Animal Husbandry

ଆଇଭିଏ ନ୍ୟାସନାଲ କନଫରେନ୍ସ ୨୦୨୪

ଆୟୋଜିତ ହେବାକୁ ଯାଉଛି " ଆଇଭିଏ ନ୍ୟାସନାଲ କନଫରେନ୍ସ ୨୦୨୪ " l

16 August, 2024 4:01 PM IST By: Tanushree Mahapatra

ଗତକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇଭିଏ ନ୍ୟାସନାଲ କନଫରେନ୍ସ ୨୦୨୪ l ଯାହା ଦୁଇ ଦିନ ଧରି ଆୟୋଜିତ କରାଯିବ l ଭାରତୀୟ ପ୍ରାଣୀ ଚିକିତ୍ସା ସଙ୍ଗଠନ ଦ୍ୱାରା ଆୟୋଜିତ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୭ ଏବଂ ୧୮ ତାରିଖ ଦିନ ଉତ୍ତରପ୍ରଦେଶର ଲକ୍ଷ୍ନୌରେ କରାଯିବ l

ଏହାର ମୁଖ୍ୟ ବିଷୟବସ୍ତୁ " One health approach for containment of antimicrobial resistance: A way forward " l ଉତ୍ତରପ୍ରଦେଶ ଭେଟେନାରୀ ଆସୋସିଏସନ ସହଯୋଗରେ ଏହା ଅନୁଷ୍ଠିତ କରାଯାଉଛି l ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ଡଃ ସୁଧୀର କୁମାର (president IVA & chairman , indian veterinary journal) l

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାଣୀ ଚିକିତ୍ସା ସହିତ ଜଡ଼ିତ ବ୍ୟକ୍ତି ବିଶେଷ ସାମିଲ ହେବାର ଆୟୋଜନ ରହିଛି l ବିଭିନ୍ନ ଗୁରୁତ୍ତ୍ଵ ରଖୁଥିବା ବିଷୟ ଉପରେ ଆଲୋଚନା କରାଯିବ l ଯାହା ପଶୁ ପାଳନ କ୍ଷେତ୍ରରେ ଅନେକ ନୂତନ ବାର୍ତ୍ତା ପ୍ରଦାନ କରିବାରେ ସହାୟକ ହେବ l

ମୁଖ୍ୟ ବିଷୟ ବସ୍ତୁ ସହିତ ଅନ୍ୟାନ୍ୟ କେତେକ କ୍ଷେତ୍ର ଉପରେ ମଧ୍ୟ ଧ୍ୟାନ ଆକର୍ଷଣ କରାଯିବ l ଦିନ ୧୨ .୩୦ ଘଟିକାରୁ ଆରମ୍ଭ ହୋଇ ଏହା ୫.୩୦ ଘଟିକା ପର୍ଯ୍ୟନ୍ତ ଜାରି ରହିବ କାର୍ଯ୍ୟକ୍ରମ l ଲକ୍ଷ୍ନୌର ହୋଟେଲ ସସାୟା ଆଇଏନଏନ ଠାରେ ଏହି ଆଇଭିଏ ନ୍ୟାସନାଲ କନଫରେନ୍ସ ୨୦୨୪ ଆୟୋଜନ କରାଯାଉଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)