Animal Husbandry

କୁକୁଡ଼ା ପାଳନ ପାଇଁ OMBADC ଯୋଜନା

ଏହି ଯୋଜନାରେ ଚାଷୀଙ୍କୁ ମୋଟ୍ ଖର୍ଚ୍ଚ ଅଟକଳର ୧୦୦ ପ୍ରତିଶତ ସହାୟତା ପ୍ରଦାନ କରାଯାଇଥାଏ l

31 August, 2024 11:09 AM IST By: Tanushree Mahapatra

Odisha Mineral Bearing Areas Development Corporation (OMBADC ) ବା ଓଡ଼ିଶାର ଖଣିଜ ଅଞ୍ଚଳ ବିକାଶ ପରିଷଦ ମାଧ୍ୟମରେ ଓଡ଼ିଶାର ୭ଟି ଜିଲ୍ଲାରେ ଯଥା - କେନ୍ଦୁଝର , ମୟୁରଭଞ୍ଜ , ସୁନ୍ଦରଗଡ଼ , ଝାରସୁଗୁଡ଼ା , ଦେଓଗଡ଼ , ଯାଜପୁର , ଢେଙ୍କାନାଳ ଜିଲ୍ଲାରେ କୁକୁଡ଼ା ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାରର ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି l

ବିଭିନ୍ନ ପ୍ରକାରର OMBADC ଯୋଜନା

) ଡିପ ଲିଟର ମାଧ୍ୟମରେ ବ୍ରୟଲର୍ କୁକୁଡ଼ା ( ୨୦୦ କୁକୁଡ଼ା ) ଫାର୍ମ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା :-

ଏହି ଯୋଜନାରେ ଚାଷୀଙ୍କୁ ମୋଟ୍ ଖର୍ଚ୍ଚ ଅଟକଳର ୧୦୦ ପ୍ରତିଶତ ସହାୟତା ପ୍ରଦାନ କରାଯାଇଥାଏ l

ଯୋଜନା ଅଟକଳ ସହାୟତା

୨୦୦ କୁକୁଡ଼ା କ୍ଷମତା ବିଶିଷ୍ଟ ଫାର୍ମ ପ୍ରତିଷ୍ଠା ପାଇଁ ଆବଶ୍ୟକ ରାଶି - ୭୧,୦୦୦ ଟଙ୍କା

ସରକାରୀ ସହାୟତା ( ୧୦୦ ଭାଗ ) -

ମୋଟ୍ ରାଶି ୪ଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ l ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା କୁକୁଡ଼ା ଘର Lintel ପର୍ଯ୍ୟନ୍ତ ତିଆରି ପରେ ପ୍ରଦାନ କରାଯିବ l ଦ୍ଵିତୀୟ କିସ୍ତିରେ ୨୦,୦୦୦ ଟଙ୍କା କୁକୁଡ଼ା ଘର ସମ୍ପୂର୍ଣ୍ଣ ତିଆରି ସରିଲା ପରେ ପ୍ରଦାନ କରାଯିବ l ତୃତୀୟ କିସ୍ତିରେ ୧୬,୦୦୦ ଟଙ୍କା କୁକୁଡ଼ା ଦାନା ଓ ଔଷଧ କିଣି ସରିଲା ପରେ ପ୍ରଦାନ କରାଯିବ l ଚତୁର୍ଥ କିସ୍ତିରେ ୧୫,୦୦୦ ଟଙ୍କା କୁକୁଡ଼ା କିଣି ସାରିଲା ପରେ ପ୍ରଦାନ କରାଯିବ l

) କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସହାୟତା :-

ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମୋଟ୍ ଖର୍ଚ୍ଚ ଅଟକଳରେ ୧୦୦ ପ୍ରତିଶତ ସହାୟତା ପ୍ରଦାନ କରାଯାଇଥାଏ l

କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ରାଶି - ୨,୫୪,୦୦୦ ଟଙ୍କା

ଯୋଜନା ଅଟକଳ ସହାୟତା ( ୧୦୦ ଭାଗ )

ମୋଟ୍ ରାଶି ୩ଟି କିସ୍ତିରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ l ପ୍ରଥମ କିସ୍ତିରେ ମୋଟ୍ ଅଟକଳର ୩୦ ଭାଗ ଅର୍ଥାତ ୭୬,୨୦୦ ଟଙ୍କା କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ଘର Lintel ପର୍ଯ୍ୟନ୍ତ ତିଆରି ସରିଲା ପରେ ପ୍ରଦାନ କରାଯିବ l ଦ୍ଵିତୀୟ କିସ୍ତିରେ ମୋଟ୍ ଅଟକଳର ୩୦ ଭାଗ ଅର୍ଥାତ ୭୬,୨୦୦ ଟଙ୍କା କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ସମ୍ପୂର୍ଣ୍ଣ ତିଆରି ସରିଲା ପରେ ପ୍ରଦାନ କରାଯିବ l ତୃତୀୟ କିସ୍ତିରେ ମୋଟ୍ ଅଟକଳର ୪୦ ଭାଗ ଅର୍ଥାତ ୧,୦୧,୬୦୦ ଟଙ୍କା କୁକୁଡ଼ା ଚିଆଁ କିଣି ସାରିବା ପରେ ପ୍ରଦାନ କରାଯିବ l

) କ୍ଷୁଦ୍ର କୁକୁଡ଼ା ଦାନା ପ୍ରସ୍ତୁତି କାରଖାନା ପ୍ରତିଷ୍ଠା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା :-

ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ୍ ଖର୍ଚ୍ଚ ଅଟକଳର ୧୦୦ ପ୍ରତିଶତ ସହାୟତା ପ୍ରଦାନ କରାଯାଇଥାଏ l

ଯୋଜନା ଅଟକଳ ସହାୟତା

ଘଣ୍ଟା ପ୍ରତି ୫୦ କି.ଗ୍ରା. ଉତ୍ପାଦନ କ୍ଷମତା ବିଶିଷ୍ଟ କୁକୁଡ଼ା ଦାନା ପ୍ରସ୍ତୁତି କାରଖାନା ପ୍ରତିଷ୍ଠା ପାଇଁ ଆବଶ୍ୟକ ରାଶି - ୨,୮୦,୦୦୦ ଟଙ୍କା

ସରକାରୀ ସହାୟତା ( ୧୦୦ ଭାଗ ) -

ମୋଟ୍ ରାଶି ତିନୋଟି କିସ୍ତିରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ l ପ୍ରଥମ କିସ୍ତିରେ ମୋଟ୍ ଅଟକଳର ୩୦ ଭାଗ ଅର୍ଥାତ ୮୪,୦୦୦ ଟଙ୍କା କୁକୁଡ଼ା ଦାନା ପ୍ରସ୍ତୁତ କାରଖାନା ଘର Lintel ପର୍ଯ୍ୟନ୍ତ ସରିଲା ପରେ ପ୍ରଦାନ କରାଯିବ l ଦ୍ଵିତୀୟ କିସ୍ତିରେ ମୋଟ୍ ଅଟକଳର ୩୦ ଭାଗ ଅର୍ଥାତ ୮୪,୦୦୦ ଟଙ୍କା କୁକୁଡ଼ା ଦାନା ପ୍ରସ୍ତୁତି କାରଖାନା ଘର ସମ୍ପୂର୍ଣ୍ଣ ତିଆରି ସରିଲା ପରେ ପ୍ରଦାନ କରାଯିବ l ତୃତୀୟ କିସ୍ତିରେ ମୋଟ୍ ଅଟକଳର ୪୦ ଭାଗ ଅର୍ଥାତ ୧,୧୨,୦୦୦ ଟଙ୍କା କୁକୁଡ଼ା ଦାନା ପ୍ରସ୍ତୁତି କାରଖାନା କିଣି ସାରିବା ପରେ ପ୍ରଦାନ କରାଯିବ l

) କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସହାୟତା :-

ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମୋଟ୍ ଖର୍ଚ୍ଚ ଅଟକଳର ୧୦୦ ପ୍ରତିଶତ ସହାୟତା ପ୍ରଦାନ କରାଯାଇଥାଏ l

ଯୋଜନା ଅଟକଳ ସହାୟତା

୭୫୦୦ କ୍ଷମତା ବିଶିଷ୍ଟ ଅଣ୍ଡା ସେଟର ଓ ୨୫୦୦ କ୍ଷମତା ବିଶିଷ୍ଟ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ରାଶି - ୬,୬୬,୦୦୦ ଟଙ୍କା

ସରକାରୀ ସହାୟତା ( ୧୦୦ ଭାଗ ) -

ମୋଟ୍ ରାଶି ୪ଟି କିସ୍ତିରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ l ପ୍ରଥମ କିସ୍ତିରେ ମୋଟ୍ ଅଟକଳର ୨୦ ଭାଗ ଅର୍ଥାତ ୧,୩୨ , ୦୦୦ ଟଙ୍କା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରର ଘର Lintel ପର୍ଯ୍ୟନ୍ତ ତିଆରି ସରିଲା ପରେ ପ୍ରଦାନ କରାଯିବ l ଦ୍ଵିତୀୟ କିସ୍ତିରେ ମୋଟ୍ ଅଟକଳର ୩୦ ଭାଗ ଅର୍ଥାତ ୧,୯୮,୦୦୦ ଟଙ୍କା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରର ଘର ସମ୍ପୂର୍ଣ୍ଣ ତିଆରି ସରିଲା ପରେ ପ୍ରଦାନ କରାଯିବ l ତୃତୀୟ କିସ୍ତିରେ ମୋଟ୍ ଅଟକଳର ୩୦ ଭାଗ ଅର୍ଥାତ ୧,୯୮,୦୦୦ ଟଙ୍କା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରର ଯନ୍ତ୍ରପାତି ଓ ଉପକରଣ କିଣି ସାରିବା ପରେ ପ୍ରଦାନ କରାଯିବ l ଚତୁର୍ଥ କିସ୍ତିରେ ମୋଟ୍ ଅଟକଳର ୨୦ ଭାଗ ଅର୍ଥାତ ୧,୩୨,୦୦୦ ଟଙ୍କା ସେଟର୍ ରେ ପ୍ରଥମ ଦଫା ଅଣ୍ଡା ବସାଇଲା ପରେ ପ୍ରଦାନ କରାଯିବ l

ଇଚ୍ଛୁକ ଚାଷୀମାନେ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହି ସବୁ ଯୋଜନା ଗୁଡ଼ିକ ବିଷୟରେ ଅଧିକ ବିବରଣୀ ଓ ସହାୟତା ନିମନ୍ତେ ସ୍ଥାନୀୟ ବ୍ଲକ ପ୍ରାଣୀ ଚିକିତ୍ସାଳୟ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ l

Author- ଡଃ ଲିପସ୍ମିତା ସାମଲ , ସହକାରୀ ପ୍ରଫେସର
ଓୟୁଏଟି , ଭୁବନେଶ୍ୱର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)