Animal Husbandry

ମେଘାଳୟର ମାଛ ଧରା ଉତ୍ସବ

ମେଘାଳୟର ମାଛ ଧରା ଉତ୍ସବ

16 April, 2019 9:30 AM IST By: KJ Staff

ଭାରତର ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଭିନ୍ନ ପ୍ରକାରର ଜନଜାତି ବସବାସ କରନ୍ତି ଏବଂ ନିଜର ସାମାଜିକ ଚଳଣିରେ ଅନେକ ଗୁଡିଏ ପରମ୍ପରା ବି ପାଳନ କରନ୍ତି | ଏଭଳି ଏକ ପରମ୍ପରା ଅଛି ମେଘାଳୟର ରି-ଭୋଇ ଜିଲ୍ଲାରେ | ଏହି ଜିଲ୍ଲାର ମରଙ୍ଗର ଗ୍ରାମ ଓ ଆଖ ପାଖରେ ବାସ କରୁଥିବା ଭୋଇ ଜନଜାତି ମାନେ ମାର୍ଚ୍ଚ ମାସରେ ଏହା ପାଳନ କରିଥାନ୍ତି|

ଜିଲ୍ଲାର ମୁଖ୍ୟ ସହର ନଙ୍ଗପୋ ଠାରୁ ଉମଡେନ ଯିବା ରାସ୍ତାରେ ପ୍ରାୟ ୧୬ କିମି ପରେ ପଡେ ମରଙ୍ଗର ଗାଁ |ଏଠାରେ ଲୋକମାନେ ଏକ ପୂଜାର୍ଚନା ପରେ ପାରମ୍ପରିକ ପ୍ରଣାଳୀରେ ବାଉଁଶ ପ୍ରସ୍ତୁତ 'ଜାକୋଇ' ସାହାଯ୍ୟରେ ନିର୍ଦ୍ଧିଷ୍ଟ ହ୍ରଦରୁ ସାମୁହିକ ଭାବେ ମାଛ ସଂଗ୍ରହ କରିଥାନ୍ତି| ସମସ୍ତ ବୟସର ବ୍ୟକ୍ତି ମାନେ ଏଥିରେ ଭାଗନେଇଥାନ୍ତି ଏପରିକି ଛୋଟ ପିଲାମାନେ ମଧ୍ୟ କୁନି କୁନି ଜାକୋଇ ଓ ଖାଳେଇ ଧରି ମାଛଧରା ଉତ୍ସବରେ ଭାଗ ନେଉଥିବାର ଦେଖାଯାଏ|