ଆମ ପ୍ରଦେଶର ଗ୍ରାମାଞ୍ଚଳରେ ଭାଇ ଭଉଣୀମାନେ ପାରମ୍ପାରିକ ଶୈଳୀରେ ଦେଶି କୁକୁଡା ପାଳନ କରିଥାନ୍ତି । ଯଦି ତାହା ବଦଳରେ କିଛି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ଶଙ୍କର ଜାତୀୟ କୁକୁଡା ଯଥା – ବନରାଜ, ଗିରିରାଜା, ରେନ୍ୱୋ ରୁଷ୍ଟର, ଆର୍.ଆଇ.ଆର୍ ଇତ୍ୟାଦି କୁକୁଡା ପାଳ କରନ୍ତି ତାହାହେଲେ ସେମାନଙ୍କର ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ପୁଷ୍ଟିକର ଖାଦ୍ୟ ଅତି ସହଜରେ କମ୍ ଖର୍ଚ୍ଚରେ ପାଇପାରେବେ ।
କୁକୁଡାଘର: –
ଶଙ୍କର ଜାତୀୟ କୁକୁଡାର ଜନ୍ମରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଏମାନଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ଦଶଟା କୁକୁଡା ପାଳନ ପାଇଁ ହାରାହାରି ୧୨ ବର୍ଗ ଫୁଟର ଗୋଟିଏ ଘର ଦରକାର । ଯାହାର ଉଚ୍ଚତା ୨.୫ଫୁଟ । ଘରଟି ଇଟା, ମାଟି, କାଠ ବା ବାଉଁଶରେ ତିଆରି କରାଯାଏ । ଘର ଭିତରକୁ ପବନ ଯିବାପାଇଁ ଗୋଟିଏ ଛୋଟ ଝରକା ରହିବା ଆବଶ୍ୟକ । ଶିତଦିନେ ୨୦ ୱାଟର ଇଲେକ୍ଟ୍ରିକ ବଲ୍ବ ଜଲାଇବା ଦରକାର । ଘରଟିର ଚଟାଣରେ ଶୁଖିଲା ଚଷୁ ବା କରତଗୁଣ୍ଡ ବା କଟା ନଡା ଦୁଇ ଇଞ୍ଚ ବହଳରେ ପକାଇବା ଦରକାର ।
ଖାଦ୍ୟ ଓ ପରିପାଳନା: –
ଶଙ୍କର ଜାତୀୟ କୁକୁଡା ମାନଙ୍କୁ ପ୍ରଥମ ଦିନରେ ଚଟାଣରେ ଖବରକାଗଜ ବିଛାଇ ସୁଜି ବା ଚାଉଲ ଗୁଣ୍ଡ ପକାଇଲେ ସୁବିଧରେ ଖାଇ ପାରନ୍ତି । ଏକ ସପ୍ତାହ ପରେ କୃଷି ଉପଜାତ ପଦାର୍ଥ ଯଥା - କୁଣ୍ଡା, ଖୁଦ, ମାଣ୍ଡିଆ ସହ ଘରର ବଳକା ପନିପରିବା ଚୋପା, ଉଇ, ଜିଆ ଦେଲେ କୁକୁଡା ଭଲ ବଢନ୍ତି ଓ ଅଧିକ ଅଣ୍ଡା ଦିଅନ୍ତି । ଏମାନଙ୍କୁ ୨ ସପ୍ତାହ ପରେ ଧୀରେ ଧୀରେ ବାହାରକୁ ଛାଡିବା ଉଚିତ୍ । ମାସକର ହୋଇଗଲେ ଚିଆଁ ମାନଙ୍କୁ ଦିନରେ ସଂପୂର୍ଣ୍ଣ ବାହାରେ ଛାଡିଦେବା ଉଚିତ୍ ।
ରୋଗ ପ୍ରତିଷୋଧକ: –
କୁକୁଡାର ବୟସ ଟୀକାର ନାମ ଟୀକାଦେବା ଉପାୟ ଡୋଜ୍ ପରିମାଣ
ପ୍ରଥମ ଦିନ ମାରେକ୍ସ ରୋଗର ଟୀକା ବେକର ଚର୍ମ ତଳେ ଇଞ୍ଜେକସନ୍ ୦.୨ ମି.ଲି
୫ ରୁ ୭ ଦିନ ଲାସୋଟା ଟୀକା ଆଖି କିମ୍ବା ନାକ ପୁଡାରେଡ୍ରପର ଦ୍ୱାରା ୧-୨ ଡ୍ରପ
୧୪ ରୁ ୧୮ ଦିନ ଗୁମ୍ଭୋର ରୋଗର ଟୀକା ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା ୧-୨ ଡ୍ରପ
୨୧ ରୁ ୨୮ ଦିନ ଲାସୋଟା ବୁଷ୍ଟର ଟୀକା ପିଇବା ପାଣିରେ ଗୁଣ କ୍ଷୀର ଏବଂ ବର‘ ମିଶାଇ ୧ ଡୋଜ୍
୩୫ ଦିନ ଗୁମ୍ଭୋର ଟୀକାବୁଷ୍ଟର ଟୀକା ପିଇବା ପାଣିରେ ଗୁଣ କ୍ଷୀର ଏବଂ ବର‘ ମିଶାଇ ୧ ଡୋଜ୍
୪୫ ଦିନ କୁକୁଟା ବସନ୍ତ ଡେଣାର ଚର୍ମ ତଳେ ଇଞ୍ଜେକସନ୍ ୦.୨ ମି.ଲି.