Animal Husbandry

ଏହି ଗାଈ ଦେବ ଅଧିକ ଦୁଗ୍ଧ !

ଏହି ଗାଈ ଦେବ ଅଧିକ ଦୁଗ୍ଧ !

28 June, 2019 3:59 PM IST By: KJ Staff

ଉତ୍ତମ ଗାଈ ର ଭିନ୍ନତମ ଲକ୍ଷଣ

ଗୋପାଳନ ରେ ଭାରତ ସର୍ବୋଚ୍ଚ ସ୍ଥାନ ରେ ରହିଥିଲା ବେଳେ ଏବେ ,ଉତ୍ତମ ଗାଈ ଚିହ୍ନଟ କରିବା କଷ୍ଟ ହୋଇଥାଏ |ତେବେ ଗାଈ ର କେତେକ ଲକ୍ଷଣ ଦେଖିଲେ ଆପଣ ଜାଣି ପାରିବେ ଯେ ଏହା ଅଧିକ ଦିନକୁ ଅଧିକ ଦୁଗ୍ଧ ଦେବ |ଏହା ଗୋପାଳନ ର ସବୁଠାରୁ ଗୁରୁତ୍ୱପୂର୍ଣ ପଦକ୍ଷେପ କାରଣ ଏହା ଉପରେ ଆପଣଙ୍କର ଫାର୍ମ ର ଆୟ ନିର୍ଭରଶୀଳ |ମାନେ ରଖନ୍ତୁ ଅନ୍ୟ ରାଜ୍ୟ ବା ଦୂର ସ୍ଥାନ ରୁ ଗାଈ ର ପ୍ରଜାତି ଚୟନ କରିଥିଲେ ସେମାନେ ଶୀଘ୍ର ଆପଣଙ୍କର ପରିବେଶ ସହ ସମାୟୋଜିତ ହୋଇ ପାରିବେ ନାହିଁ ,ତେଣୁ ଯଥା ସମ୍ଭବ ନିଜ ପାଖ ଅଞ୍ଚଳ ରୁ ପ୍ରଜାତି ଚୟନ କରନ୍ତୁ | ଶଙ୍କର କିସମ ର ଗାଈ ମାନେ ସାଧାରଣତଃ ଅଧିକ ଅମଳ ଦେବା ସହିତ ରୋଗ ବ୍ୟାଧି ପ୍ରତିରୋଧକ କ୍ଷମତା ମଧ୍ୟ ଅଧିକ ରଖିଥାନ୍ତି |

କିପରି କରିବେ ପ୍ରଜାତି ର ଚୟନ ?


ସମସ୍ତ ପ୍ରଜାତି ର ଗାଈ ମାନଙ୍କ ମଧ୍ୟରୁ ,ଉତ୍ତମ ପ୍ରଜାତି ର ଚୟନ ଏକ କଳା କହିଲେ ଭୁଲ ହେବ ନାହିଁ |
-ଯଦି ଆପଣ କୌଣସି ମେଳା ବା ହାଟ ରୁ ଗାଈ କିଣିବା ର ନିଷ୍ପତି ନିୟନ୍ତି ତେବେ ପ୍ରଥମେ ସେ ପ୍ରଜାତି ଏବଂ ଗାଈ ର ବଂଶ ଏବଂ ଇତିହାସ ଜାଣିବାକୁ ପ୍ରୟାସ କରନ୍ତୁ ,ବାରମ୍ବାର ରୋଗଗ୍ରସ୍ତ ହେଉଥିଲେ ,ଗର୍ଭ ଧାରଣ ର ସମସ୍ୟା ଅଧିକ ଥିଲେ ;ସେହି ଗାଈ କୁ କିଣନ୍ତୁ ନାହିଁ |
-ସାଧାରଣତଃ ଯେ କୌଣସି ପ୍ରଜାତି ର ଗାଈ ପ୍ରଥମ ୫ ବର୍ଷ ବା ପ୍ରଥମ ୫ ଥର ଗର୍ଭ ଧାରଣ କରିବା ଯାଏ ଅଧିକ ଦୁଗ୍ଧ ଦେଇଥାନ୍ତି ଏବଂ ପରେ ଏହା କାଳକ୍ରମେ କମି ଯାଏ |ତେଣୁ ଗାଈ କିଣିଲା ବେଳେ ୧ ବା ୨ ଥର ଗର୍ଭ ଧାରଣ କରିଥିବା ଗାଈ କିଣନ୍ତୁ |ଯେଉଁ ଗାଈ ଅଳ୍ପ କିଛି ଦିନ ମାଦ୍ୟରେ ବାଛୁରୀ ଜନ୍ମ କରିସାରିଥିବା ତାକୁ ଚୟନ କରନ୍ତୁ |
-ଯେଉଁ ଗାଈ ଅଧିକ ଡରୁ ନଥିବା ଏବଂ ଯାହାକୁ ହେଲେ ମଧ୍ୟ କ୍ଷୀର ଦୁଇଁ ବାକୁ ଦେଉଥିବା ,ସେହି ଗାଈ କୁ ଚୟନ କରନ୍ତୁ |
-ଅକଟୋବର ବା ନଭେମ୍ବର ମାସ ରେ ଗାଈ କିଣିବା ଉଚିତ
-ସାଧାରଣତଃ ଗାଈ ସର୍ବାଧିକ କ୍ଷୀର ଛୁଆ ଜନ୍ମ କରିବାର ୯୦ ଦିନ ପର୍ଯ୍ୟନ୍ତ ଦେଇଥାଏ |

 

ଉନ୍ନତ ପ୍ରଜାତି ର ଲକ୍ଷଣ :


-ସର୍ବାଙ୍ଗ ଶରୀର ଭଲ ଦେଖାଯାଉଥିବା ,ଗାଈ ସୁସ୍ଥ sabala ଦେଖାଯାଉଥିବା ଆବଶ୍ୟକ |ଅଧିକ ହାଡ ଦେଖିଆଯାଉଥିବା ଗାଈ ଚୟନ କରନ୍ତୁ ନାହିଁ|
-ଶରୀର ର ଆକାର(ପଛ ଚଉଡା ,ଅଗ୍ର ଭାଗ ଲମ୍ବାଳିଆ ) ରହିବା ଉଚିତ|
-ଆଖି ଉଜ୍ଜଳ ଏବଂ ବେକ ପତଳା ରହିଲେ ଜାଣିବେ ଗାଈ ର ସ୍ୱାସ୍ଥ୍ୟ ଉତ୍ତମ ଅଛି |
-ଗାଈର ତଳିପେଟ ସହ ସ୍ତନ ଭଲ ଭାବେ ଲାଗିକି ଅଛି ନ ନାହିଁ ସେଠି ପ୍ରତି ଧ୍ୟାନ ଦିଅନ୍ତୁ |ଏହା ଦୁଗ୍ଧ ଅମଳ ନିର୍ଧାରିତ କରିଥାଏ |
-ସ୍ତନ ର ରକ୍ତବାହିନୀ କୋଷିକା ବା ବ୍ଲଡ଼ ଭେସେଲ ଅଧିକ ଦୃଶ୍ୟମାନ ହେଉଥିବା ଆବଶ୍ୟକ |ଏମିତି ଦେଖିଲେ ଯୈବେ ସ୍ତନ କୁ ରକ୍ତ ଉଚିତ ଭାବେ ପ୍ରବାହିତ ହଉଚି ତେଣୁ ଦୁଗ୍ଧ ଅମଳ ମଧ୍ୟ ଭଲ ହେବ |
-ସ୍ତନ ର ସମସ୍ତ ୪ ଭାଗ ଭଲ ଭାବେ ଦେଖା ଯାଉଥିବା ଆବଶ୍ୟକ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)