Animal Husbandry

ସୋଭପ୍ରଦ ମାଛ ଚାଷ ରେ ଜୀବିକା ...

ସୋଭପ୍ରଦ ମାଛ ଚାଷ ରେ ଜୀବିକା ...

22 April, 2019 11:29 AM IST By: KJ Staff

ସୋଭପ୍ରଦ ମାଛ ପ୍ରକୃତି ର ଏକ ଅପୂର୍ବ ଅବଦାନ |ଏହାକୁ ଚାଷ କରିବା ରେ ବହୁ ଲୋକ ରୁଚି ରଖିଥିଲା ବେଳେ ଏହା ଏକ ଅନ୍ୟତମ ଉଦ୍ୟୋଗ |ଏହି ଚାଷ ଦ୍ୱାରା ଆପଣ ବେଶ ଲାଭବାନ ହୋଇପାରିବେ |ଏହି ଉଦ୍ୟୋଗ ଲାଗି ଆପଣ ବହୁ ମାତ୍ର ରେ ସରକାରଙ୍କ ସହାୟତା ମଧ୍ୟ ପାଇପାରିବେ |


ତେବେ କେମିତି କରିବେ ସୋଭପ୍ରଦ ମାଛ ଚାଷ ?
ସଫଳ ଚାଷୀ ହେବା ଲାଗି ଆପଣଙ୍କୁ ଉତ୍ତମ ମାଛ ବିହନ ଏବଂ ଉପଯୁକ୍ତ ଯତ୍ନ ନେବା ସହ ଉଚିତ ସ୍ଥାନ ଏବଂ ଅବସ୍ଥିତି ମଧ୍ୟ ଆବଶ୍ୟକ|
-ଛୋଟ ଆକାର ରେ ଚାଷ କରିବା ଲାଗି ହାରାହାରି ୫୦୦ ବର୍ଗ ଫୁଟ ଆବଶ୍ୟକ ଯେଉଁଠାରେ କଂକ୍ରିଟ ର ଟାଙ୍କି ନିର୍ମାଣ କରାଯାଇଥାଏ |ଅଧିକ ମାଛ ଚାଷ ଲାଗି ୧ ହେକ୍ଟର ଜମି ନେଇ ସେଥରେ ପୋଖରୀ ଖୋଳି ଚାଷ କରନ୍ତୁ |
-ଛାଇ ହେବା ଲାଗି ସେଡ ଏବଂ ଚଢେଇ ମାନଙ୍କ ଦାଉ ରୁ ରକ୍ଷା ପାଇବା ଲାଗି ଟାଙ୍କି ବା ପୋଖରୀ ଉପରେ ଜାଲି ଲଗାନ୍ତୁ |ପ୍ରକୃଷ୍ଟ ଭାବେ ପାଣି ଓ ବିଦ୍ୟୁତ ର ଆୟୋଜନ ରହିବ ଅତି ଆବଶ୍ୟକ |

-ଜଳ ର ଅମ୍ଳତା କୁ ଭଲ ଭାବେ ଯାଞ୍ଚ କରନ୍ତୁ |ବେଟା ମାଛ ,କ୍ୟାଟ ଫିସ ପରି ପ୍ରଜାତି ବିଭିନ୍ନ ଅମ୍ଳତା ର ପାଣି ରେ ବଞ୍ଚିପାରିବେ ହେଲେ ଅନ୍ୟ କେତୋଟି ମାଛ ଯେପରି ଆଞ୍ଜେଲ ,ଟେଟ୍ରା ଇତ୍ୟାଦି ଙ୍କୁ ଅଳ୍ପ ଅମ୍ଳତା ଥିବା ଜଳ ଆବଶ୍ୟକ |
-ୟୁନିଟ ରେ ଏକ ବାୟୋ ଫିଲ୍ଟର ରହିବା ନିହାତି ଆବଶ୍ୟକ |
-ଉତ୍ତମ ବିହନ ଲାଗି ଗୋଟେ ୟୁନିଟ ର ମାଛ କୁ ବାରମ୍ବାର ପ୍ରଜନନ କରିବାକୁ ଦିଅନ୍ତୁ ନାହିଁ |ଅନ୍ୟ କୌଣସି ଫାର୍ମ ରୁ ମାଛ ଆଣି ପ୍ରଜନନ କରାଇଲେ ଭଲ |

-ବଜାରରେ ମିଳୁଥିବା ଉତ୍ତମ ମାନ ର ମାଛ ଖାଦ୍ୟ ବା ପେଲେଟ ବ୍ୟବହାର କରନ୍ତୁ |
-ବଞ୍ଚିଥିବା କୀଟ ଯେପରି ଜିଆ,ବ୍ଲଡ଼ ୱାର୍ମ,ଟୁବିଫ୍ଲେକ୍ସ ଇତ୍ୟାଦି ମାଛ ଜାଅଁଳା ଲାଗି ବେଶ ଉପଯୋଗୀ |
- ମାଛ ବିକିବା ଲାଗି ମଧ୍ୟ ନିକଟସ୍ଥ ବଜାର ସହ ଯୋଜାଯୋଗ ଜାରି ରଖନ୍ତୁ |
-ଅଧିକ ଲାଭବାନ ହେବା ଲାଗି ସମନ୍ବିତ ଚାଷ ପ୍ରଣାଳୀ ଉପରେ ନିର୍ଭର କରନ୍ତୁ |ମାଛ ଚାଷ ସହ ଜିଆ ଖତ ପ୍ରସ୍ତୁତି ବେଶ ଲାଭଦାୟକ |

-ଯଦି ମାଛ ବହୁଳ ସଂଖ୍ୟା ରେ ମୃତ୍ୟୁ ବରଣ କରୁଛନ୍ତି ତେବେ ତୁରନ୍ତ ନିକଟସ୍ଥ ମତ୍ସ୍ୟ ବିଭାଗ ସହ ଯୋଜାଯୋଗ କରନ୍ତୁ |
-ଅଧିକ ଖାରିଆ ପାଣି ବା ଲୌହ ଯୁକ୍ତ ପାଣି ରେ ଚାଷ କରନ୍ତୁ ନାହିଁ |

ପ୍ରଥମ ଥର ଲାଗି ଚାଷ କରୁଥିଲେ !
ନିଶ୍ଚିନ୍ତ ଭାବେ ଚାଷ କରିବା ଆଗରୁ ପ୍ରଶିକ୍ଷଣ କର୍ମଶାଳା ରେ ଭାଗ ନିଅନ୍ତୁ |ଏହା ବ୍ୟତୀତ ନିକଟସ୍ଥ ମଣ୍ଡି ବା ବଜାର ସହ ମଧ୍ୟ ସମ୍ପର୍କ ରଖିବା ଆବଶ୍ୟକ |ଏକ ବେଳେ ଗୋଟେ ପ୍ରଜାତି ମାଛ ର ଚାଷ କରନ୍ତୁ |ଗୋଲଡ଼ ଫିସ ,କ୍ୟାଟ ଫିସ ,ବେଟା ଫିସ ,ବାର୍ବ, ଇତ୍ୟାଦି ର ବେଶ ଅଧିକ ଚାହିଦା ରହିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)