Animal Husbandry

ଆସନ୍ତୁ ଜାଣିବା ବୃସେଲୋସିସ୍ ରୋଗ ବିଷୟରେ !!

ବୃସେଲୋସିସ୍ ରୋଗ ଗାଈ, ମଇଁଷି, ଛେଳି, ମେଣ୍ଢା, ଘୁଷୁରି ଓ କୁକୁରମାନଙ୍କୁ ସଂକ୍ରମଣ କରୁଥିବା ଏକ ରୋଗ ଅଟେ । ଯାହା କି ପଶୁଙ୍କ ଠାରୁ ମଣିଷକୁ ଏବଂ ମଣିଷମାନଙ୍କ ଠାରୁ ପଶୁମାନଙ୍କୁ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପଶୁମାନଙ୍କର ୭-୯ ମାସର ଗର୍ଭ ବି ନଷ୍ଟ ହୋଇଯାଏ l

15 September, 2021 4:14 PM IST By: Sugyan Kumar Nayak

ବୃସେଲୋସିସ୍ ରୋଗ ଗାଈ, ମଇଁଷି, ଛେଳି, ମେଣ୍ଢା, ଘୁଷୁରି ଓ କୁକୁରମାନଙ୍କୁ ସଂକ୍ରମଣ କରୁଥିବା ଏକ ରୋଗ ଅଟେ । ଯାହା କି ପଶୁଙ୍କ ଠାରୁ ମଣିଷକୁ ଏବଂ ମଣିଷମାନଙ୍କ ଠାରୁ ପଶୁମାନଙ୍କୁ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପଶୁମାନଙ୍କର ୭-୯ ମାସର ଗର୍ଭ ବି ନଷ୍ଟ ହୋଇଯାଏ l ଏହି ରୋଗ ପଶୁଶାଳାରେ ଥିବା ପଶୁମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରି ବ୍ୟାପିଥାଏ ଏବଂ ଗର୍ଭପାତ ଦ୍ଵାରା ଅଧିକ ମାତ୍ରାରେ କ୍ଷତି ଘଟିଥାଏ । ଏହି ରୋଗ ମନୁଷ୍ୟମାନଙ୍କର ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ବଡ଼ ଗମ୍ଭୀର ସମସ୍ୟା ଅଟେ l ବିଶ୍ଵ ସ୍ତରରେ ହାରାହାରି ୫ ଲକ୍ଷ ମନୁଷ୍ୟ ଏହି ରୋଗରେ ପ୍ରତିବର୍ଷ ପୀଡିତ ହୋଇଥାନ୍ତି ।

ବୃସେଲୋସିସ୍ ରୋଗର କାରଣ

ଗାଈ ଓ ମଇଁଷିମାନଙ୍କ ଠାରେ ଏହି ରୋଗ ବୃସେଲ୍ଲା ଏବୋରଟସ ନାମକ ଏକ ଜୀବାଣୁ ଦ୍ଵାରା ହୋଇଥାଏ । ଏହି ଜୀବାଣୁ ଗର୍ଭଣୀ ଗାଈମାନଙ୍କ ଜରାୟୁରେ ରହିଥାଏ ଏବଂ ଏହା ଗର୍ଭପାତ କରାଇ ଦେଇଥାଏ । କୌଣସି ପଶୁ ଏହି ରୋଗରେ ଥରେ ସଂକ୍ରମିତ ହେଲେ ସେହି ପଶୁ ପୁରା ଜୀବନକାଳ ପର୍ଯ୍ୟନ୍ତ ନିଜ କ୍ଷୀର ତଥା ଗର୍ଭାଶୟ ସଂକ୍ରମିତ ହୋଇଥାଏ l ପଶୁମାନଙ୍କ ଠାରେ ବୃସେଲୋସିସ୍ ରୋଗର ସଂକ୍ରମଣ ଖାଦ୍ୟ ପଦାର୍ଥ ମାଧ୍ୟମରେ, ଅନ୍ୟ ସଂକ୍ରମିତ ପଶୁମାନଙ୍କ ମାଧ୍ୟମରେ, ତଥା ସଂକ୍ରମିତ ବୀର୍ଯ୍ୟର କୁତ୍ରିମ ଉପାୟରେ ଗର୍ଭ ଧାରଣ କରିବା ସମୟରେ ବ୍ୟାପିଥାଏ।

ମନୁଷ୍ୟମାନଙ୍କ ଠାରେ ଏହି ରୋଗର କାରଣ

ଏହି ରୋଗରେ ସଂକ୍ରମିତ ଥିବା ପଶୁମାନଙ୍କ କ୍ଷୀରକୁ କଞ୍ଚା ପିଇବା ଦ୍ଵାରା ମଣିଷମାନଙ୍କ ଠାରେ ବୃସେଲୋସିସ୍ ରୋଗର ହେଇଥାଏ । ଗର୍ଭପାତ ସମୟରେ ପଶୁପାଳକ କିମ୍ବା ପଶୁ ଚିକିତ୍ସା ଅଧିକାରୀ ଅସାବଧାନରେ ଗର୍ଭାଶୟକୁ ଛୁଇଁବା ଦ୍ଵାରା ବୃସେଲୋସିସ୍ ରୋଗର ଜୀବାଣୁ ଶରୀରର କୌଣସି କ୍ଷତ, କଟା ବା ‘ଘା’ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ ।

ବୃସେଲୋସିସ୍ ରୋଗର ଲକ୍ଷଣ

ପଶୁମାନଙ୍କର ଗର୍ଭାବସ୍ଥାରେ ଅନ୍ତିମ ତିନି ମାସରେ ଗର୍ଭପାତ ହେବା ଏହି ରୋଗର ମୁଖ୍ୟ ଲକ୍ଷଣ । ପଶୁମାନଙ୍କ ଗର୍ଭାଶୟରେ ‘ଘା’ ହେବା ଏବଂ ଅଣ୍ଡିରା ପଶୁମାନଙ୍କ ଅଣ୍ଡକୋଷ ଫଳିଯିବା ଏହି ରୋଗର ମୁଖ୍ୟ ଲକ୍ଷଣ ଅଟେ । ଗୋଡ଼ର ଆଣ୍ଠୁ ଫଳି ଯାଇଥାଏ l ମନୁଷ୍ୟମାନଙ୍କୁ ଏହି ରୋଗର ସଂକ୍ରମଣରେ ଭୀଷଣ ଜର ହେଇଥାଏ, ବାରମ୍ବାର ଜର ବଢିଥାଏ ଆଉ କମିଥାଏ ଏବଂ ଏହା ସହିତ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଦରଜ ରହିଥାଏ।

ବୃସେଲୋସିସ୍ ରୋଗର ପରୀକ୍ଷା

ଏହି ରୋଗର ପରୀକ୍ଷା ପାଇଁ ପଶୁମାନଙ୍କର କ୍ଷୀର, ରକ୍ତ ଓ ପାଟି ନାଳର ଅଂଶକୁ ନିଆଯାଏ ଏବଂ ମନୁଷ୍ୟମାନଙ୍କ ଠାରେ ଏହା ସେମାନଙ୍କର ବୀର୍ଯ୍ୟ/ରକ୍ତ ପରୀକ୍ଷା ମାଧ୍ୟମରେ ଜଣାପଡିଥାଏ ।