Animal Husbandry

ବର୍ଷା ଋତୁରେ କିପରି ନେବେ କୁକୁଡ଼ାଙ୍କ ଯତ୍ନ ?

ବର୍ଷା ଦିନରେ ହେଉଥିବା ସମସ୍ତ ଅସୁବିଧା ଯୋଗୁ ଅନେକ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୋଇଥାନ୍ତି...

20 August, 2024 12:45 PM IST By: Tanushree Mahapatra

ଚାଷୀ ଶସ୍ୟ ତଥା ପନିପରିବା ଚାଷ କରିବା ସହିତ ବଜାରରେ ମାଂସର ଚାହିଦାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ମଧ୍ୟ କରୁଛନ୍ତି l ଏହି ଚାଷରେ ଲାଭ ମଧ୍ୟ ପାଉଛନ୍ତି ଚାଷୀ l ଓଡିଶା ଅନେକ ଲୋକ ଜୀବିକା ନର୍ବାହା ପାଇଁ କୁକୁଡ଼ା ପାଳନ କରୁଛନ୍ତି l ଏଥିରୁ ଭଲ ଲାଭ ହେବା ସହିତ ବ୍ୟବସାୟରେ ଫାଇଦା ମଧ୍ୟ ଅଧିକ ହୋଇଥାଏ l କିନ୍ତୁ ବର୍ଷା ଦିନରେ ହେଉଥିବା ସମସ୍ତ ଅସୁବିଧା ଯୋଗୁ ଅନେକ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୋଇଥାନ୍ତି  l ବର୍ଷାଋତୁ କାଳୀନ ସମସ୍ୟାକୁ ଧ୍ୟାନରେ ରଖି ସଠିକ ପଦକ୍ଷେପ ନ ନେଲେ ଅନେକ  ସମସ୍ୟାର ସମ୍ମୁଖୀନ ହେବେ ଚାଷୀ  l ଯାହାଦ୍ୱାରା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ l ତେଣୁ ସଠିକ ଧ୍ୟାନ ଦେବାକୁ ପଡିବ କୁକୁଡ଼ା ଚାଷୀଙ୍କୁ କୁକୁଡ଼ାଙ୍କ ପ୍ରତି l

ବର୍ଷା ସମୟରେ କୁକୁଡା ଘର ଛାତର ମରାମତି କରିବା ଆବଶ୍ୟକ । ଛାତରେ କିଛି କଣା, ଫାଙ୍କକୁ ବନ୍ଦ କରିବା ଦରକାର l କୁକୁଡା ଘରର ଚଟାଣରେ ଫାଙ୍କା ଗାତ ଗୁଡିକୁ ମଧ୍ୟ ବନ୍ଦ କରିବା ଦରକାର l କୁକୁଡା ଘର ସାଧାରଣତଃ ଭୂମିଠୁ ସାମାନ୍ୟ ଉପରେ ତିଆରି କରା ଯାଇଥାଏ l କିନ୍ତୁ ଯଦି ଆପଣଙ୍କର କୁକୁଡା ଘର ଖାଲୁଆ ସ୍ଥାନରେ ଅବସ୍ଥିତ ତେବେ ଯେପରି ଘର ମଧ୍ୟକୁ ପାଣି ନ ପଶେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ l କୁକୁଡା ଘର ଚାରିପଟେ ଉଠିଥିବା ଅନାବନା ଘାସ, ଲତା ଜାତୀୟ ଗଛ, ବୁଦାକୁ ଗୁଡିକ ସଫା କରିଦେବା ଦରକାର l ବର୍ଷା ଦିନରେ କୁକୁଡ଼ା ଘରେ ସାପ ପଶିବା ଭୟ ମଧ୍ୟ ଅଧିକ ହୋଇଥାଏ l

ଯଦି ଆପଣ କୁକୁଡ଼ା ପାଳନ କରୁଛନ୍ତି ତେବେ ବର୍ଷା ଦିନରେ କୁକୁଡ଼ାମାନଙ୍କର ଖାଦ୍ୟର ପରିଚାଳନା ଏକ ଜରୁରୀ ବିଷୟ l ବର୍ଷା ଋତୁରେ ଅଧିକ ବର୍ଷା ହେଉଥିବା ଯୋଗୁଁ ଜଳବାୟୁରେ ଆର୍ଦ୍ରତା ପରିମାଣ ଅଧିକ ବଢିଯାଏ l କୁକୁଡ଼ାମାନଙ୍କ ଖାଦ୍ୟରେ କବକ ବଢିବା ମଧ୍ୟ ଆରମ୍ଭ କରିଦିଏ l ଯାହାଫଳରେ କୁକୁଡ଼ା ଏହି ଦାନାକୁ ଖାଇଲେ ସେମାନଙ୍କର ଖାଦ୍ୟ ଖାଇବା ପରିମାଣ କମିଯାଏ l ସେମାନେ ଝଡ଼ି ଯାଆନ୍ତି, ଶରୀରର ବୃଦ୍ଧି ବାଧାପ୍ରାପ୍ତ ହୁଏ,କୁକୁଡ଼ାଙ୍କ ଯକୃତରେ ଟ୍ୟୁମର ହେବା ସହ କୁକୁଡ଼ା ମୃତ୍ୟୁବରଣ କରନ୍ତି l ଏହିଭଳି ଖାଦ୍ୟ ଖାଇବା ଦ୍ୱାରା କୁକୁଡ଼ାଙ୍କୁ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ l ତେଣୁ ଏଥି ପ୍ରତି ଧ୍ୟାନ ଦେବାକୁ ପଡେ l ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ଆଗରୁ ଦାନା କିଣି ବର୍ଷା ଦିନ ପାଇଁ ସାଇତି ରଖନ୍ତୁ l ରଖିଥିବା ଦାନାକୁ ମଝିରେ ମଝିରେ ଖରାରେ ଶୁଖାନ୍ତୁ l ଏହା କରିବା ଦ୍ୱାରା କବକ ହେବେ ନାହିଁ କୁକୁଡ଼ା ଦାନାରେ l

କୁକୁଡ଼ା ଦାନା ରଖାଯାଉଥିବା ଗୋଦାମ ଗୃହର ବି ସଠିକ ଯତ୍ନ ନେବା ଆବଶ୍ୟକ l କୁକୁଡ଼ା ଗୃହରେ ଯେପରି ପାଣି ପ୍ରବେଶ କରିବ ନାହିଁ l ସେଥିଲାଗି ଧ୍ୟାନ ଦେବାକୁ ପଡିବ l କୁକୁଡ଼ା ଦାନାକୁ ଭୂମିରେ ନ ରଖି ଇଟା କିମ୍ବା କାଠ ପଟା ଉପରେ ରଖିଲେ ଭୂମିରୁ ଆର୍ଦ୍ରତା ଶୋଷି ପାରି ନଥାଏ ଦାନା ଗୁଡିକ l ମୂଷା ଭଳି ଦାନା ଖାଇଦେଉଥିବା ପ୍ରାଣୀଙ୍କୁ ଗୋଦାମ ଗୃହରୁ ବାହାର କରିବା ଦରକାର l ଖାଦ୍ୟରେ ଜୀବାଣୁ ପରିମାଣ କମ କରିବା ଓ ପରଜୀବୀ ରୋଗରୁ ମୁକ୍ତି ପାଇଁ ଦାନା ଗୁଡିକ ପ୍ରସ୍ତୁତି ସମୟରେ ଟିକେ ବର୍ଦ୍ଧିତ ପରିମାଣରେ ଆଣ୍ଟିବୟୋଟିକସ ଓ ପରଜୀବୀ ନିରୋଧକ ମିଶାଇବା ଦରକାର l

ବର୍ଷା ଋତୁରେ ସାଧାରଣତଃ ଶୁଦ୍ଧ ପାନୀୟ ଜଳ କୁକୁଡ଼ାଙ୍କୁ ଦିଅନ୍ତୁ । ଦୂଷିତ ପାଣି କୁ ବିଶୋଧନ କରିକି ଦେବା ଆବଶ୍ୟକ ବର୍ଷା ଋତୁରେ l ଖାଦ୍ୟ ଦେବା ପାତ୍ରରେ ଏବଂ ପାଣି ଦେଉଥିବା ପାତ୍ରକୁ ସଫା କରି ବ୍ୟବହାର କରିବା ଆବଶ୍ୟକ l କୁକୁଡ଼ାମାନଙ୍କୁ ଡିପ ଲିଟର ବ୍ୟବସ୍ଥା ଅନୁସାରେ ଭୂମିରେ ଅଗାଡି ପକାଇ ରଖନ୍ତୁ l କୁକୁଡ଼ା ରହୁଥିବା ଘରର ଚଟାଣରେ ବର୍ଷା ଦିନରେ ଚୂନ ଛିଞ୍ଚି ତାହା ଉପରେ ନୂତନ ଅଗାଡି ପକାଇବା ଦରକାର l

ଅଧିକ ପଢ଼ନ୍ତୁ

Rain Alert: ୫ ଜିଲ୍ଲାକୁ ଆଲର୍ଟ!

Pm Fasal Bima: ବଢ଼ିଲା ଆବେଦନ ପ୍ରକ୍ରିୟା ଅବଧି !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)