Animal Husbandry

OMFED: ବିଜୟ ଅମୃତ କୁଲାଙ୍ଗେ ପରିଚାଳନା ନିର୍ଦ୍ଦେଶକ

ଏକ ମାସ ଛୁଟି ପରେ ସରକାର ଦେଲେ ଗୁରୁଦାୟିତ୍ତ୍ଵ

20 March, 2024 10:27 AM IST By: Tanushree Mahapatra

ରାଜ୍ୟ ସରକାର କୃଷି ଓ କୃଷକ ସଂଶକ୍ତିକରଣ ବିଭାଗ ପାଇଁ ନୂଆ ଯୋଜନା କରୁଛନ୍ତି । ଯାହା ରାଜ୍ୟର ପଶୁପାଳକଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରୁଛି l ଗୋପାଳନ କରୁଥିବା ଚାଷୀଙ୍କୁ ଉଦ୍ୟୋଗୀ କରିବା ସହିତ ଦୁଗ୍ଧ ଜାତ ଦ୍ରବ୍ୟକୁ ଉଚିତ ଦରରେ ଗ୍ରାହକଙ୍କୁ ଦେବା ହେଉଛି ଏହି ରୂପାନ୍ତରଣର ମୂଳ ଆଭିମୁଖ୍ୟ ।

ଏଥିପାଇଁ ରାଜ୍ୟ ସରକାର ଗୋପାଳନ କରିବା ପାଇଁ ଯୁବ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି । ସବ୍‍ସିଡି ମାଧ୍ୟମରେ ଚାଷୀମାନେ କିପରି ନିଜ ଖର୍ଚ୍ଚରେ ଡାଏରୀ ପ୍ରକଳ୍ପ ଆରମ୍ଭ କରିପାରିବେ ସେଥିପାଇଁ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟରେ ଓମ୍ଫେଡ କମ୍ପାନୀ ଏଥିପାଇଁ କାର୍ଯ୍ୟକରୁଛି ସରକାରୀ ସ୍ତରରେ l ପୂର୍ବରୁ ଏହି ସଂସ୍ଥା ରାଜ୍ୟରେ ଗୋପଳକଙ୍କୁ ଏକାକୀ ରୋଜଗାର ବାଟ ଦେଇଥିଲା କିନ୍ତୁ ଚଳିତ ସମୟରେ ରାଜ୍ୟରେ ଅନ୍ୟାନ୍ୟ ସଂସ୍ଥା ମଧ୍ୟ କାର୍ଯ୍ୟ କରୁଛନ୍ତି ଏ କ୍ଷେତ୍ରରେ l

ତେବେ ଗତକାଲି ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଛି ବଡ଼ ଦାୟିତ୍ୱ । ତାଙ୍କୁ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ  ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏକ ମାସ କାଳ ଛୁଟିରେ ରହିଲା ପରେ ମିଳିଛି ଗୁରୁଦାୟିତ୍ତ୍ଵ l ଏ ପର୍ଯ୍ୟନ୍ତ ପାଇଥିବା ପ୍ରତିଟି ପଦବୀ ପାଇଁ ସେ ସ୍ୱଚ୍ଛ କରଜ୍ୟ କରିଛନ୍ତି l ଆଶା ଏହି ପଦବୀ ମଧ୍ୟ ସେ ସୂଚାରୁ ରୂପେ ସମ୍ପାଦିତ କରିବେ l ଏଥିପାଇଁ କୃଷି ଜାଗରଣ ପରିବାର ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା l

ସୂଚନା ଥାଉକି, କମିଶନର ବିଜୟ ଅମୃତ କୁଲାଙ୍ଗେ ୧ ମାସ ଛୁଟି ଆବେଦନ କରିଥିଲେ । ତାଙ୍କ ଆବେଦନ ଅନୁସାରେ ସେ ମାସେ ଛୁଟିରେ ଯାଉଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମଧ୍ୟ ଜାରି କରାଯାଇଥିଲା । ସେପଟେ ବିଜୟଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର l ଅନ୍ୟପଟେ ସେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି l ସେହି ସୂଚନା ଅନୁସାରେ ତାଙ୍କୁ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ  ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ସଂସ୍ଥା ରାଜ୍ୟର ଗୋପାଳକଙ୍କ କ୍ଷୀରକୁ ଉଚିତ ମୂଲ୍ୟରେ କ୍ରୟ କରି ବଜାରକୁ ଛାଡ଼ିଥାଏ l ଏହାଦ୍ୱାରା ରାଜ୍ୟର ସମସ୍ତ ଗୋପାଳକ ଲାଭ ପାଇ ପାରୁଛନ୍ତି l

MFOI, VVIF Kisan Bharat Yatra: ନଗୌରରେ କ'ଣ ରହିଥିଲା ଖାସ ?

MFOI, VVIF Kisan Bharat Yatra: ଶ୍ରୀ-ଗଙ୍ଗାନଗର ଚାଷୀ ହେଲେ ଉତ୍ସାହିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)