Animal Husbandry

Subsidy Loan: ୨୦ ଲକ୍ଷ ଲୋନରେ ମିଳିବ ସବ୍‌ସିଡି !

୨୦୧୪ ରୁ ୨୦୨୩ ମଧ୍ୟରେ ଭାରତରେ ପ୍ରାୟତଃ ୫୮ ପ୍ରତିଶତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇଛି

14 August, 2024 2:27 PM IST By: Tanushree Mahapatra

ଚାଷୀଙ୍କ ପାଇଁ ବିଭିନ୍ନ ସମୟରେ ସରକାରୀ ତଥା ବେସରକାଲୀ ସଂସ୍ଥା ଅନେକ ପ୍ରକାର ସୁବିଧା ପ୍ରଚଳନ କରିଥାନ୍ତି l ଯାହାର ସମସ୍ତ ଫାଇଦା ଚାଷୀ ପାଇଥାନ୍ତି l ସେହିପରି ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଖବର l  ବର୍ତ୍ତମାନ ସମୟରେ କୃଷିକାମ ସହ ଜଡ଼ିତ ଥିବା ଉଦ୍ୟୋଗ ପ୍ରତି ଅଧିକ ମନ ବଳାଉଛନ୍ତି ଅନେକ ଯୁବଗୋଷ୍ଠୀ ।

ଯାହାକୁ ଦେଖି ସରକାର ଅନେକ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ଚାଷୀଙ୍କୁ ।ସରକାର ଡାଏରୀ ଫାର୍ମ ଉପରେ ଅଧିକ ଫୋକସ କରିଛନ୍ତି କାରଣ ଦୁଗ୍ଧ ଉତ୍ପାଦନରେ ଆମ ଦେଶ ଆଗରେ ରହିଛି l ସାରା ବିଶ୍ୱର ପ୍ରାୟତ ୨୫ ପ୍ରତିଶଦ ଦୁଗ୍ଧ ଭାରତରେ ହିଁ ଉତ୍ପାଦନ ହେଉଛି । ଏହାର ଅର୍ଥ ହେଉଛି ଯେ ଆମ ଦେଶରେ ଏକ ଚତୁର୍ଥାଂଶ ଦୁଗ୍ଧ ଉତ୍ପାଦନ ହୋଇଥାଏ । ତେବେ ୨୦୧୪ ରୁ ୨୦୨୩ ମଧ୍ୟରେ ଭାରତରେ ପ୍ରାୟତଃ ୫୮ ପ୍ରତିଶତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇଛି । 

ଦେଶରେ ଡାଏରୀ ଫାର୍ମ ଉପରେ ନିର୍ଭର କରନ୍ତି ଅନେକ କୃଷକ । ତେଣୁ ସରକାର ମଧ୍ୟ ପଶୁପାଳନ ବିକାଶ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଏଥିପାଇଁ ପଶୁ ପାଳକଙ୍କ ପାଇଁ ବିଭିନ୍ନ ସ୍କିମ୍‌ କାର୍ଯ୍ୟକାରୀ କରାଯାଉଛି । ଯେଉଁଥିରେ ଚାଷୀଙ୍କୁ ସବ୍‌ସିଡି ମଧ୍ୟ ଦିଆଯାଉଛି । ଡାଏରୀ ଫାର୍ମ ଏଭଳି ଏକ ଉଦ୍ୟୋଗ ଯେଉଁଥିରେ ଜଣେ ଚାଷୀ ଦୁଇଟି ଗାଇ କିମ୍ବା ମଇଁଶିରୁ ମଧ୍ୟ ଆରମ୍ଭ କରି ପାରିବ । ଏଥିରେ ଅଧିକ ନିବେଶ କରିବାର ଆବଶ୍ୟକତା ନାହିଁ । ଯୁବଗୋଷ୍ଠୀଙ୍କୁ ଏହି ଉଦ୍ୟୋଗ ପ୍ରତି ଅଧିକ ରୁ ଅଧିକ ଆକର୍ଷିତ କରିବା ପାଇଁ ସରକାର ସବସିଡି୍‌ ସହ ଲୋନ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ବଡ଼ ବିଷୟ ହେଉଛି ନାବାର୍ଡ ଯୁବଗୋଷ୍ଠୀ ଓ ଚାଷୀଙ୍କ ଡାଏରୀ ଫାର୍ମ ଆରମ୍ଭ କରାଇବାକୁ " ଡାଏରୀ ଉଦ୍ୟମିତା ବିକାଶ ଯୋଜନା " ରେ ଲୋନ୍‌ ପ୍ରଦାନ କରୁଛନ୍ତି । ନୂଆ ଫାର୍ମ ଖୋଲୁଥିବା ଚାଷୀଙ୍କୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି ।  ଏହି ଯୋଜନାରେ କ୍ଷୁଦ୍ର ଡାଏରୀ ଫାର୍ମକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ନାବାର୍ଡ ତରଫରୁ । ଏଭଳି ଫାର୍ମ ସ୍ଥାପନ ପାଇଁ ଚାଷୀଙ୍କୁ ୨୫ ପ୍ରତିଶତ ସବ୍‌ସିଡି ଯୋଗାଇ ଦିଆଯିବ । କିନ୍ତୁ, ମହିଳାଙ୍କୁ ଏହି କ୍ଷେତ୍ରରେ ମୋଟ ୩୩.୩୩ ପ୍ରତିଶତ ସବସିଡି ଋଣ ଯୋଗାଇ ଦିଆଯିବ । ଜାଣି ରଖିବା ଉଚିତ ଯେ, ଏହି ପ୍ରୋତ୍ସାହନ ରାଶି କେବଳ ୧୦ ଲିଟରରୁ ଅଧିକ କ୍ଷୀର ଦେଉଥିବା ଗାଇଙ୍କ ପାଇଁ ଯୋଗାଇ ଦିଆଯିବ । ଏହି ଡାଏରୀ ଯୋଜନାର କ୍ଷୀର କାଢ଼ିବା ପାଇଁ ଆବଶ୍ୟକ ହେଉଥିବା ମେସିନ୍‌, କ୍ଷୀର ପରୀକ୍ଷଣ ପାଇଁ ଯନ୍ତ୍ର, କ୍ଷୀର ଷ୍ଟୋର୍‌ କରିବା ପାଇଁ ଆଦି ଯନ୍ତ୍ର ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ଚାଷୀଙ୍କୁ । ଋଣ ପରିଶୋଧରେ ସବସିଡି ମଧ୍ୟ ପ୍ରଦାନ କରାଯିବ ।

ଏଭଳି ଋଣ ଉପରେ କମ୍‌ ଟାକ୍ସ ରହିବ । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଜଣେ ଚାଷୀଙ୍କୁ ପ୍ରଥମେ ଡାଏରୀ ପଞ୍ଜିକରଣ କରିବାକୁ ହେବ । ଏହାପରେ ବ୍ୟାଙ୍କ୍‌କୁ ଯାଇ ଆବେଦନ କରିଥିବା ସବସିଡି ଫର୍ମ ଭରିବାକୁ ହେବ । ଅଧିକ ଲୋନ୍‌ ଆବଶ୍ୟକତା ରହିଥିଲେ ନାବାର୍ଡକୁ ଯାଇ ଡାଏରୀ ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଜମା କରନ୍ତୁ । ଅଧିକ ତଥ୍ୟ ଜାଣିବାକୁ https://nabard.org  ରେ ଲଗ୍‌ ଇନ୍‌ କରନ୍ତୁ l

ଅଧିକ ପଢ଼ନ୍ତୁ

ଅକୋଲାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ରେୱା ଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ