ଅକ୍ସିଟୋସିନ୍ ଅର୍ଥ ପଶୁମାନଙ୍କ ଠାରୁ କ୍ଷୀର ବାହାର କରିବା ପାଇଁ ସେମାନଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନ l ଏହା ଏକ ହରମୋନ ଅଟେ, ଯାହା ପିଟ୍ୟୁଟାରି ଗ୍ରନ୍ଥିର ଶେଷଭାଗରେ ସ୍ଥାପିତ ଓ ସଂଗୃହିତ ହୋଇଥାଏ । ଅକ୍ସିଟୋସିନ୍ ପ୍ରୟୋଗ କରିବା କାରଣରୁ ଗାଇଗୋରୁଙ୍କର ଗର୍ଭ ସଙ୍କୁଚିତ ହୋଇଥାଏ
ପରିଣାମ ସ୍ୱରୂପ ମୂତ୍ରାଶୟ ଛୋଟିଆ ହୋଇଥାଏ ଏବଂ ସ୍ତନରୁ କ୍ଷୀର ବାହାରିଥାଏ । ଗାଇଗୋରୁଙ୍କ କ୍ଷେତ୍ରରେ ପ୍ରସବ କରାଇବାରେ ଏହାର ଭୂମିକା ରହିଥାଏ l ଅକ୍ସିଟୋସିନର ମାତ୍ରା ସନ୍ତୁଳିତ ହେବା ଦ୍ଵାରା ଏହା କେବଳ ସ୍ତନ୍ୟପାନ ସମୟରେ କ୍ଷୀରକୁ ସ୍ତନରୁ ଅଲଗା କରିଥାଏ ଏବଂ ପ୍ରସବ ପୀଡ଼ାକୁ ପ୍ରୋତ୍ସାହିତ କରିଥାଏ ।
ଅକ୍ସିଟୋସିନ୍ ହରମୋନର ଉପଯୋଗୀତା
ଅକ୍ସିଟୋସିନ୍ ହରମୋନକୁ ସିନ୍ଥେଟିକ ଔଷଧରେ ବ୍ୟବହାର କରାଯାଏ ଏବଂ ଏହାର ପରିଣାମ ବହୁତ ଭଲ ପ୍ରମାଣ ହୋଇଛି । ଅକ୍ସିଟୋସିନ୍କୁ ଶିରରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଏ କିମ୍ବା ପାଟିର ମାଢି ମାଧ୍ୟମରେ ଦିଆଯାଏ ।
-
ଅକ୍ସିଟୋସିନ୍କୁ ଗାଈ ମାନଙ୍କର ପ୍ରସବ ସମୟରେ ରକ୍ତସ୍ରାବକୁ ରୋକିବା ପାଇଁ ଦିଆଯାଇଥାଏ । ଏହି ଔଷଧ ଦେବା ଦ୍ଵାରା ରକ୍ତସ୍ରାବ ତୁରନ୍ତ ବନ୍ଦ କରିଦେଇଥାଏ
-
ଗର୍ଭପାତ ପରେ ଗର୍ଭାଶୟର ସଫା କରାଯାଏ , ଗର୍ଭପାତ ହେବା ଦ୍ଵାରା ଗର୍ଭାଶୟରେ କିଛିଟା ଅଂଶ ରହିଯାଇଥାଏ, ଯାହା ସଂକ୍ରମଣର କାରଣ ହୋଇଥାଏ । ତେଣୁ ଗର୍ଭାଶୟକୁ ସଫା କରିବା ପାଇଁ ଏହି ଔଷଧର ପ୍ରୟୋଗ କରାଯାଏ ।
-
ସ୍ତନରେ କୌଣସି ପ୍ରକାରର ଅସୁବିଧାକୁ ଦୂର କରିବା ଏବଂ ସ୍ତନରୁ ଯଦି ପର୍ଯ୍ୟାପ୍ତ ମାତ୍ରାରେ କ୍ଷୀର ଝରିନଥାଏ, ତେବେ ଏହି ସବୁ ପରିସ୍ଥିତିରେ ଅକ୍ସିଟୋସିନ୍ ପ୍ରୟୋଗ ଦ୍ଵାରା ସ୍ତନରୁ କ୍ଷୀର ଝରିବାରେ ସାହାଯ୍ୟ କରିଥାଏ।
ଅକ୍ସିଟୋସିନର ହାନିକାରକ ଖରାପ ପ୍ରଭାବ
-
ପିଲାମାନଙ୍କ ମସ୍ତିଷ୍କକୁ ଅମ୍ଳଜାନର ପ୍ରବାହ କମ୍ କରିଦେଇଥାଏ ।
-
ଏହା ମହିଳାମାନଙ୍କ ହରମୋନ୍ ବିକାଶରେ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ନାବାଳିକାମାନେ ଶୀଘ୍ର କିଶୋରୀ ହେଇଯାଆନ୍ତି ।
-
ନବଜାତ ଶିଶୁମାନଙ୍କୁ ପୋଲିଓ ହେବାର କାରଣ ହୋଇଥାଏ ।
-
ସ୍ତନ୍ୟ ପାନରେ ବ୍ୟବଧାନ ଉତ୍ପନ୍ନ କରିଥାଏ ।
-
ହୃଦସ୍ପନ୍ଦନ ଅଧିକ କିମ୍ବା କମ୍ ହୋଇଥାଏ ଅଥବା ସାମାନ୍ୟ କରିଦେଇ ଥାଏ ।
-
ପିଲା ଜନ୍ମ ହେବା ପରେ ଅଧିକ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ହୋଇ ଥାଏ ।
-
ମୁଣ୍ଡବ୍ୟଥା, ଭ୍ରମ, ବାନ୍ତି ହେବା, ବେହୋସ ହେବା, ନିଶ୍ଵାସ ନେବାରେ କଷ୍ଟ ହେବା କିମ୍ବା ନିଶ୍ଵାସ ବନ୍ଦ ହେଇଯିବା ।
-
ଉଚ୍ଚ ରକ୍ତଚାପର ପ୍ରଭାବ, ପରିଷ୍କାର ଦେଖା ନଯିବା, କାନ ସ୍ତବ୍ଧ ହୋଇଯିବା, ଚିନ୍ତା, ଭ୍ରମ ଆଉ ଛାତି ଦରଜ ହୋଇଥାଏ l ତେଣୁ ଏହାର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ଅଟେ ।
-
ଶରୀର ମେଟାବୋଲିକ ଉପରେ ଖରାପ ପ୍ରଭାବ ପକାଏ, ଯାହା ଦ୍ୱାରା ମଣିଷ କୋମା ଅବସ୍ଥାକୁ ଚାଲିଯାନ୍ତି ।
-
ପ୍ରବଳ ବାନ୍ତି ହୋଇଥାଏ ।
-
ନିଶ୍ଵାସ ପ୍ରଶ୍ଵାସର ଉପରେ ପ୍ରଭାବ ପକାଇ ଥାଏ ଏବଂ ଫୁସଫୁସ୍ ଫୁଲି ଯାଇଥାଏ ।
-
ଭୃଣ ମଧ୍ୟ ନଷ୍ଟ ହୋଇଥାଏ