Animal Husbandry

ଛଡା ବାଛୁରୀ ପାଳନ !ତାଙ୍କର ଯତ୍ନ ଏବଂ ସେଥିରୁ କିପରି ହେବେ ଲାଭବାନ ?

ଛଡା ବାଛୁରୀ ପାଳନ !ତାଙ୍କର ଯତ୍ନ ଏବଂ ସେଥିରୁ କିପରି ହେବେ ଲାଭବାନ ?

26 June, 2019 1:14 PM IST By: KJ Staff

ମାଇଁ ବାଛୁରୀ ପ୍ରଥମ ଥର ଲାଗି ଛୁଆ ଜନ୍ମ କରିବା ଆଗରୁ , ଛଡା ବାଛୁରୀ କୁହାଯାଏ| keun ଛଡା ବାଛୁରୀ ର ଯତ୍ନ ନେଲେ ସେମାନେ ଉତ୍ତମ ସନ୍ତାନ ଜାତ କରିବା ସହ ଦୁଗ୍ଧ ଉତ୍ପାଦନ ଅଧିକ ହେବ ,ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ |ଏହି ସମସ୍ତ ତଥ୍ୟ ଦୁଗ୍ଧ ଉତ୍ପାଦନ ଏବଂ ଫାର୍ମ ର ଲାଭଦାୟକ ବ୍ୟବସାୟ କୁ ନିର୍ଧାରିତ କରିଥାଏ |

ଉତ୍ତମ ଛଡା ବାଛୁରୀ ର ଲକ୍ଷଣ :

ସେମାନଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା ଅଧିକ |
ପ୍ରଥମ ସନ୍ତାନ ର ଶରୀର ଓଜନ ହାରାହାରି ୮.୫ କି.ଗ୍ରା ଅଧିକ ଥାଏ ଏବଂ ତାହା ସୁସ୍ଥ ସବଳ ଜନ୍ମ ହୁଏ |

ସେମାନେ ଅଧିକ ଦିନ ଯାଏ କ୍ଷୀର ଦେଇଥାନ୍ତି |

ପ୍ରଥମ ଗର୍ଭଧାରଣ ସମୟରେ କିପରି ଯତ୍ନ ନେବେ ?

୧)ପ୍ରସବ ସମୟରେ ଧାନ ଦିୟନ୍ତୁ :

ପ୍ରସବ ଆରମ୍ଭ ହେଲା ସମୟରେ ମା ଏବଂ ପିଲା ଯେପରି ସୁସ୍ଥ ସବଳ ରହିବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ |ଆବଶ୍ୟକ ନ ହେଲା ଯାଏ ମା କୁ ଅଧିକ ବ୍ୟସ୍ତ କରନ୍ତୁ ନାହିଁ |ଶୃଙ୍ଖଳା ରକ୍ଷା କରିଲେ ଜନ୍ମ କରିବାକୁ ମା କୁ ସୁବିଧା ହୋଇଥାଏ |
ଜନ୍ମ କରିବା ସମୟ ପାଖେଇ ଆସିଲେ ମା ଉପରେ ଅଧିକ ଧ୍ୟାନ ଦିଅନ୍ତୁ |ଯଦି କୌଣସି ଅସୁବିଧା ଦେଖିବାକୁ ମିଳେ ତେବେ ଶୀଘ୍ର ସହାୟତା ର ବ୍ୟବସ୍ତା କରନ୍ତୁ |ସୁସ୍ଥ ଏବଂ ଜୀବନ୍ତ ବାଛୁରୀ ଜନ୍ମ କରିବା ଲାଗି ,ପାଣି ବସ୍ତା ବାହାରିବା ର ୪ ଘଣ୍ଟା ମଧ୍ୟରେ ପିଲା ଜନ୍ମ ହେବ ଆବଶ୍ୟକ |
ଜନ୍ମ କରିବା ସମୟରେ ବାରମ୍ବାର ମା ପାଖକୁ ଯାନ୍ତୁ ନାହିଁ |ସେମାନେ ଡରିଗଲେ ବା ତର୍କିଲେ ପ୍ରସବ ପୀଡା ଅଧିକ ହୁଏ ଏବଂ ଜନ୍ମ କରିବା ରେ ଅସୁବିଧା ହୋଇଥାଏ |ଦୂରରେ ରହି ତାଙ୍କର ଅବସ୍ଥା ର ସମୀକ୍ଷା କରନ୍ତୁ |

୨)ସହାୟତା ର ଆବଶ୍ୟକ :

ଯଦି ପାଣି ବସ୍ତା ବାହାରିବା ର ୩ ରୁ ୪ ଘଣ୍ଟା ମଧ୍ୟରେ ବାଛୁରୀ ଜନ୍ମ ନ ହୁଏ ତେବେ ତୁରନ୍ତ ମା ର ପରୀକ୍ଷା କରନ୍ତୁ |ଏହି ସମୟରେ ମା କୁ ଡାକ୍ତର ଙ୍କର ଆବଶ୍ୟକତା ପଡିପାରେ |ବାଛୁରୀ ର ଅବସ୍ଥା ଉପରେ ଧ୍ୟାନ ଦିଅନ୍ତୁ |ଯଦି କେବଳ ଆଗ ଗୋଡ ବା କେବଳ ପଛ ଗୋଡ ଦେଖିବାକୁ ମିଳୁଛି ,ବା ଅନ୍ୟ କୌଣସି ସନ୍ଦେହଜନକ ଅବସ୍ଥା ଦେଖୁଛନ୍ତି ତେବେ ତୁରନ୍ତ ନିକଟବର୍ତୀ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ |ସର୍ବଦା ଛଡା ର ଅବସ୍ଥା ଉପରେ ଧ୍ୟାନ ଦିଅନ୍ତୁ |ସୁସ୍ଥ ମା ଏବଂ ଉତ୍ତମ ସନ୍ତାନ ହିଁ ବ୍ୟବସାୟ କୁ ଲାଭଜନକ କରିପାରେ |

୩)ପ୍ରସବ ପରେ :

ବହୁ ସମୟରେ ପ୍ରଥମ ଥର ଲାଗି ମା ହେଇଥିବା ମାଈ ଗାଈ ନିଜ ସନ୍ତାନ କୁ ଶୀଘ୍ର ଗ୍ରହଣ କରେ ନାହିଁ |ଏଥି ପାଇଁ ଜନ୍ମ ହେବା ପରେ ମା ଓ ଛୁଆ କୁ ସାଙ୍ଗରେ ରଖନ୍ତୁ ଏବଂ ଗାଈ ଗୋଷ୍ଟି ସହ ମିଶାନ୍ତୁ ନାହିଁ |ତାଙ୍କର ବିଶେଷ ଯତ୍ନ ନିଅନ୍ତୁ |ଯଦି ମା ବାଛୁରୀ କୁ ସ୍ତନପାନ କରିବାକୁ ଦେଉ ନାହିଁ ତେବେ ଜବରଦସ୍ତି ୨ ରୁ ୩ ଦିନ ଧରି ବାଛୁରୀ କୁ କ୍ଷୀର ପିଆଇବା ଆବଶ୍ୟକ |

୪)ଦ୍ଵିତୀୟ ସନ୍ତାନ :

ପ୍ରଥମ ସନ୍ତାନ ପରେ ଗାଈ ର ଅଧିକ ଦୁଗ୍ଧ ଉତ୍ପାଦନ ଏବଂ ଦ୍ଵିତୀୟ ସନ୍ତାନ ଶୀଘ୍ର ଜନ୍ମ କିପରି କରିବା ସେଥି ପ୍ରତି ଧ୍ୟାନ ଦିଅନ୍ତୁ|ଏଥି ପାଇଁ ଛୁଆ ଜନ୍ମ କଲା ପର ଠାରୁ ଆରମ୍ଭ କରି ଦ୍ଵିତୀୟ ଥର ଲାଗି ପ୍ରଜନନ କରିବା ଯାଏ ଗାଈ କୁ ଉତ୍ତମ ଆହାର ଯୋଗାଇବାର ବ୍ୟବସ୍ତା କରନ୍ତୁ |


ଦୁଗ୍ଧ ର ମାନ;

ମା ର ଉତ୍ତମ ଦୁଗ୍ଧ ନବଜାତ ଶିଶୁ ବାଛୁରୀ ର ସ୍ୱାସ୍ଥ୍ୟ କୁ ନିର୍ଧାରିତ କରିଥାଏ ଯାହା ଅପରପକ୍ଷେ ମା ର ସ୍ୱାସ୍ଥ୍ୟ ,ବୟସ ,ପ୍ରଜାତି ଏବଂ ମା ଖାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାଏ |ଅଳ୍ପ ବୟସ ର ମା ମାନେ ବୟସ୍କ ମା ମାନଙ୍କ ତୁଳନାରେ ଅଳ୍ପ ଦୁଗ୍ଧ ଉତ୍ପାଦନ କରିଥାନ୍ତି |ବାଛୁରୀ ଜନ୍ମ କରିଲା ପରେ ମା କୁ ୨ ଗୁଣ ଅଧିକ ଖାଦ୍ୟ ର ଆବଶ୍ୟକ ହୋଇଥାଏ |ଉଚିତ ମାତ୍ର ରେ ଶକ୍ତି ନ ମିଳିଲେ ତାଙ୍କ ଓଜନ ଶୀଘ୍ର ହ୍ରାସ ପାଇଥାଏ ଏବଂ କ୍ଷୀର ଉତ୍ପାଦନ କମିଯାଏ |

ପ୍ରଜନନ ଚକ୍ର :


ପ୍ରଥମ ବାଛୁରୀ ଜନ୍ମ କରିଲା ପରେ ପୁନଃ ଗର୍ଭବତୀ ହୋଇ ୧ ବର୍ଷ ମଧ୍ୟରେ ସନ୍ତାନ ଜନ୍ମ ହେବା ଲାଗି ମାତ୍ର ୮୦ ଦିନ ର ସମୟ ରହିଛି ଯଦି |ଏହା ବିଶେଷ କରି ଗାଈ ପୁନଃ ହିଟ କୁ ଆସିବା ବା ପ୍ରଜନନ ଲାଗି ପ୍ରସ୍ତୁତ ହେବାର ର ସମୟ ଉପରେ ନିର୍ଭର କରିଥାଏ |ପ୍ରସବ ପରେ ଗାଈ କୁ ହାରାହାରି ୫୦ ରୁ ୬୦ ଦିନର ସମୟ ଆବଶ୍ୟକ ହୋଇଥାଏ |ଏହା ପରେ ଉଚିତ ବୟସ ,ସ୍ୱାସ୍ଥ୍ୟ ,ପ୍ରଜାତି ସହ ଖାଦ୍ୟ ଯୋଗାଣ ଏହାକୁ ବେଶ ପ୍ରଭାବିତ କରିଥାଏ |
ଦୁଗ୍ଧ ଉତ୍ପାଦନ ଅଧିକ ହେଲେ ଗାଈ ର ଶରୀର ଉପରେ ବେଶ ପ୍ରଭାବ ପଡେ ଏବଂ ସେ ଅଧିକ ଦିନ ପରେ ପ୍ରଜନନ ଲାଗି ପ୍ରସ୍ତୁତ ହୁଏ |ସେହିପରି ଅଧିକ ଦୁଗ୍ଧ ଦେଉଥିବା ପ୍ରଜାତି ମଧ୍ୟ ପୁନଃ ହିଟ କୁ ଆସିବା କୁ ଅଧିକ ସମୟ ଲଗାଇଥାନ୍ତି |
ବୟସ୍କ ମାଈ ମାନେ ୬୦ ଦିନ ସମୟ ନେଲା ବେଳେ ଅଳ୍ପ ବୟସର ମା ମାନେ ୯୦ ରୁ ଅଧିକ ଦିନ ସମୟ ନେଇଥାନ୍ତି |ଏହାର କାରଣ ଯେ ୨ ବର୍ଷ ମଧ୍ୟରେ ପ୍ରଥମ ସନ୍ତାନ ଜନ୍ମ କରିଲା ପରେ ମା ର ଶରୀର ଉପରେ ବେଶ ପ୍ରଭାବ ପଡେ |ତେଣୁ ଉଚିତ ମାତ୍ରା ରେ ଖାଦ୍ୟ ଯୋଗାଇଲେ ସେମାନଙ୍କ ଶୀଘ୍ର ଶରୀର ବୃଦ୍ଧି ହେବା ସହ ଦ୍ଵିତୀୟ ଥର ଗର୍ଭଧାରଣ କରିବାକୁ ଶୀଘ୍ର ପ୍ରସ୍ତୁତ ହୋଇପାରେନି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)