Animal Husbandry

ମେଣ୍ଢା ବ୍ୟବାସ୍ୟା କରି ହୁଅନ୍ତୁ ଲାଭବାନ

ମେଣ୍ଢା ବ୍ୟବାସ୍ୟା କରି ହୁଅନ୍ତୁ ଲାଭବାନ

17 June, 2019 3:38 PM IST By: KJ Staff

ଗୃହପାଳିତ ପଶୁ ମାନଙ୍କ ମଧ୍ୟରୁ ମେଣ୍ଢା ର ଶରୀର ଆକାର ବେଶ ଛୋଟ ତେଣୁ ଏହାର ବ୍ୟବସାୟ କରିବା ଲାଗି ଆପଣଙ୍କୁ ଅଧିକ ସ୍ଥାନ ମଧ୍ୟ ଆବଶ୍ୟକ ହେବ ନାହିଁ |ମାତ୍ର ସବୁ ବ୍ୟବସାୟ ପରି ମେଣ୍ଢା ବ୍ୟବସାୟ ରେ ମଧ୍ୟ ଲାଭବାନ ହେବା ଲାଗି ପ୍ରକୃଷ୍ଟ ଉପାୟ ର ଆବଶ୍ୟକ ହୋଇଥାଏ |ଏହିପରି କେତୋଟି ଗୁରୁତ୍ୱପୂର୍ଣ ବିଷୟ ଉପରେ ନିଶ୍ଚିନ୍ତ ବିଚାର କରନ୍ତୁ -

୧)ଏକ ଉପଯୁକ୍ତ ସ୍ଥାନ :
ମେଣ୍ଢା ପାଳନ ପୂର୍ବରୁ ଏକ ଉପଯୁକ୍ତ ସ୍ଥାନ ର ଚୟନ କରିବା ଜରୁରୀ |ଖାଦ୍ୟ ଯୋଗାଣ ଲାଗି ଘାସ ଗାଲିଚା ବା ପାଶ୍ଚର ଲ୍ୟାଣ୍ଡ ସାଙ୍ଗରେ ପିଇବା ପାଣି ର ବନ୍ଦୋବସ୍ତ ଥିବା ସ୍ଥାନ ଟି ମେଣ୍ଢା ପାଳନ ଲାଗି ବେଶ ଉତ୍ତମ |ଏହା ବ୍ୟତୀତ ନିକଟସ୍ଥ ପଶୁ ଡାକ୍ତର ସୁବିଧା ସହ ବଜାର ଚାହିଦା ଉପରେ ବିଚାର କରିବା ମଧ୍ୟ ଗୁରୁତ୍ୱପୂର୍ଣ ହୋଇଥାଏ |


୨)ଉନ୍ନତ ମାନର କିସମ ;
ଯେକୌଣସି ବ୍ୟବସାୟ ରେ ଲାଭବାନ ହେବା ଲାଗି ଏକ ଉତ୍କୃଷ୍ଟ ମାନ ବା କିସମ ର ପାଳନ କରନ୍ତୁ |ଏହା ଆପଣଙ୍କୁ ଅଧିକ ଅମଳ ଦେଇ ଲାଭବାନ କରିପାରିବ |ଏହା ବ୍ୟତୀତ ମେଣ୍ଢା କୁ ମାଂସ ବା ଉଲ ଲାଗି ପାଳନ କରିବେ ,ସେଥି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ କାରଣ ଉଭୟ ବ୍ୟବସାୟ ଲାଗି ଭିନ ଭିନ କିସମ ର ପାଳନ କରିବାକୁ ପଡିଥାଏ |ଏହା ସହ ସ୍ଥାନ ଅନୁଯାୟୀ ବିଭିନ୍ନ କିସମ ର ଅମଳ ପରିବର୍ତନ ହୁଏ |ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଲା ପରେ କିସମ ର ଚୟନ କରନ୍ତୁ :
କେତୋଟି ଉନ୍ନତ ମାନର କିସମ ହେଉଛି..
ଡେ଼କାନି
ହସାନ
ମେରିନୋ
ଚେଭିଓଟ ଇତ୍ୟାଦି

୩)ବାସ ସ୍ଥାନ :
ଶତ୍ରୁ ପ୍ରାଣୀ ମାନଙ୍କ ଠାରୁ ସୁରକ୍ଷା ଦେଇ ପାରୁଥିବା ଏକ ବାସ ସ୍ଥାନ ମେଣ୍ଢା ଙ୍କ ଲାଗି ପ୍ରକୃଷ୍ଟ ହୋଇଥାଏ |ଏକ ବୟସ୍କ ମେଣ୍ଢା କୁ ହାରାହାରି ୨୦ ବର୍ଗ ଫୁଟ ର ସ୍ଥାନ ଆବଶ୍ୟକ ହୋଇଥାଏ |ତେଣୁ ୧୦ ଟି ମେଣ୍ଢା ପାଳନ ଲାଗି ୧୦ ଫୁଟ ଲମ୍ବା ଏବଂ ୨୦ ଫୁଟ ଓସାର ର ଏକ ବାସ ଗୃହ ମେଣ୍ଢା ଙ୍କ ଲାଗି ନିର୍ମାଣ କରନ୍ତୁ |
ସେହି ବାସ ଗୃହ ରେ ପବନ ଏବଂ ସୂର୍ଯ୍ୟାଲୋକ ଯାତାୟାତ ରେ ଯେପରି କୌଣସି ବାଧା ନଥିବା ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ |ମେଣ୍ଢା ରହିବ ସ୍ଥାନ ଟିକୁ ଦିନକୁ ଠାରେ ସଫା କରନ୍ତୁ |ଅତ୍ୟଧିକ ଜଳ ନିଷ୍କାସନ ଲାଗି ମଧ୍ୟ ବ୍ୟବସ୍ତା ରହିବ ଆବଶ୍ୟକ |

୪)ଖାଦ୍ୟ :
ମେଣ୍ଢା ମାନଙ୍କର ସମସ୍ତ ପ୍ରକାର ଘାସ ,ଗଛ ର ପତ୍ର ଏବଂ ମକା ଅତି ପ୍ରିୟ ହୋଇଥାଏ |ଉନ୍ନତ ମାନର ଖାଦ୍ୟ ମେଣ୍ଢା ଙ୍କ ଶରୀର ବୁଦ୍ଧି ଏବଂ ତାଙ୍କୁ ନିରୋଗ ରଖିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ |ଏହା ବ୍ୟତୀତ ସମୟ ସମୟରେ ତାଙ୍କୁ ପେଇବାକୁ ପାଣି ନିଶ୍ଚିନ୍ତ ଦିଅନ୍ତୁ |

୫)ରକ୍ଷଣାଭକ୍ଷଣ :

ଉନ୍ନତ ମାନର ମେଣ୍ଢା ପଳାଇବା ଲାଗି ପ୍ରକୃଷ୍ଟ ପ୍ରଜାତି ଚୟନ କରିବା ସାଙ୍ଗରେ ତାଙ୍କୁ ଦୈନିକ ପୋଷ୍ଟିକ ଆହାର ସହ ଆବଶ୍ୟକ ଜଳ ର ବନ୍ଦୋବସ୍ତ କରନ୍ତୁ |ରୋଗ ମୁକ୍ତ ଏବଂ ଶୀଘ୍ର ଶରୀର ବୃଦ୍ଧି ଲାଗି ତାଙ୍କ ବାସ ଗୃହ କୁ ସମୟ ସମୟରେ ସଫା କରିବା ସାଙ୍ଗରେ ଆଲୋକ ର ପ୍ରବନ୍ଧ କରନ୍ତୁ |ଆବଶ୍ୟକ ଅନୁଯାୟୀ ଭ୍ୟାକସିନ ବା ଟୀକାକରଣ ମଧ୍ୟ କରନ୍ତୁ |କୌଣସି ପ୍ରକାର ଅନିୟମିତତା ବା ରୋଗ ର ଲକ୍ଷଣ ଦେଖିଲେ ନିଶ୍ଚିନ୍ତ ଭାବେ ନିକଟସ୍ଥ ପଶୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

ମନେ ରଖନ୍ତୁ :
ସର୍ବଦା ସୁସ୍ଥ ସବଳ ମାଈ ମେଣ୍ଢା ଦେଖି କିଣନ୍ତୁ |
ଅଧିକ ଲାଭବାନ ହେବା ଲାଗି ସବୁ ମେଣ୍ଢା ଙ୍କର ବୟସ ,ଓଜନ ,ଇତ୍ୟାଦି ର ଏକ ତାଲିକା ରଖନ୍ତୁ |
ଶୀଘ୍ର ଶରୀର ବୃଦ୍ଧି ଲାଗି ଉନ୍ନତ ମାନର ଏହାର ଯୋଗାନ୍ତୁ |
ବ୍ୟବସାୟ ରେ ଲାଭବାନ ହେବା ଲାଗି ନିଜର ବଜାର ର ଆବଶ୍ୟକ କୁ ସମୀକ୍ଷା କରିବା ଅତିଆବଶ୍ୟକ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)