Animal Husbandry

ଘୁଷୁରି ପାଳନରେ ଖର୍ଚ୍ଚ କମ ଲାଭ ଅଧିକ

ଘୁଷୁରି ପାଳନ (PIG FARM Business)ରେ ଚାଷୀ ଅଧିକ ରୋଜଗାର କରିପାରିବେ । ସବୁଠାରୁ ଅଧିକ ଲାଭପ୍ରଦ ବ୍ୟବସାୟ ହେଉଛି "ଘୁଷୁରୀ ପାଳନ" ।

24 April, 2025 1:51 PM IST By: Sudesna Nayak

ସମସ୍ତେ ଗାଇ,ମଇଁଷି, କୁକୁ଼ଡ଼ା ପାଳନ ବିଷୟରେ ଜାଣିଥିବେ । କିନ୍ତୁ କେବେ ଆପଣ ଘୁଷୁରି ପାଳନ (PIG FARM Business) ବିଷୟରେ ଜାଣିଛନ୍ତି କି? ଚାଲନ୍ତୁ ଆଜି ଆପଣଙ୍କୁ ଘୁଷୁରି ପାଳନ ବିଷୟରେ କିଛି ତଥ୍ଯ ସେୟାର କରିବୁ....ଘୁଷୁରି ପାଳନରେ ଚାଷୀ ଅଧିକ ରୋଜଗାର କରିପାରିବେ । ସବୁଠାରୁ ଅଧିକ ଲାଭପ୍ରଦ ବ୍ୟବସାୟ ହେଉଛି "ଘୁଷୁରୀ ପାଳନ" । 

ଘୁଷୁରି ପାଳନ ପାଇଁ ବାସଗୃହ ବିଷୟରେ ଚାଲନ୍ତୁ ଜାଣିବା ....

-ଘୁଷୁରିପାଳନ ପାଇଁ ଉଚିତ୍ ସ୍ଥାନ ନିରୂପଣ କରିବା ଦରକାର ।

-ଧଳା ଘୁଷୁରୀ ଭାରତର ସମସ୍ତ ପ୍ରକାର ଜଳବାୟୁରେ ଭଲ ଭାବରେ ବଢ଼ିପାରେ ।

-ଘୁଷୁରିପାଳନ ପାଇଁ ବୈଜ୍ଞାନିକ ପଦ୍ଧତିରେ ବାସଗୃହର ରୂପରେଖ ଖସଡା ପ୍ରସ୍ତୁତ କରିବା ଉଚିତ୍ ।

-ଘୁଷୁରିପାଳନ (PIG)ପାଇଁ ଜଳ ନିର୍ଗମ ଓ ନିଷ୍କାସନର ସୁ ବ୍ୟବସ୍ଥା ରହିବା ନିହାତି ଦରକାର ।

-ଘୁଷୁରୀ ଶରୀରରେ ୮୦% ରୁ ଅଧିକ ଚର୍ବି ଥିବାରୁ ଏମାନେ ଖରାଦିନରେ ଅଧିକ ଗରମ ଅନୁଭବ କରନ୍ତି ।

-ଘୁଷୁରିପାଳନ ପାଇଁ ମଳ ଓ ମୂତ୍ରାଦି ବର୍ଜ୍ୟବସ୍ତୁର ନିଷ୍କାସନ ବ୍ୟବସ୍ଥା ରହିବା ନିହାତି ଦରକାର ।

-ଘୁଷୁରିପାଳନ (PIG FARM Business) ପାଇଁ ଚଟାଣର କ୍ଷେତ୍ରଫଳ ଅନୁସାରେ ହିଁ ଘୁଷୁରିମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବା ।

-ଯଦି ଆପଣ ଘୁଷୁରିପାଳନ ପାଇଁ ଚାହୁଁଛନ୍ତି, ତେବେ ନିକଟସ୍ଥ ପଶୁ ଡାକ୍ତରଖାନାକୁ ଗଲେ ଘୁଷୁରୀ ପାଳନ ବିଷୟରେ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପାଇପାରିବେ ।

ଘୁଷୁରିପାଳନ ପାଇଁ ଘୁଷୁରି ବାସଗୃହଟି ଉଚ୍ଛ ଜାଗାରେ ହେବା ଦରକାର । ଘୁଷୁରି ବାସଗୃହରେ ଯେମିତି କି ପାଣି ଜମି ନ ରହେ ।

ପ୍ରକାଶ ଥାଉ ଯେ, ଘୁଷୁରି (PIG)ଗୃହକୁ ଭଲ ଭାବରେ ସଫା କରିବା ଦରକାର । ଫିନାଇଲ ପାଣିରେ କାନ୍ଥ ଓ ଚଟାଣକୁ ଭଲ ଭାବେ ଧୋଇ ଦେବା ଦରକାର ।

ଖରାଦିନରେ କିପରି ନେବେ ବ୍ରଏଲର କୁକୁଡ଼ାଙ୍କ ଯତ୍ନ

ଗରମ ପ୍ରବାହରୁ ପ୍ରାଣୀଙ୍କୁ କିପରି କରିବେ ରକ୍ଷା ?