Animal Husbandry

ଛେଳି ପାଳନ ପାଇଁ ଆସିଲା ମୋବାଇଲ ଆପ୍, ଜାଣନ୍ତୁ ଏହାର ବିଶେଷତା !!

ପ୍ରାଚୀନ କାଳରୁ ଆମ ଦେଶରେ ପଶୁପାଳନ କରାଯାଉଛି । ଅନ୍ୟ ଦେଶମାନଙ୍କ ତୁଳନାରେ ଆମଦେଶରେ ଅଧିକ ପଶୁଧନ ଅଛି l ଚଳିତ କିଛି ବର୍ଷ ହେଲାଣି କେନ୍ଦ୍ର ସରକାର ଭାରତର ପଶୁଧନର ଉପଯୋଗୀତାକୁ ଧ୍ୟାନରେ ରଖି ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି l

22 September, 2021 3:36 PM IST By: Sugyan Kumar Nayak

ପ୍ରାଚୀନ କାଳରୁ ଆମ ଦେଶରେ ପଶୁପାଳନ କରାଯାଉଛି । ଅନ୍ୟ ଦେଶମାନଙ୍କ ତୁଳନାରେ ଆମଦେଶରେ ଅଧିକ ପଶୁଧନ ଅଛି l ଚଳିତ କିଛି ବର୍ଷ ହେଲାଣି କେନ୍ଦ୍ର ସରକାର ଭାରତର ପଶୁଧନର ଉପଯୋଗୀତାକୁ ଧ୍ୟାନରେ ରଖି ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି l ଏହି କ୍ରମରେ ଛେଳିପାଳକମାନଙ୍କ ପାଇଁ ସରକାର ବହୁତ ଉପଯୋଗୀ ପଦକ୍ଷେପ ଉଠାଇଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ ଛେଳି ପାଳନ ଅନୁସନ୍ଧାନ ପରିଷଦ ଛେଳିପାଳକମାନଙ୍କୁ କିଛିଟା ସୁବିଧା ପ୍ରଦାନ କରିବାକୁ ଆଗେଇ ଯାଇ, ଛେଳିମାନଙ୍କ ପାଇଁ ଏକ ମୋବାଇଲ ଆପ୍ ବାହାର କରିଛନ୍ତି । ଏହି ଆପ୍ ମାଧ୍ୟମରେ ଛେଳିପାଳକମାନେ ନିଜ ଛେଳିମାନଙ୍କ ବିଷୟରେ ସମସ୍ତ ସୂଚନା ପାଇପାରିବେ । ଏହି ଆପରେ ଛେଳିପାଳକ ଛେଳିଙ୍କ ବିଭିନ୍ନ ପ୍ରଜାତି ଠାରୁ ଆରମ୍ଭ କରି ଏମାନଙ୍କ ମାଧ୍ୟମରେ କିପରି ଲାଭ ଅର୍ଜନ କରାଯାଇ ପାରିବ, ଏହା ଉପରେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ପ୍ରାପ୍ତ କରିପାରିବେ।

ଛେଳିପାଳକ ଏହି ଆପକୁ Google playstore ରୁ ଡାଉନଲୋଡ଼ କରିପାରିବେ । ଏହି ଆପରେ ଛେଳିମାନଙ୍କର ପ୍ରଜାତି ଠାରୁ ଆରମ୍ଭ କରି ଏମାନଙ୍କ ସ୍ୱାସ୍ଥ୍ୟ ଏବଂ ରହିବା ସମ୍ବନ୍ଧୀୟ ସମସ୍ତ ସୂଚନା ବିସ୍ତୃତ ଭାବରେ ପ୍ରଦାନ କରାଯାଇଛି । ଏହି ଆପ୍ ଛେଳିପାଳକମାନଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ଅଟେ ।

କାହିଁକି ଆରମ୍ଭ ହେଲା ଏହି ଆପର ବ୍ୟବହାର

ଅନେକ ଥର ଏହା ଦେଖା ଯାଇଛି ଯେ, ସଠିକ ସୂଚନାର ଅଭାବ ଦ୍ଵାରା ପଶୁପାଳକମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ମୁକାବିଲା କରିବାକୁ ପଡୁଛି । ଏହି କଥାକୁ ଧ୍ୟାନରେ ରଖି ଏହି ଆପ୍ ଆରମ୍ଭ କରାଗଲା, ଏହି ଆପ୍ ମାଧ୍ୟମରେ ଛେଳିପାଳକମାନେ ଛେଳିମାନଙ୍କ ବିଷୟରେ ସମସ୍ତ ସୂଚନା ପାଇପାରିବେ l ଏହି ଆପ୍ ଛେଳିମାନଙ୍କ ପ୍ରଜାତି ଠାରୁ ଆରମ୍ଭ କରି ଛେଳି ପାଳନ ଦ୍ଵାରା କିପରି ଅଧିକ ଅଧିକ ଲାଭ ଅର୍ଜନ କରାଯାଇପାରିବ ଏ ସମସ୍ତ କଥା ଏଥିରେ ସମ୍ପୂର୍ଣ୍ଣ ରୂପରେ ବ୍ୟାଖ୍ୟା କରାଯାଇଛି ।

କେଉଁ ଭାଷାରେ ଉପଲବ୍ଧ ଏହି ଆପ୍ପ

ଛେଳିପାଳକମାନଙ୍କ ସୁବିଧା ହେତୁ Google playstore ରେ ଏହି ଆପ୍ ହିନ୍ଦୀ, ଇଂରାଜୀ, ତେଲୁଗୁ ଓ ତାମିଲ ଭାଷାରେ ଉପଲବ୍ଧ ରହିଛି l ଏହି ଆପ୍ ଡାଉନଲୋଡ଼ କରିବା ପାଇଁ Google playstore ରେ CIRG goat farming ଲେଖି ଅନୁସନ୍ଧାନ କରିବାକୁ ହେଇଥାଏ l ଏହା ପରେ ଆପଣ Google playstore ରୁ ଏହାକୁ ଡାଉନଲୋଡ଼ କରିପାରିବେ । ଛେଳିପାଳନ ଏକ ଲାଭଦାୟକ ବ୍ୟବସାୟ ବୋଲି ସମସ୍ତେ ମାନନ୍ତି l ଛେଳି ପାଳନ ଦ୍ଵାରା ଅର୍ଥ ଉପାର୍ଜନ କରିବାର ବିଭିନ୍ନ ସ୍ରୋତ ରହିଅଛି । ଛେଳିର କ୍ଷୀର, ଚମଡା ଓ ମାଂସ ଦ୍ଵାରା ଆପଣ ଲାଭ କରିପାରିବେ, କିନ୍ତୁ ଅନେକ ଥର ସଠିକ ସୂଚନାର ଅଭାବ ଯୋଗୁଁ  ଉଚିତ ଲାଭ ପଶୁପାଳକ ଭାଇମାନଙ୍କୁ ମିଳିପାରି ନଥାଏ, ଯାହାକୁ ଧ୍ୟାନରେ ରଖି ଏହି ଆପ୍ ସୃଷ୍ଟି କରାଗଲା l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)