Animal Husbandry

ମାଛ ଚାଷୀମାନଙ୍କ ପାଇଁ ଆସିଲା ମତ୍ସ୍ୟ ସେତୁ ଆପ୍ !!

ନଦୀ, ପୋଖରୀର ପାଣି ଚାଷୀ ଭାଇମାନଙ୍କ କ୍ଷେତରେ ଅଧିକ ଉତ୍ପାଦନ ପାଇଁ ପାଣିର ଅଭାବକୁ ପୂରଣ କରିଥାଏ,। ଏହିସବୁ ଗଡିଆ ପୋଖରୀରେ ଚାଷୀ ଭାଇମାନେ ମାଛ ଛାଡି ମାଛ ପାଳନ କରିଥାନ୍ତି । ଆଜିକାଲି ମତ୍ସ୍ୟ ପାଳନ ଆର୍ଥିକ ଲାଭର ଏକ ଭଲ ବାଟ ହେଇଗଲାଣି ।

26 August, 2021 3:11 PM IST By: Sugyan Kumar Nayak

ନଦୀ, ପୋଖରୀର ପାଣି ଚାଷୀ ଭାଇମାନଙ୍କ କ୍ଷେତରେ ଅଧିକ ଉତ୍ପାଦନ ପାଇଁ ପାଣିର ଅଭାବକୁ ପୂରଣ କରିଥାଏ,। ଏହିସବୁ ଗଡିଆ ପୋଖରୀରେ ଚାଷୀ ଭାଇମାନେ ମାଛ ଛାଡି ମାଛ ପାଳନ କରିଥାନ୍ତି । ଆଜିକାଲି ମତ୍ସ୍ୟ ପାଳନ ଆର୍ଥିକ ଲାଭର ଏକ ଭଲ ବାଟ ହେଇଗଲାଣି । ପରିଣାମ ସ୍ୱରୂପ ଚାଷୀ ଓ ପଶୁପାଳକମାନଙ୍କ ମାଛ ଚାଷ ପ୍ରତି ଧୀରେ ଧୀରେ ଆଗ୍ରହ ବଢୁଛି । ଜଣାଯାଇଛି ଯେ ଭାରତ ହେଉଛି ଆକ୍ଵାକଲଚର ଦ୍ଵାରା ମାଛ ଉତ୍ପାଦନ କରୁଥିବା ବିଶ୍ଵର ଦିତୀୟ ଦେଶ । ଏହା ସହିତ ଭାରତ ମାଛ ରପ୍ତାନିରେ ବିଶ୍ଵର 4ର୍ଥ ସ୍ଥାନରେ ରହିଛି, କାରଣ ଭାରତ ବିଶ୍ଵର ମାଛ ଉତ୍ପାଦନରେ ୭.୭ %ର ଯୋଗଦାନ ଦେଇଥାଏ l ମାଛ ଚାଷ ଏବଂ ଆକ୍ଵାକଲଚର ଦ୍ଵାରା ମାଛ ଉତ୍ପାଦନରେ ଭାରତ GDPରେ ୧% ଏବଂ କୃଷିରେ GDP ୫% ପ୍ରଦାନ କରେ l ଏହି କ୍ଷେତ୍ରରେ ଭାରତରେ ହାରାହାରି ୨୮ ଲକ୍ଷ ଲୋକ ରୋଜଗାରକ୍ଷମ ହେଇପାରିଛନ୍ତି । 

କେନ୍ଦ୍ରୀୟ ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂହଙ୍କ ଦ୍ଵାରା ଗୋଟିଏ ମୋବାଇଲ ଆପ୍ ପ୍ରସ୍ତୁତ ହୋଇଛି, ଯାହାକୁ ମତ୍ସ୍ୟ ସେତୁ ଆପ୍ ନାମ ଦିଆଯାଇଛି । ଏହି ଆପ୍ ମାଧ୍ୟମରେ ମାଛ ଚାଷ ବିଷୟରେ ଆଧୁନିକ ଜ୍ଞାନ କୌଶଳ ମିଳିପାରିବ ଯେ କିପରି ସ୍ବଚ୍ଛ ଜଳରେ ମାଛ ଚାଷ ଇତ୍ୟାଦି l ଏହି ମୋବାଇଲ ଆପ୍କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ( Indian Council of  Agriculture Research ) ଏବଂ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥାନ ( Central Institute Of Freshwater Aquaculture ) ଭୁବନେଶ୍ୱର ଦ୍ଵାରା ବିକାଶ କରାଯାଇଛି । ଏହା ଛଡା ଏଥି ପାଇଁ (NFDB) ତରଫରୁ ଆର୍ଥିକ ସହାୟତା ମିଳୁଛି ତେଣୁ ଆସନ୍ତୁ ଏହି ଲେଖା ମାଧ୍ୟମରେ ମାଛ ଚାଷୀମାନଙ୍କୁ ଏହି ( Matsya Setu APP ) ମତ୍ସ୍ୟ ସେତୁ ଆପ୍ପ ବିଷୟରେ ବିସ୍ତାର ଭାବରେ ଜଣାଇଦେବା l  

ମତ୍ସ୍ୟ ସେତୁ ଆପର ବୈଶିଷ୍ଟ୍ୟ

  • ଏହି ମୋବାଇଲ ଆପରେ ମାଛମାନଙ୍କ ଅଲଗା ଅଲଗା ପ୍ରଜାତି ବିଷୟରେ ଜାଣିବା ପାଇଁ ଅନଲାଇନ ସେଲ୍ଫ-ଲର୍ନିଂର ସୁବିଧା କରାଯାଇଛି ।

  • ଏହା ସହିତ ବିଶେଷଜ୍ଞମାନଙ୍କ ଦ୍ଵାରା ମାଛମାନଙ୍କ ପ୍ରଜନନ, ଜାଆଁଳ ଉତ୍ପାଦନ ଏବଂ ଗ୍ରୋ-ଆଉଟ ଉପରେ କଥା କୁହାଯାଇଛି ।

  • ଏହି ଆପ୍ ମାଧ୍ୟମରେ ମାଛପାଳକ ମାନେ ଛୋଟ ଛୋଟ ଭିଡିଓ ଦେଖିପାରିବେ । ଏହି ଭିଡିଓ ମାଟି ଓ ପାଣିରେ ଗୁଣବତ୍ତା ଉପକୁ ସ୍ଥିର ରଖିବା ବିଷୟରେ କୁହାଯାଇଛି ।

  • ଏହି ଆପ୍ ମାଧ୍ୟମରେ ମାଛ ସବୁ ଯେମିତି କି – କାର୍ପ, କ୍ୟାଟଫିଶ, ଅର୍ନ।ମେଣ୍ଟାଲ ଫିଶ ଏବଂ ପର୍ଲ ଫିଶିଙ୍ଗର ଆର୍ଥିକ ମହତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି।

  • ଏହାସହିତ ମାଛମାନଙ୍କ ଖାଦ୍ୟର ବ୍ୟବସ୍ଥା ଏବଂ ଏମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିପରି ଏମାନଙ୍କୁ ଠିକ ରଖିବା, ସେସବୁ ବିଷୟରେ କୁହାଯାଇଛି ।

  • ମାଛ ଚାଷୀମାନେ ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜ ନିଜର ପ୍ରଶ୍ନ ପଚାରିପାରିବେ ଏବଂ ବିଶେଷଜ୍ଞମାନଙ୍କ ଠାରୁ ବିଶେଷ ଜ୍ଞାନ ପାଇପାରିବେ ।