Animal Husbandry

ଏବେ ଆପଣ ବି କରିପାରିବେ ଗୋଲ୍ଡ ଫିସ୍ ଚାଷ, ଜାଣନ୍ତୁ ଏହାର ଟେକନିକ୍...

ଭାରତରେ ଗୋଲ୍ଡ ଫିସର ବ୍ୟବସାୟ ଏବେ ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୋଲ୍ଡ ଫିସ୍ ପାଳିବା ପାଇଁ ବା ଚାଷ କରିବା ପାଇଁ କମ୍ ଜଳ ଓ କମ୍ ଜାଗାର ଆବଶ୍ୟକ ପଡ଼ିଥାଏ । ଆପଣ ଘରେ ମଧ୍ୟ ଗୋଲ୍ଡ ଫିସ୍ ପାଳନ କରିପାରିବେ ।

30 May, 2023 11:21 AM IST By: Priyambada Rana

ଲୋକମାନେ ଭାବନ୍ତି ଯେ କେବଳ ପାରମ୍ପାରିକ ଚାଷରୁ ଭଲ ଆୟ ହୋଇପାରିବ, କିନ୍ତୁ ଏହା ସେତେ ମାତ୍ରାରେ ଠିକ୍ ନହେଁ । ଯଦି କୃଷକ ଭାଇମାନେ ଚାହାଁନ୍ତି, ସେମାନେ ଗୋଲ୍ଟ ଫିସ୍(Gold fish) ଚାଷ କରି ନିଜର ଆୟ ବୃଦ୍ଧି କରିପାରିବେ । ତେବେ ଆପଣମାନେ ଦେଖିଥିବେ ଯେ ଅନେକ ଲୋକ ଘରେ ଆକ୍ୱାରିୟମରେ ଗୋଲ୍ଟ ଫିସ୍ ରଖିଥାନ୍ତି । କାରଣ ପ୍ରାୟତଃ ଲୋକେ ଏହାକୁ ଶୁଭ ବୋଲି ମାନିଥାନ୍ତି ।

ଲୋକମାନେ ବିଶ୍ୱାସ କରନ୍ତି ଯେ ଘରୁ ବାହାରକୁ ଯାତ୍ରା କରିବା ପୂର୍ବରୁ ଗୋଲ୍ଡ ଫିସ୍ ଦେଖିବା ଶୁଭ ହୋଇଥାଏ । ସେଥିପାଇଁ ବଜାରରେ ଏହି ଗୋଲ୍ଡ ଫିସ୍ ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ, ଯଦି କୃଷକ ଭାଇମାନେ ଗୋଲ୍ଡ ଫିସ୍ ଚାଷ କରନ୍ତି, ତେବେ ସେମାନଙ୍କର ଆୟ ବୃଦ୍ଧି ପାଇବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଗୋଲ୍ଡ ଫିସର ବ୍ୟବସାୟ ଏବେ ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୋଲ୍ଡ ଫିସ୍ ପାଳିବା ପାଇଁ ବା ଚାଷ କରିବା ପାଇଁ କମ୍ ଜଳ ଓ କମ୍ ଜାଗାର ଆବଶ୍ୟକ ପଡ଼ିଥାଏ । ଆପଣ ଘରେ ମଧ୍ୟ ଗୋଲ୍ଡ ଫିସ୍ ପାଳନ କରିପାରିବେ । ଯଦି ଆପଣ ଗୋଲ୍ଡ ଫିସ୍ ଚାଷ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ବଜାରରୁ ଏକ ବଡ଼ ଆକ୍ୱାରିୟମ୍ କିଣନ୍ତୁ ଏବଂ ସେଥିରେ ଗୋଲ୍ଡ ଫିସ୍ ଜାଆଁଳ ଛାଡ଼ନ୍ତୁ ।

୫ ରୁ ୬ ମାସ ପରେ ଗୋଲ୍ଡ ଫିସ୍ ପ୍ରସ୍ତୁତ ହୋଇଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଛ ବିହନ କିଣିବାବେଳେ ଏହା ମନେ ରଖିବାକୁ ହେବ ଯେ ଏଥିରେ ଉଭୟ ମାଇ ଓ ଅଣ୍ଡିରା ମାଛ ଜାଆଁଳ ରହିବା ଉଚିତ୍ । ଆହୁରି ମଧ୍ୟ, ସେମାନଙ୍କ ସଂଖ୍ୟାର ଅନୁପାତ ୪:୧ ହେବା ଉଚିତ୍ । ଆକ୍ୱାରିୟମରେ ବିହନ ଛାଡ଼ିବା ପରେ ୫ ରୁ ୬ ମାସ ପରେ ଗୋଲ୍ଡ ଫିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ଏହା ପରେ ଆପଣ ଏହାକୁ ବଜାରରେ ବିକ୍ରି କରିପାରିବେ ।

ଗୋଟିଏ ଗୋଲ୍ଡ ଫିସର ମୂଲ୍ୟ ହଜାରେ ଟଙ୍କା-

ବିଶେଷ କଥା ହେଉଛି ଗୋଲ୍ଡ ଫିସ୍ ପାଳିବା ଆରମ୍ଭ କରିବା ପାଇଁ ଆପଣଙ୍କୁ ପ୍ରଥମେ ୧ ଲକ୍ଷରୁ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ବଜାରରୁ ୧୦୦ ବର୍ଗଫୁଟ ଆକ୍ୱାରିୟମ୍ କିଣିବାକୁ ପଡିବ । ବଜାରରେ ୧୦୦ ବର୍ଗଫୁଟ ଆକ୍ୱାରିୟମର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ।ଏଥିସହ ଅନ୍ୟ ଜିନିଷ କିଣିବା ପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ । ମାତ୍ର ୫ ମାସ ପରେ ଏହା ପ୍ରସ୍ତୁତ ହୋଇଯିବା ପରେ ଆପଣ ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରିବେ। ବର୍ତ୍ତମାନ ବଜାରରେ ଗୋଲ୍ଡ ଫିସର ହାର ୨,୫୦୦ ରୁ ୩୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏଭଳି ପରିସ୍ଥିତିରେ ଆପଣ ଗୋଲ୍ଡ ଫିସ୍ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଲାଭ ପାଇପାରିବେ ।

ମାଛ ଚାଷ ପାଇଁ ସରକାର ଦେବେ ୭୦ ପ୍ରତିଶତ ସବସିଡି..

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)