Animal Husbandry

ମୟୁରଭଞ୍ଜ ରେ ଅଜଣା ରୋଗ ..

ମୟୁରଭଞ୍ଜ ରେ ଅଜଣା ରୋଗ ..

26 August, 2019 4:37 PM IST By: KJ Staff

ଗୋସମ୍ପଦ ଅତିରିକ୍ତ ଆକ୍ରାନ୍ତ

ମୟୁରଭଞ୍ଜ ରେ ଗାଈ କୁ ହେଉଥିବା ଅଜଣା ରୋଗ କୁ ନେଇ ଚାଷୀ ମାନେ ବେଶ ଚିନ୍ତିତ ଅଛନ୍ତି |ଏନେଇ ଖୁଣ୍ଟା ବ୍ଲକ ରେ ଏହି ରୋଗ ସର୍ବାଧିକ ମାତ୍ରା ରେ ଦେଖିବାକୁ ମିଳିଛି |ବ୍ଲକ ରେ  ଖୁବ କମ ସୁସ୍ଥ ବଳଦ ଥିଲା ବେଳେ ଆକ୍ରାନ୍ତ ହୋଇଥିବା ବଳଦ ମାନଙ୍କର ସଂଖ୍ୟା ବେଶ ଅଧିକ ରହିଛି |ଏନେଇ ଚାଷୀ ମାନେ ଏବେ ଟ୍ରାକଟର ଭଡା ରେ ଆଣିବାକୁ ଘଣ୍ଟା କୁ ୧୦୦୦ ରୁ ୧୪୦୦ ଟଙ୍କା ଖର୍ଚ କରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି |

ଟ୍ରାକଟର ଭଡା ରେ ନ ଆଣିପାରୁଥିବା ଚାଷୀ ମାନେ ଏପର୍ଯ୍ୟନ୍ତ ଚାଷ କାମ ଏବଂ ଜମି ହଳ କରିବା ଆରମ୍ଭ ମଧ୍ୟ କରିପାରୁନାହାନ୍ତି |
ସୂଚନା ଅନୁଯାୟୀ ଗାଈ ର ଚମ ରେ ବଡ ବଡ ରକ୍ତ ଫୁଟକା ପରି ଦେଖିବାକୁ ମିଳୁଛି ଏବଂ କିଛି ଦିନ ପରେ ଏହା  ବଡ କ୍ଷତ ରେ ପରିଣତ ହେଉଛି |ଏହି ଫୁଟକା ପ୍ରଥମେ ଗାଈ ର ଆଗ ପଟ ଗୋଡ ର ଗଣ୍ଠି ରେ ଦେଖିବାକୁ ମିଲୁଥିଲାବେଳେ ଏହା ଖୁବ ଶୀଘ୍ର ଅଳ୍ପ ଦିନ ମଧ୍ୟରେ ସମଗ୍ର ଶରୀରରେ ବ୍ୟାପୁଛି  ବୋଲି ଜଣେ ଚାଷୀ ମତ ଦେଇଛନ୍ତି |

ଏହି ରୋଗ ଜିଲା ର ଖୁଣ୍ଟା ବ୍ଲକ ବ୍ୟତୀତ ବଡ଼ସାହି ,ଗୋପବନ୍ଧୁନଗର ,ଧର୍ମପୁର ଏବଂ ନୁଆସାହି ରେ ମଧ୍ୟ ବ୍ୟାପିବାରେ ଲାଗିଛି |ବଡ଼ସାହି ବ୍ଲକ ର ପ୍ରାଣୀ ଚିକିତ୍ସକ  ଶୁଭ୍ରକାନ୍ତ ରଥ କହିଛନ୍ତି ଯେ ଏହା ଭୁତାଣୁ ଜନିତ ରୋଗ ଏବଂ ଏହା ଉପଚାର ସମ୍ଭବ |ସେ କହିଛନ୍ତି ଯେ ଏହା ସମ୍ଭାବିତ ଏକ ପ୍ରକାର ଚମ ରୋଗ ଯାହାକୁ ଲମ୍ପି ସ୍କିନ ରୋଗ ବୋଲି ମଧ୍ୟ କୁହାଯାଇଥାଏ |ଏହି ରୋଗ ଦେଖିଲା ମାତ୍ରେ ତୁରନ୍ତ ନିକତମ ପ୍ରାଣୀ ଚିକିତ୍ସକ ଙ୍କ ସହ ପରମର୍ଶ କରନ୍ତୁ |

ଏହି ରୋଗ ରେ କୌଣସି  ଗାଈ ର ମୃତ୍ୟ ହୋଇନାହିଁ ବୋଲି କହିଛନ୍ତି ସହକାରୀ  ପ୍ରାଣୀ ଚିକିତ୍ସାକ ଅର୍ଚନା ଷଡ଼ଙ୍ଗୀ |ଗାଈ ମାନଙ୍କର ରକ୍ତ ପରୀକ୍ଷା ଲାଗି ଜିଲ୍ଲା  ପ୍ରୟୋଗଶାଳା କୁ ପଠାଯାଇଛି |ଯାଞ୍ଚ ପରେ ଏହା ବିଷୟରେ ଅଧିକ ନିର୍ଣ୍ଣୟ ନେଇହେବ |