Animal Husbandry

ପଶୁ ଆଧାର କାର୍ଡ: ଗାଈ, ମଇଁଷିମାନଙ୍କ ପାଇଁ ଆଧାର କାର୍ଡ !!

କେନ୍ଦ୍ରର ମୋଦୀ ସରକାର ଦେଶରେ ପଶୁପାଳନ ଉପରେ ସୂଚନା ସମ୍ବନ୍ଧୀୟ ଏକ ବଡ ଡାଟାବେସ୍ ନିର୍ମାଣ କରିଛନ୍ତି। ପ୍ରକୃତରେ କେନ୍ଦ୍ର ସରକାରଙ୍କର ଏହି ଚେଷ୍ଟା କରୁଛନ୍ତି ଯେମିତି ପଶୁଧନ ମାଧ୍ୟମରେ ଚାଷୀମାନଙ୍କର ରୋଜଗାରରେ ଉନ୍ନତି ଘଟିବ।

22 September, 2021 5:25 PM IST By: Sugyan Kumar Nayak

କେନ୍ଦ୍ରର ମୋଦୀ ସରକାର ଦେଶରେ ପଶୁପାଳନ ଉପରେ ସୂଚନା ସମ୍ବନ୍ଧୀୟ ଏକ ବଡ ଡାଟାବେସ୍ ନିର୍ମାଣ କରିଛନ୍ତି। ପ୍ରକୃତରେ କେନ୍ଦ୍ର ସରକାରଙ୍କର ଏହି ଚେଷ୍ଟା କରୁଛନ୍ତି ଯେମିତି ପଶୁଧନ ମାଧ୍ୟମରେ ଚାଷୀମାନଙ୍କର ରୋଜଗାରରେ ଉନ୍ନତି ଘଟିବ। କେନ୍ଦ୍ରୀୟ ପଶୁପାଳନ ବିଭାଗର  ସୂଚନା ଅନୁସାରେ ଆସନ୍ତା ଦେଢ ବର୍ଷରେ ହାରାହାରି 50 କୋଟିରୁ ଅଧିକ ଗୋରୁଗାଇମାନଙ୍କୁ ସେମାନଙ୍କ ମାଲିକ, ସେମାନଙ୍କ ପ୍ରଜାତି ଆଉ ଗାଇଗୋରୁମାନଙ୍କର ଉତ୍ପାଦକତା ଜାଣିବା ପାଇଁ ଡିଜିଟାଲ ପ୍ଲାଟଫର୍ମରେ ଇଉନିକ ଆଇଡି ଦିଆଯିବ। ଆଉ ସେମାନଙ୍କ କାନରେ ୮ ଗ୍ରାମ ଓଜନ ବିଶିଷ୍ଟ ଟ୍ୟାଗ ଲଗାଯିବ । ଏହି ଟ୍ୟାଗ ଉପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଛପା ହୋଇ ରହିବ l

କ'ଣ ଅଟେ ପଶୁ ଆଧାର କାର୍ଡ

ପଶୁମାନଙ୍କ ଟ୍ୟାଗିଙ୍ଗ ହେଉଛି ପଶୁ ଆଧାର କାର୍ଡ । ଏବେ ଦେଶ ସାରା ପ୍ରତ୍ୟେକ ଗାଈ ଆଉ ମଇଁଷିମାନଙ୍କ ପାଇଁ ସ୍ୱତନ୍ତ୍ର ଚିହ୍ନଟ ନମ୍ବର ଉପଲବ୍ଧ ହେବ। ଏହା ମାଧ୍ୟମରେ ପଶୁପାଳକ ଘରେ ରହି ନିଜ ପଶୁମାନଙ୍କ ବିଷୟରେ ସୂଚନା ନେଇପାରିବେ । ଟୀକାକରଣ, ପ୍ରଜାତି, ଚିକତ୍ସା ସହାୟତା ସହିତ ଅନ୍ୟ ସବୁ କାର୍ଯ୍ୟ ସହଜରେ ହୋଇପାରିବ । ଇ – ଗୋପାଳ ଆପ୍ ଆରମ୍ଭ କରିବା ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶୁ ଆଧାରର କଥା କହିଥିଲେ। ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ପଶୁ ଆଧାର କାର୍ଡର କାମ ସମ୍ପୂର୍ଣ୍ଣ ହୋଇଗଲେ ପ୍ରତ୍ୟେକ ପଶୁମାନଙ୍କ ବିଷୟରେ ସମସ୍ତ ତଥ୍ୟ ପାଇପାରିବେ ଏବଂ ପଶୁମାନଙ୍କ କ୍ରୟ ଓ ବିକ୍ରୟ ସହଜ ହେଇପାରିବ ।

ପଶୁପାଳନ ଏବଂ ଡାଇରୀ ସଚିବ ଅତୁଲ ଚତୁର୍ବେଦୀଙ୍କ କହିବା ଅନୁସାରେ, ଚାଷୀମାନଙ୍କ ପାଇଁ ପଶୁପାଳନ ଏଟିଏମ ସମାନ ଅଟେ । ଖୁଚୁରା ବିକ୍ରେତାଙ୍କ ପାଇଁ କ୍ଷୀର ପରି କୌଣସି ବି ଉତ୍ପାଦ ଏତେ ଶୀଘ୍ର ଏତେ ଆଗକୁ ବଢି ନଥାଏ । ଆମର ଲକ୍ଷ୍ୟ ଡାଇରୀ କ୍ଷେତ୍ରରେ ବଜାରର ବର୍ତ୍ତମାନ ଚାହିଦାକୁ ୧୫୮ ମିଲିୟନ ମେଟ୍ରିକ ଟନରୁ ବଢେଇ ଆସନ୍ତା ୫ ବର୍ଷରେ ୨୯୦ ମିଲିୟନ ମେଟ୍ରିକ ଟନ କରିବାର ଲକ୍ଷ୍ୟ ରହିଛି l

ଭାରତରେ ପଶୁଧନ ଆଉ କ୍ଷୀର ଉତ୍ପାଦନ

ଭାରତ ଦୁନିଆର ସବୁଠାରୁ ବଡ କ୍ଷୀର ଉତ୍ପାଦକ ଦେଶ ଅଟେ l ୨୦୧୮ରେ  ୧୭୬.୩ ମିଲିୟନ ଟନ କ୍ଷୀରର ଉତ୍ପାଦନ କରିଛି, ବିଶ୍ଵର ମୋଟ କ୍ଷୀର ଉତ୍ପାଦନରେ ଭାରତର ଯୋଗଦାନ ହାରାହାରି ୨୦ % ରହିଛି ।  ଜାତୀୟ ଡାଇରୀ ଡେଭେଲପମେଣ୍ଟ ବୋର୍ଡ ଅନୁସାରେ ୨୦୧୮-୧୯ରେ ଭାରତରେ ପ୍ରତି ବ୍ୟକ୍ତିଙ୍କର ପ୍ରତି ଦିନ କ୍ଷୀରର ଉପଲବ୍ଧତା ହାରାହାରି ୩୯୪ ଗ୍ରାମ ଥିଲା। ଏହି ପରିପ୍ରେକ୍ଷୀରେ ହରିୟାଣା ସବୁଠୁ ଆଗରେ ଅଟେ, ଯେଉଁ ଠାରେ ପ୍ରତି ବ୍ୟକ୍ତି ପାଇଁ ଉପଲବ୍ଧତା ହାରାହାରି ୧୦୮୭ ଗ୍ରାମ ହୋଇଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)