ଓଡିଶାରେ ମାଛର ଚାହିଦା ଥିବା ବେଳେ ଓଡିଶା ସରକାର ମଧ୍ୟ ଏହାକୁ ଦୃଷ୍ଟିରେ ରଖି ବିଭିହ୍ନ ପ୍ରକାର ଯୋଜନା ମାଧ୍ୟମରେ ମାଛ ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି | ଓଡିଶା ସରକାରଙ୍କ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମାଛ ଚାଷୀ ମାନେ ଚାଷ (Fish farming )ପାଇଁ ବିଭିହ୍ନ ପ୍ରକାର ଲାଭ ପାଇବା ସହ ଭଲ ଉପାର୍ଜନ ମଧ୍ୟ କରିପାରିବେ | ମାଛ ଚାଷ ପାଇଁ ସରକାରଙ୍କର ଥିବା ଯୋଜନା ଗୁଡିକ ହେଲା:
1 - ମତ୍ସ୍ୟ ପୋଖରୀ ଯୋଜନା :-
ଏହି ଯୋଜନାଟି ମତ୍ସ୍ୟ ଚାଷ ବିଭାଗ ଓଡିଶା ସରକାରଙ୍କ (Odisha goverment)ଦ୍ଵାରା ୨୦୧୭-୧୮ ମସିହାରୁ ଆରମ୍ଭ ହୋଇଛି | ମତ୍ସ୍ୟ ଚାଷୀ ମାନେ ନୃତନ ପୋଖରୀ ଖନନ ନିମନ୍ତେ ବ୍ଲକ ସ୍ତରୀୟ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଆବେଦନ କରି ପାରିବେ | ଏକ ହେକ୍ଟର ନୂତନ ପୋଖରୀ ଖନନ ନିମନ୍ତେ ୮ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳରେ ୫୦ ପ୍ରତିଶତ ସରକାରୀ ସହାୟତା ଯୋଗାଇ ଦିଆଯାଉଛି | ଜଣେ ମତ୍ସ୍ୟ ଚାଷୀ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ନୃତନ ପୋଖରୀ ଖନନ କରିପାରିବେ ,ଏବଂ ସର୍ବନିମ୍ନ ୦.୨ ହେକ୍ଟର ପୋଖରୀ ପାଇଁ ସହାୟତା ପାଇପାରିବେ |
2 - ନୂତନ ପୋଖରୀ ଖନନର ଖର୍ଚ୍ଚ ଅଟକଳ ସହାୟତା :-
ନୂତନ ମତ୍ସ୍ୟ ପୋଖରୀ (Fish pond ) ଖନନ ନିମନ୍ତେ ସହାୟତା ପାଇଁ ଜୋନ ସ୍ତରୀୟ ମତ୍ସ୍ୟ ଅଧିକାରୀ ,ଜିଲ୍ଲା ସ୍ତରୀୟ ମତ୍ସ୍ୟ ଅଧିକାରୀ ,ଜୋନ ସ୍ତରୀୟ କୃଷୀ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ପାଇବା ପରେ ମତ୍ସ୍ୟଚାଷୀ ମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପାଇପାରିବେ |
ପୋଖରୀ ଖନନ -୫୦୦୦୦୦/–ସହାୟତା ୨୫୦୦୦୦/
ଜଗୁଆଳୀ ଓ ଜିନିଷପତ୍ର ରଖିବା ଗୃହ-୧୦୦୦୦୦/–ସହାୟତା ୫୦୦୦୦/
ପାଣିପମ୍ପ ଓ ପାଣିର ପରିଚାଳନା-୧୦୦୦୦୦/–ସହାୟତା ୫୦୦୦୦/
ମତ୍ସ୍ୟ ଚାଷ ନିମନ୍ତେ ଖର୍ଚ୍ଚ-୧୫୦୦୦୦/–ସହାୟତା ୭୫୦୦୦/
ସର୍ବମୋଟ ୮୫୦୦୦୦–ସହାୟତା ୪୨୫୦୦୦
3 - ଡଙ୍ଗା ଓ ଜାଲ କ୍ରୟ ଯୋଜନା:-
ଏହି ଯୋଜନା ମାଧ୍ୟମରେ ନୂତନ ଡଙ୍ଗା ପାଇଁ ୩୦,୦୦୦ /- ଟଙ୍କା ଓ ଜାଲ କ୍ରୟ(Fish catch net)ପାଇଁ ୨୦,୦୦୦ ଟଙ୍କା ସମୁଦାୟ ୫୦,୦୦୦ ଟଙ୍କା ଖର୍ଚ୍ଚ ଅଟକଳରେ ୨୫,୦୦୦ ଟଙ୍କା ମାଛ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି |
4 - ମାଛ ପରିବହନ :-
ମାଛ ପରିବହନ (fish transport)ଯୋଜନା ମାଧ୍ୟମରେ ଘରକୁ ଘର ବୁଲି ମାଛ (Fish)ବିକ୍ରୟ ପାଇଁ ଦୁଇଚକିଆ ଯାନସହ ବରଫ ବାକ୍ସ ନିମନ୍ତେ ସମୁଦାୟ ଖର୍ଚ୍ଚ ଅଟକଳ ୬୦,୦୦୦ /-ଟଙ୍କାର ୩୦,୦୦୦/-ଟଙ୍କା ସହାୟତା ଏବଂ ତିନିଚକିଆ ଡାଲାଅଟୋ ୨,୦୦,୦୦୦ /- ଟଙ୍କା ଖର୍ଚ୍ଚ ଅଟକଳରେ ୧,୦୦,୦୦୦/-ଟଙ୍କା ସହାୟତା ,ପ୍ରାଥମିକ ମତ୍ସ୍ୟଜୀବି ସଙ୍ଘ ଓ ସେଲ୍ଫ ହେଲ୍ପ ଗ୍ରୁପର ସଦସ୍ୟ ମାନଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଛି |
5 - ଜଳ ପ୍ଳାବିତ ପୋଖରୀ ଉନ୍ନତି ନିମନ୍ତେ:-
ଏହି ଯୋଜନାରେ ଖାଲ ଓ ସନ୍ତ ସନ୍ତିଆ ପୋଖରୀର (fish pond) ଖନନ ଓ ଉନ୍ନତି ନିମନ୍ତେ ୫,୦୦,୦୦୦/-ଟଙ୍କା ଓ ମାଛ ଚାଷ ନିମନ୍ତେ ୧,୫୦,୦୦୦/- ଟଙ୍କା ସମୁଦାୟ ୬,୫୦,୦୦୦/-/- ପ୍ରତି ହେକ୍ଟର ଖର୍ଚ୍ଚ ଅଟକଳରେ ୪୦ ପ୍ରତିଶତ ସହାୟତା ଯୋଗାଇ ଦିଆଯାଉଛି |
ଉନ୍ନତ ପ୍ରଜାତିର କଉ ମାଛ ''ଗିଫଟ୍ ଟିଲାପିଆ"
ମିଶ୍ରିତ ପ୍ରଜାତିର ମାଛ ପାଳନ କରନ୍ତୁ…ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା…