପ୍ରଜାତି ର ମାଛ !ଅଧିକ ଜାଣିବା ଲାଗି ଆଗକୁ ପଢନ୍ତୁ ...

ଏଭଳି ସଂଖ୍ୟାଧିକ ପ୍ରଜାତି ର ମାଛ ଅଛନ୍ତି ଯେଉଁମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତିରେ ଉପଯୋଗ କରାଯାଏ |ମାଛ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ,ବିଶେଷ କରି ଏହାକୁ ନିୟମିତ ଖାଇଲେ ହୃଦ ରୋଗର ଆଶଙ୍କା କମ ହେବାର ବିଶେଷଜ୍ଞ ମତ ଦିଅନ୍ତି |

ନିକଟରେ ବ୍ରାଜିଲରେ ଫେଡେରାଲ ବିଶ୍ୱ ବିଧ୍ୟାଳୟରେ ଗବେଷକ ଫିଲିପ ରୋଚା ଏକ ବିଶେଷ ପ୍ରଜାତିର ମାଛ ସମ୍ପର୍କରେ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି| ମନୁଷ୍ୟର କୌଣସି ଅଙ୍ଗ ର ତ୍ୱଚା ନିଆଁରେ ପୋଡି ହେଲେ କିମ୍ବା ଦୁର୍ଘଟଣା କ୍ଷତାକ୍ତ ହେଲେ ,ଅନେକ ପରିସ୍ଥିତିରେ ଖଣ୍ଡିଆଖାବରା ଶୁଖିବା ନିମନ୍ତେ ଅନେକ ସମୟ ଲାଗିଥାଏ |ବ୍ୟାଣ୍ଡେଜ ଲଗାଇବା ପରେ ମଧ୍ୟ କେତେଜଣ ରୋଗୀଙ୍କ ପରିସ୍ଥିତିରେ ସେପରି ସୁଧାର ଆସିନଥାଏ|

ଏହାର ସରଳ ତଥା ସହଜ ଉପଚାର କରିବା ଏଥର ମାଛର ତ୍ୱଚା|ତିଲାପିୟା ପ୍ରଜାତି ର ମାଛର ତ୍ୱଚାରେ ଜଳାପୋଡ଼ା ଓ ଅନ୍ୟାନ୍ୟ କ୍ଷତାକ୍ତ ସ୍ଥାନର ଶୀଘ୍ର ଚିକିତ୍ସା ହୋଇପାରିବ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି |ଏଇ ମାଛର ତ୍ୱଚାରେ ଏଭଳି ଏକ କୋଲାଜେନ ଚିହ୍ନଟ ହୋଇଛି,ଯାହା ମନୁଷ୍ୟ ତ୍ୱଚା ରେ ମଧ୍ୟ ଥିବାର ଜଣାପଡିଛି |

ବ୍ୟାଣ୍ଡେଜରେ ଯଦି ଖଣ୍ଡିଆ ଶୁଖିବା ନିମନ୍ତେ ୬ ଦିନ ଲାଗିଥାଏ ,ଏବେ ଏହି ମାଛର ତ୍ୱଚାରେ ଚିକିତ୍ସା ହେଲେ ତାହା ୨ ଦିନରେ ଶୁଖିଥାଏ ବୋଲି ବିଶେଷଜ୍ଞଙ୍କ ଦାବି |୨୦୧୯ ଜାଣୁଆର ଦ୍ଵିତୀୟ ସପ୍ତାହ ସୁଦ୍ଧା ଏଇ ମାଛ ପୁନଃ ପରୀକ୍ଷା କରାଯିବ ବୋଲି ଜଣାପଡିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)