Animal Husbandry

ମହଙ୍ଗା ହେଲା କ୍ଷୀର , ଏବେ ଉପକୃତ ହେବେ ଦୁଗ୍ଧ ଚାଷୀ

ଉତ୍କଳ ଦିବସରେ ଗୋଟିଏ ପଟେ ଏଲପିଜି ଗ୍ୟାସ ଦର ହ୍ରାସ ପାଇଥିବାବେଳେ ଏପଟେ ଓମଫେଡ ଦର ବଢିଛି । ଗୋଟିଏ ପଟେ ଦୁଗ୍ଧ ଚାଷୀ ଉପକୃତ ହେବେ ସେହିପରି ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି l

03 April, 2023 12:21 PM IST By: Tanushree Mahapatra

ଉତ୍କଳ ଦିବସରେ ଗୋଟିଏ ପଟେ ଏଲପିଜି ଗ୍ୟାସ ଦର ହ୍ରାସ ପାଇଥିବାବେଳେ ଏପଟେ ଓମଫେଡ ଦର ବଢିଛି ।  ଗୋଟିଏ ପଟେ ଦୁଗ୍ଧ ଚାଷୀ ଉପକୃତ ହେବେ ସେହିପରି ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି l ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ପୁଣି ଏବେ କ୍ଷୀର ମୂଲ୍ୟରେ ବୃଦ୍ଧି ଗ୍ରାହକଙ୍କ ଚିନ୍ତାକୁ ବଢ଼ାଇଛି ।

ଦୁଗ୍ଧ ଚାଷୀଙ୍କ ଦାବି ପରେ ମହଙ୍ଗା ହେଲା ଓମଫେଡ୍‌ କ୍ଷୀର ( Omfed Milk rate hike  ) । ଦାବି ଅନୁଯାୟୀ ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି ଓମଫେଡ୍ କ୍ଷୀର । ବର୍ଦ୍ଧିତ ମୂଲ୍ୟର ସିଂହ ଭାଗ ଦୁଗ୍ଧଚାଷୀଙ୍କୁ ମିଳିବ ବୋଲି କୁହାଯାଇଛି । ତେବେ ବର୍ଦ୍ଧିତ ୪ ଟଙ୍କାରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ମିଳିବ ୩ ଟଙ୍କା ୫୦ ପଇସା ।

ଅନେକ ଦିନ ଧରି ଗୋଖାଦ୍ୟ ସମେତ ଗୋପାଳନ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ଦୃଷ୍ଟିରୁ କ୍ଷୀର ଦର ବୃଦ୍ଧି କରିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଯାହାକୁ ଦୃଷ୍ଟିରେ ରଖି କ୍ଷୀର ଦର ବୃଦ୍ଧି କରାଯଇଛି l ତେବେ ଏହି କ୍ଷୀର ଦର ବୃଦ୍ଧି ପରେ ଏଜେଣ୍ଟଙ୍କୁ ଲିଟର ପିଛା ଅଧିକ ୨୦ ପଇସା କମିଶନ ମିଳିବ । ଓମଫେଡ୍ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ବଜାରରେ ଟୋନଡ୍ କ୍ଷୀର ଲିଟର ପିଛା ୪୨ ଟଙ୍କାରୁ ୪୬ ଟଙ୍କା, ଚା’ ସ୍ପେଶାଲ କ୍ଷୀର ଲିଟର ପିଛା ୪୬ ରୁ ୫୦ ଟଙ୍କା, ଗୋଲଡ ଓ ପ୍ରିମିୟମ କ୍ଷୀର ଲିଟର ପିଛା ୪୮ ଟଙ୍କାରୁ ୫୨ ଟଙ୍କାକୁ ବୃଦ୍ଧି ପାଇଛି । ଯେଉଁଥିରେ ଦୁଗ୍ଧ ଚାଷୀ ଉପକୃତ ହେବେ ସତ କିନ୍ତୁ ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି l କାରଣ ବର୍ଷ ଆରମ୍ଭରୁ କିଛି ନା କିଛି ଦ୍ରବ୍ୟର ଦର ବୃଦ୍ଧି ପାଉଛି l

କ୍ଷୀର ଏକ ଜରୁରୀ ଖାଦ୍ୟ ପଦାର୍ଥ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ଖାଉଟିମାନେ ସହଜରେ ହଜମ କରି ପାରୁ ନାହାନ୍ତି । ଅପରପକ୍ଷେ ଓମଫେଡ କ୍ଷୀର ଦରର ବୃଦ୍ଧିକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି।

ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତଙ୍କର କ୍ଷୀରର ଆବଶ୍ୟକତା ରହିଛି ସବୁଠି । ସରକାର ହଠାତ୍‌ ଏତେ ଟଙ୍କା କ୍ଷୀର ଦର ବଢ଼ାଇବା ଦ୍ୱାରା ଏହା ଗ୍ରାହକଙ୍କୁ ବାଧୁଛି । ହଠାତ୍‌ କ୍ଷୀର ଦର ୪ ଟଙ୍କା ବଢ଼ାଇବା ଖାଉଟିଙ୍କୁ ଚିନ୍ତାରେ ପକାଉଛି ।

ପୁଣି ଖାଉଟିଙ୍କ ଉପରେ ଏହା ଆଉ ଏକ ମହଙ୍ଗା ମାଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟରେ ବଢିଛି ଓମଫେଡ କ୍ଷୀର ଦର । ରାଜ୍ୟରେ ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି ।  ଏହା ଫଳରେ ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ କରାଯାଇଛି ।  ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇଥିବା କହିଛି ଓମଫେଡ୍ । ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୫୦୦ ଏମଏଲ ପ୍ରିମିୟମ କ୍ଷୀର ଓ ଗୋଲ୍ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି । ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି । ଏବେ ବର୍ଦ୍ଧିତ ଦର ଲାଗୁ ହେବା ପରେ ଉପକୃତ ହେବେ ଦୁଗ୍ଧ ଚାଷୀ । ଯେଉଁଥିପାଇଁ ସେମାନେ ଅନେକ ଦିନ ଧରି ଦାବି କରି ଆସୁଥିଲେ l

ଦେଶରେ ପ୍ରାୟ ୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ଟିକାକରଣ

ଗାଈ ଓ ମଇଁଷିଙ୍କ କ୍ଷୀର ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)