୫୧୧ ଟି ବସାରୁ ,୪୯,୪୪୪ ଟି ଅଣ୍ଡା ସଂଗ୍ରହ କରିଲେ ବନ ବିଭାଗ
ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ରେ ଥିବା ଅସ୍ତରଙ୍ଗ ରେଞ୍ଜ ତରଫରୁ ଅସ୍ତରଙ୍ଗ ଉପକୂଳରେ ଚଳିତବର୍ଷ ୫୧୧ ବସାରୁ ମୋଟ ୪୯,୪୪୪ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହୋଇଥିବା ଅସ୍ତରଙ୍ଗ ରେଞ୍ଜ ଅଫିସର ଯୋଗେନ୍ଦ୍ର ନାଥ ପାତ୍ର ଏକ ସାକ୍ଷାତ୍କାର ରେ ପ୍ରକାଶ କରିଥିଲେ |
ଏହି ରେଞ୍ଜ ରେ ଅଣ୍ଡା ସଂଗ୍ରହ କରି ସେଥିରୁ ଛୁଆ ଫୁଟିବା ଓ ତାକୁ ସମୁଦ୍ର ରେ ଛାଡିବା ଲାଗି ୫ ଟି ହାଚେରୀ ଏବଂ ୧୦ ଟି କର୍ମଚାରୀ ନିଯୁକ୍ତ ଅଛନ୍ତି|ଦେବୀ ମାଉଥ ରେ ଥିବା ଆଇଲ୍ୟାଣ୍ଡ ରେ ୧୨୮ ପ୍ରାକୃତିକ ବସାରୁ କେତେକ କଇଁଛ ଅଧ୍ୟା ଅଣ୍ଡା ଦେଇ ସମୁଦ୍ରକୁ ଫେରି ଯିବାର ଦେଖିବାକୁ ମିଳିଛି |ନଭେମ୍ବର ଠାରୁ ମାର୍ଚ୍ଚ ମଧ୍ୟରେ ସେମାନଙ୍କର ସଙ୍ଗମ ସହ ଅଣ୍ଡାଦାନ ପ୍ରକ୍ରିୟା ରହିଥିବାସ୍ଥଳେ ବର୍ତମାନ ସୁଦ୍ଧା ବିଭିନ୍ନ ହାଃଚେରୀ ରୁ ୭୭୦ ଅଲିଭ ରିଡ଼ଲେ ସାବକ ଙ୍କୁ ବନ ବିଭାଗ ସମୁଦ୍ର ରେ ଛାଡ଼ିଛି |
ଗତ ବର୍ଷ ସେହିପରି ୧୪୨୧ ବସାରୁ ୫୭,୨୩୩ ଟି ଅଲିଭ ରିଡ଼ଲେ ଙ୍କ ଅଣ୍ଡା ବନବିଭାଗ ସଂଗ୍ରହ କରିଥିଲେ |ଚଳିତ ବର୍ଷ ପାଗ ଅନୁକୁଳ ନ ଥିବାରୁ ତଥା ଦକ୍ଷିଣ ପବନ ନ ବହିବାରୁ ଶ୍ରୀଲଙ୍କା ଉପକୂଳରୁ ହଜାର ହଜାର ନଟିକିଲ ମାଇଲ ଅତିକ୍ରମ କରି ଆସୁଥିବା ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ବାଧା ସୃଷ୍ଟି ହୋଇଛି ବୋଲି ପରିବେଶ ବିତମାନେ ମତବ୍ୟକ୍ତ କରିଛନ୍ତି |