ଆମ ଦେଶରେ ବହୁତ ଚାଷୀ କୃଷି କାମ ସହ ପଶୁପାଳନ ବି କରନ୍ତି, ସେଥି ମଧ୍ୟରୁ ମେଣ୍ଢା ପାଳନ ଅନ୍ୟତମ ଅଟେ l ଆପଣ ଜାଣନ୍ତି କି ମେଣ୍ଢାଙ୍କର ଏକ ପ୍ରମୁଖ ପ୍ରଜାତି ଯାହାକୁ ପାଳନ କରିବା ଦ୍ଵାରା ହୋଇପାରିବେ ଆପଣ ଅଧିକ ଲାଭବାନ, କାରଣ ଯେହି ପ୍ରଜାତିର ମେଣ୍ଢା ପାଳିଲେ ଆପଣ ପାଇପାରିବେ ଅଧିକ ପରିମାଣର ଲାଭ l ଦେଶରେ ମେଣ୍ଢାଙ୍କର ହାରାହାରି ୪୬ ପ୍ରଜାତି ଅଛନ୍ତି, ଆଉ ଏମାନେ ଅଲଗା ଅଲଗା ଗୁଣ ଆଉ ଆକାରର ଅଟନ୍ତି । ଏମାନଙ୍କ ଭିତରେ ମେରିନୋ ମେଣ୍ଢା ଆପଣ ଦେଖିଥିବେ, କିନ୍ତୁ ଏମାନଙ୍କ ପ୍ରଜାତିକୁ ନ ଜାଣିପାରିବାରୁ, ଏମାନେ ଆମର ଶ୍ରେଣୀ ଭୁକ୍ତ ହୋଇପାରନ୍ତି ନାହିଁ, ତେଣୁ ଏହି ମେଣ୍ଢା କିପରି ଆଉ କଣ ଆସ ଆମେ ଜାଣିବା ଏମାନଙ୍କ ବିଷୟରେ ସମସ୍ତ ତଥ୍ୟ ।
ମେରିନୋ ମେଣ୍ଢାର ବିଶେଷତ୍ଵ
ମେରିନୋ ମେଣ୍ଢାର କଥା କହିବା ତ, ସେମାନେ ଅତି ବିଶାଳକାୟ ଅଟନ୍ତି, ଦେହ ଓ ଗୋଡର ରଙ୍ଗ ଧଳା ଅଟେ । ଏମାନଙ୍କ ଶରୀର ଏବଂ ଗୋଡ଼ ଉଲରେ ଘୋଡେଇ ହୋଇଥାଏ l ଏମାନଙ୍କର ସାହସୀ ପ୍ରବୃତି ଯୋଗୁଁ ସେମାନେ ବିଭିନ୍ନ ଜଳବାଯୁ ସହ ନିଜକୁ ଚଳେଇ ପାରନ୍ତି। ସେମାନେ ଯେକୌଣସି ବିଷମ ପରିସ୍ଥିତିର ସାମ୍ନା କରିପାରନ୍ତି ଆଉ ସେଥି ଯୋଗୁଁ ଏହି ପ୍ରଜାତିର ମେରିନୋ ମେଣ୍ଢା ଅନ୍ୟ ପ୍ରଜାତି ମେଣ୍ଢା ଠାରୁ ଅଲଗା ଅଟନ୍ତି
କେଉଁ ଠାରେ ଏମାନେ ଦେଖିବାକୁ ମିଳନ୍ତି
କିଛି ବିଶେଷଜ୍ଞ କୁହନ୍ତି କି ଏହି ମେଣ୍ଢାଙ୍କର ମୂଳ ସମ୍ପୂର୍ଣ୍ଣ ରୂପରେ ବିଦେଶୀ ଅଟେ, ଏମାନଙ୍କ ଉତ୍ପତି Australiaରେ ହୋଇଥିଲା । ଏହା ପରେ ବୋଧେ ଯାଯାବରମାନଙ୍କ ସହ ଗୋଷ୍ଠୀ ହୋଇ ଭାରତକୁ ଆସିଥିବେ ବୋଲି ଭାବନ୍ତି, ତେଣୁ ଦେଶରେ ମୁଖ୍ୟ ରୂପରେ ହରିୟାଣାର ହିସାର ଅଞ୍ଚଳରେ ଏମାନେ ଦେଖିବାକୁ ମିଳନ୍ତି ।
ମେରିନୋ ମେଣ୍ଢାଙ୍କର ଖାଦ୍ୟ
ଏମାନେ ଖାଦ୍ୟରେ ଫୁଲ, ସବୁଜ ପତର, ଘାସ ଓ ଚାରା ଇତ୍ୟାଦି ନିଅନ୍ତି, ଏମାନେ ହାରାହାରି ୬ ରୁ ୭ ଘଣ୍ଟା ଘାସ ପଡିଆରେ ଚରନ୍ତି । ଏମାନକୁ ଖାଦ୍ୟରେ ବରଷିମ, ମଟର ଓ ଜୁଆର ଆଦି ମିଶାଇ ଦିଅନ୍ତି । ବିନା ଫଳ ବାଲା ଆହାରରେ ମକା ଓ ଯଅ ମଧ୍ୟ ମିଶାଇ ଦିଆଯାଏ l
ଭାରତୀୟ ମେଣ୍ଢା ତୁଳନାରେ ମେରିନୋ ମେଣ୍ଢାମାନଙ୍କର ଉଲ ଦେବାର କ୍ଷମତା ଅଧିକ ଅଟେ, ଯେଉଁଠି ଏମାନେ ୪୦ ମାଇକ୍ରୋନ ଉଲ ଦିଅନ୍ତି ସେଠି ମେରିନୋ ମେଣ୍ଢାମାନେ ଏହା ଠାରୁ ତିନି ଗୁଣ ଅଧିକ ମାଇକ୍ରୋନର ଉଲ ଦିଅନ୍ତି। ଭାରତୀୟ ମେଣ୍ଢା ଯେଉଁଠି ବର୍ଷକୁ ୨ ରୁ ୩ କିଲୋ ଭିତରେ ଉଲ ଦିଅନ୍ତି ସେଠାରେ ମେରିନୋ ମେଣ୍ଢା ୬ କିଲୋରୁ ଅଧିକ ଉଲ ଦିଅନ୍ତି। ଭାରତର ଅନ୍ୟ ରାଜ୍ୟ ଯେମିତି କି ଉତ୍ତରାଖଣ୍ଡ ପ୍ରମୁଖ ଅଟେ, ଏଠାରେ ମେରିନୋ ମେଣ୍ଢାକୁ ଆମଦାନୀ କରାଯାଇଛି ଯାହାକି ଏମାନଙ୍କ ପାଇଁ ବହୁ ସ୍ତରରେ ଲାଭ ଆଣି ଦେଇଛି । କ୍ରସ ବ୍ରୀଡ ପ୍ରଣାଳୀର ପ୍ରୟୋଗ କରି ଅଷ୍ଟ୍ରେଲିଆର ମେରିନୋ ମେଣ୍ଢା ଏବଂ ଭାରତୀୟ ମେଣ୍ଢାଙ୍କ ସମ୍ବନ୍ଧ ମାଧ୍ୟମରେ ଉତ୍ତମ ପ୍ରଜାତି ପ୍ରାପ୍ତିର ସମ୍ଭାବନା ଅଛି ।