ଛେଳିର ମୁଖ୍ୟ ଆହାର ତିନି ପ୍ରକାରର l ପ୍ରଥମ ହେଲା ଦାନା , ଯାହା ବିଭିନ୍ନ ଶସ୍ୟ ଓ ଖଣିଜ ଲବଣର ମିଶ୍ରଣରେ ତିଆରି ହୁଏ l ଦ୍ଵିତୀୟଟି ହେଲା ଘାସ , ଯାହା ସବୁଦିନିଆ ଘାସ ବା ଋତୁକାଳୀନ ହୋଇଥାଏ l ତୃତୀୟଟି ହେଲା ଗଛର ଡାଳ ଓ ପତ୍ର l କେତେକ ଗଛ ଛେଳିର ଅତି ପ୍ରିୟ ଖାଦ୍ୟ ଅଟେ l ଯେପରିକି ସୁବାବୁଲ, ବରକୋଳି ପତ୍ର , ଓସ୍ତ ପତ୍ର , ପଣସ ପତ୍ର , ଅଜୋଲା ଇତ୍ୟାଦି l ଉପରୋକ୍ତ ଆହାର ଖାଇବା ଦ୍ୱାରା ଛେଳି ଲେଣ୍ଡିର ନାଇଟ୍ରୋଜେନ ବା ଯବକ୍ଷାରଜାନର ମାତ୍ରା ଖୁବ୍ ଅଧିକ ହୋଇଯାଏ l ଏହା ଫସଲ ଓ ବୃକ୍ଷର ବୃଦ୍ଧିରେ ସହାୟକ ହୁଏ l
ଛେଳି ଲେଣ୍ଡିର ବିଭିନ୍ନ ଉପାଦାନର ମାତ୍ରା ନିମ୍ନଲିଖିତ ପ୍ରଦାନ କରାଗଲା :-
୧) ଜୈବିକ ଅଙ୍ଗାରକ - ୪୬.୫୮%
୨) ଯବକ୍ଷାରଜାନ - ୦୧.୩୪%
୩) ଫସଫରସ୍ - ୦.୫୪%
୪) କ୍ୟାଲସିୟମ - ୧.୦୦ %
୫) ମ୍ୟାଗ୍ନେସିୟମ - ୦.୯୦ %
୬) ଅନ୍ୟାନ୍ୟ ଉପାଦାନ - ୪୮.୦୮ %
-----------------------------------
ସର୍ବମୋଟ୍ - ୧୦୦%
ଗାଈ ଗୋବରକୁ ତୁଳନା କଲେ, ଆମେ ନିମ୍ନ ସୂଚନା ପାଇବା l
ଏଥିରେ ୮୦% ଜଳୀୟ ଅଂଶ
+ ୧୪.୪% ବୃକ୍ଷଲତାର ଅଂଶ
+ ୫.୬% ଉପାଦେୟ ଅଂଶ ଥାଏ l
-----------------------------
ସର୍ବମୋଟ୍ - ୧୦୦ %
ଉପରୋକ୍ତ ତଥ୍ୟ ରୁ ଆମେ ଜାଣିବାକୁ ପାଇଲୁ ଯେ, ଛେଳି ଲେଣ୍ଡି ହେଉଛି ଗାଈ ଗୋବର ଅପେକ୍ଷା ପାଞ୍ଚ ଗୁଣ ଅଧିକ ଶକ୍ତିଶାଳୀ l
ଗୋଟିଏ ଏକର ଜମିରେ ଯଦି ଆମେ ୧ ହଜାର କିଲୋ ଗାଈ ଗୋବର ପକାଇଥାଉ , ତେବେ ସେହି ଜମିରେ ମାତ୍ର ୨୦୦ କିଲୋ ଛେଳି ଲେଣ୍ଡି ବ୍ୟବହାର କରିବା ଦ୍ୱାରା ଆମର ବିପୁଳ ଉତ୍ପାଦନ ହୋଇପାରିବ l
ଛେଳି ବର୍ଷକୁ ହାରାହାରି ୨୦୦ କିଲୋ ଲେଣ୍ଡି ଦିଏ l ଏହାକୁ ଏକ ଖାଲ ଖୋଳି ସେଥିରେ ଜମା କରାଯିବା ଆବଶ୍ୟକ l ଏହା ଉପରେ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ ଜଳ ସିଞ୍ଚନ କରାଗଲେ ଜୀବାଣୁ /କୀଟାଣୁର ଅଭିବୃଦ୍ଧି ଭଲ ହୁଏ l ଛେଳି ଲେଣ୍ଡିକୁ ସିଧାସଳଖ ଭାବେ ଜିଆଖତ ନିମନ୍ତେ ବ୍ୟବହାର କରାଯିବା ଅନୁଚିତ୍ l ଏଥିରେ ଥିବା ଯବକ୍ଷାରଜାନ ଖାଇଲେ ଜିଆଗୁଡ଼ିକ ମରିଯାଆନ୍ତି l ତେଣୁ ଲେଣ୍ଡିକୁ ଅତି କମ୍ ରେ ମାସେ ପାଣି ପକାଇ ବତୁରାଈବା ଉଚିତ୍ l ଏହାପରେ ଜିଆଙ୍କୁ ଖାଇବାକୁ ଦିଆଯାଏ l
ଛେଳି ଲେଣ୍ଡିର ଖତ ବ୍ୟବହାର କରିବା ଫାଇଦା :-
୧) ଏହା ଗଛକୁ ପ୍ରଚୁର ପୋଷକତତ୍ତ୍ୱ ଦିଏ l
୨) ଏହା ମୃତ୍ତିକାର ଉର୍ବରତା ବଢ଼ାଏ l
୩) ଏଥିରେ ଯବକ୍ଷାରଜାନର ମାତ୍ରା ଅଧିକ ଥିବାରୁ ଫୁଲ ,ଫଳ , ଗଛର ଡାଳ / କାଣ୍ଡ ଭଲ ବଢ଼ିଥାଏ l
୪) ଏଥିରେ ନଡ଼ା /ଗଛର ପତ୍ର /ଡାଳ /ଶୁଖିଲା ଅଂଶ ଇତ୍ୟାଦି ଗୋଳେଇ ହେବ ଓ ମାଟିର ଗୁଣ ବଢ଼ାଇ ହେବ l
୫) ଏହା ମାଟିର ଜଳୀୟ ଅଂଶ ବୃଦ୍ଧିରେ ସାହାଯ୍ୟ କରେ l
୬) ଏହି ଖତକୁ ଗୁଣ୍ଡ ଭାବେ /ଦାନା ଭାବେ /ପାଣିରେ ଗୋଳେଇ ତରଳ ରୂପରେ ସିଞ୍ଚନ କରିହୁଏ l
୭) ଏହା ବୃକ୍ଷ ଓ ଶସ୍ୟକୁ ଯଥେଷ୍ଟ ପୋଷାକ ତତ୍ତ୍ୱ ଦିଏ l
୮) ଏଥିରେ କୌଣସି ପ୍ରକାରର କ୍ଷତିକାରକ ପଦାର୍ଥ ନାହିଁ l
ନବରଙ୍ଗପୁର ଜିଲ୍ଲାର ଜଣେ ଉଦ୍ୟୋଗୀ ଛେଳି ଲେଣ୍ଡିରୁ ଖତ ଉତ୍ପାଦନ କରି ବାର୍ଷିକ ୩୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି l ଏହି ଖତ ପାଇବା ପାଇଁ ନିମ୍ନ ଲିଖିତ ଠିକଣାରେ ଯୋଗାଯୋଗ କରନ୍ତୁ l
Author - ସବ୍ୟସାଚୀ ବେହେରା ( S.S integrated farm owner )