ଅଦ୍ଭୁତ ଏକ ପ୍ରୟାସ..
ମାଙ୍କଡ ଶରୀର ରେ ଲାଗିବ ମଣିଷ ର ମସ୍ତିସ୍କ ..
ଚୀନ ର ବୈଜ୍ଞାନିକ ମାନେ ମଣିଷ ଓ ମାଙ୍କଡ ର ସମ୍ପର୍କ ବିଷୟରେ ଅଧିକ ଗବେଷଣା କରିବା ଲାଗି ଏବେ କରିଛନ୍ତି ଭିନ୍ନ ଏକ ପ୍ରୟାସ |ମାଙ୍କଡ ଶରୀର ରେ ମଣିଷ ର ମସ୍ତିସ୍କ ସ୍ଥାପନ କୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି |
ବୈଜ୍ଞାନିକ ମାନେ ଗବେଷଣା ଲାଗି ମଣିଷ ର ଏମ.ସି.ପି.ଏଚ୧ ଜିନ କୁ ୧୧ ଟି ରେସସ ମାଙ୍କଡ ମାନଙ୍କ ଶରୀର ରେ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି |ଏହି ଜିନ ମଣିଷ ର ମସ୍ତିସ୍କ ର ବିକାଶ କୁ ନିୟନ୍ତ୍ରିତ କରିଥିବାରୁ ଏହାକୁ ମାଙ୍କଡ ଶରୀର ରେ ସ୍ଥାପିତ କରାଯାଇଛି |
ଫଳ ସ୍ୱରୂପ ଏହି ମାଙ୍କଡ ମାନଙ୍କ ମସ୍ତିଷ୍ଠ ବିକାଶ ମଣିଷ ପରି ଧୀର ଗତି ରେ ହେବ ସହ ଏମାନେ ଅନ୍ୟ ଜଙ୍ଗଲୀ ମାଙ୍କଡଙ୍କ ଠାରୁ ଅଧିକ କ୍ଷମତା ଏବଂ ବୁଦ୍ଧିମତା ସହ ସ୍ମରଣ ଶକ୍ତି ର ପରିଚୟ ମଧ୍ୟ ଦେଇଛନ୍ତି |
ଏପରି ଏକ ପରୀକ୍ଷଣ ଦ୍ୱାରା ବିଶ୍ୱ ର ମେଡ଼ିସିନ ଇତିହାସ ରେ ଏକ ନୂତନ ତର୍କ ର ବିଷୟ ହୋଇଛି |କିଛି ଗବେଷକ ଙ୍କ ମତରେ ଏବେ ଏହି ପରି ଏକ ପଦକ୍ଷପ ହୁଏତ "ପ୍ଲାନେଟ ଅଫ ଦି ଏପସ" ପରି ପରିସ୍ତିଥି ସୃଷ୍ଟି କରି ପାରେ ଯେଉଁଥିରେ ମାଙ୍କଡ ମାନେ ଧୀରେ ଧୀରେ ମଣିଷ କୁ ନିୟନ୍ତ୍ରିତ କରିବା ସହ ଶେଷରେ ବିଶ୍ୱ ର ଶ୍ରେଷ୍ଠ ପ୍ରାଣୀ ହୋଇଯିବାର ସମ୍ଭାବନା ରହିଛି |
ଏହି ପରୀକ୍ଷଣ ଟି ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟ ରେ କୁମିଙ୍ଗ ର ଜିବ ବିଜ୍ଞାନ ଅନୁଷ୍ଠାନ ଏବଂ ଚାଇନିସ ଏକାଡେ଼ମୀ ଅଫ ସାଇନ୍ସ ତଥା ଆମେରିକୀୟ ଗବେଷକ ଙ୍କର ମିଳିତ ଉଦ୍ୟମ ରେ କରାଯାଇଥିଲା |
ଏହାର ଫଳାଫଳ ବେଜିଙ୍ଗ ର ଏକ ପତ୍ରିକା ନେସନାଲ ସାଇନ୍ସ ରିଭିଉ ରେ ପ୍ରକାଶିତ ହୋଇଥିଲା |
ଗବେଷକ ଙ୍କ ଅନୁଯାୟୀ ମଣିଷ ବ୍ୟତୀତ ଅନ୍ୟ ପ୍ରାଇମେଟ ମାନଙ୍କ ମାଧ୍ୟମରେ ଆମେ ମଣିଷ ମସ୍ତିସ୍କ ର ଅପୂର୍ବ ବିକାଶ ଉପରେ ଲାଗିଥିବା ପ୍ରଶ୍ନ ଚିହ୍ନ ର ଉତ୍ତର ମିଳିପାରିବ |ଏବଂ ଏହି ରେସସ ମାଙ୍କଡ ଏହିପରି ଏକ ଅନୈତିକ ପରିସ୍ଥିତି ସୃଷ୍ଟି କରିବା ସମ୍ଭବ ହୋଇପାରିବ ନାହିଁ କାରଣ ଏମାନେ ମାଙ୍କଡ ହେଲେ ମଧ୍ୟ ମଣିଷ ଠାରୁ ବହୁତ ଅଲଗା |
ଆଶ୍ଚର୍ଯ୍ୟ ହେବର କଥା ଯେ ଏହି ମାଙ୍କଡ ମାନେ ବହୁ ପ୍ରକାର ସ୍ମରଣ ଶକ୍ତି ର ଦକ୍ଷତା ପରୀକ୍ଷା ରେ ସଫଳ ହେବ ସହ ବହୁ ପ୍ରକାର ରଙ୍ଗ ଏବଂ ଆକାର ର ଚିହ୍ନଟ ମଧ୍ୟ କରିପାରିଥିଲେ |