Animal Husbandry

ଅନ୍ୟ କୁକୁଡ଼ା ମାଂସ ଅପେକ୍ଷା ଏହା ଅତ୍ୟନ୍ତ ସ୍ୱାଦିଷ୍ଟ

ଅନ୍ୟ ଦେଶୀ ପ୍ରଜାତିର କୁକୁଡ଼ା ଅପେକ୍ଷା ଏମାନେ ବଡ଼ ଓ ଅଧିକ ଓଜନ l ଏମାନେ ବିଭିନ୍ନ ରଙ୍ଗର ଚିତ୍ର ବିଚିତ୍ର ଯଥା କଳା ନାଲି ମିଶା , ଗାଢ଼ ନାଲି, କଳା ଓ ସିଲଟ ରଙ୍ଗର ହୋଇଥାନ୍ତି l ଚର୍ମର ରଙ୍ଗ ଧଳା ବା ଫିକା ନାଲି , ନଳୀ ଗୋଡ଼ ଲମ୍ବା , ମଜବୁତ ଓ ପରହୀନ, ଗଞ୍ଜାର ଓଜନ ପ୍ରାୟ ୨.୫ କି.ଗ୍ରାରୁ ୩.୨ କି.ଗ୍ରା ହୋଇଥାଏ l ବୟସ୍କ ମାଈ କୁକୁଡ଼ାର ଓଜନ ପ୍ରାୟ ୨ କି.ଗ୍ରା.ରୁ ୨.୩ କି.ଗ୍ରା ହୋଇଥାଏ l

08 January, 2025 2:33 PM IST By: Tanushree Mahapatra

ଏହି ପ୍ରଜାତିର କୁକୁଡ଼ା ରାଜ୍ୟର କୋରାପୁଟ (ଜୟପୁର ,କୁନ୍ଦ୍ରା, ବୈପାରୀଗୁଡ଼ା, କୋଟପାଡ଼), ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅଧିକ ଦେଖା ଯାଇଥାନ୍ତି l ଏହିସବୁ ଅଞ୍ଚଳରେ ଗଞ୍ଜାକୁ ପର୍ବ ପର୍ବାଣିରେ ଲଢେ଼ଇରେ ବ୍ୟବହାର କରନ୍ତି l ଲଢ଼େଇ ପାଇଁ ଏହାକୁ ପାଳନ କରାଯାଇଥାଏ ତା' ନୁହେଁ ମାଂସ ଓ ଅଣ୍ଡାର ଚାହିଦା ମଧ୍ୟ ଏମାନେ ପୂରଣ କରିଥାନ୍ତି l

ଅନ୍ୟ କୁକୁଡ଼ା ମାଂସ ଅପେକ୍ଷା ଏହା ଅତ୍ୟନ୍ତ ସ୍ୱାଦିଷ୍ଟ l ଅଖିଳ ଭାରତୀୟ ସମନ୍ବିତ କୁକ୍କୁଟ ପ୍ରଜନନ ଗବେଷଣା ପ୍ରକଳ୍ପ , ଓୟୁଏଟି ଦ୍ୱାରା କୁକୁଡ଼ାଗୁଡିକର ଶାରୀରିକ ଗଠନ , ଖାଦ୍ୟ ଗ୍ରହଣ ପ୍ରଣାଳୀ ଓ ଆବଶ୍ୟକତା , ଉତ୍ପାଦନ କ୍ଷମତା ଆଦି ନିରୂପଣ କରାଯାଇ ଏହାକୁ ପ୍ରଜାତିର ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପଠାଯାଇଛି l

ଶାରୀରିକ ଗଠନ:

ଅନ୍ୟ ଦେଶୀ ପ୍ରଜାତିର କୁକୁଡ଼ା ଅପେକ୍ଷା ଏମାନେ ବଡ଼ ଓ ଅଧିକ ଓଜନ l ଏମାନେ ବିଭିନ୍ନ ରଙ୍ଗର ଚିତ୍ର ବିଚିତ୍ର ଯଥା କଳା ନାଲି ମିଶା , ଗାଢ଼ ନାଲି, କଳା ଓ ସିଲଟ ରଙ୍ଗର ହୋଇଥାନ୍ତି l ଚର୍ମର ରଙ୍ଗ ଧଳା ବା ଫିକା ନାଲି , ନଳୀ ଗୋଡ଼ ଲମ୍ବା , ମଜବୁତ ଓ ପରହୀନ, ଗଞ୍ଜାର ଓଜନ ପ୍ରାୟ ୨.୫ କି.ଗ୍ରାରୁ ୩.୨ କି.ଗ୍ରା ହୋଇଥାଏ l ବୟସ୍କ ମାଈ କୁକୁଡ଼ାର ଓଜନ ପ୍ରାୟ ୨ କି.ଗ୍ରା.ରୁ ୨.୩ କି.ଗ୍ରା ହୋଇଥାଏ l ଗଞ୍ଜାର ଲମ୍ବ ୫୦ - ୫୨ ସେ.ମି ହୋଇଥିବାବେଳେ ମାଈ କୁକୁଡ଼ା ୪୫ - ୪୯ ସେ.ମି ହୋଇଥାନ୍ତି l ପ୍ରାପ୍ତ ବୟସ୍କ ଗଞ୍ଜାର ଉଚ୍ଚତା ପ୍ରାୟ ୭୨ ସେ.ମି ଓ ମାଈ କୁକୁଡ଼ାର ଉଚ୍ଚତା ୬୪ ସେ.ମି ହୋଇଥାନ୍ତି l ୫ ମାସରେ ଏମାନେ ପ୍ରାପ୍ତ ବୟସ୍କ ହୋଇଥାନ୍ତି l

ଗୋଟିଏ ଥରରେ ୧୨ -୧୫ ଟି ଅଣ୍ଡା ଦିଅନ୍ତି l ଅଣ୍ଡାର ରଙ୍ଗ ଫିକା ଲାଲ l ଏହିପରି ବର୍ଷକୁ ୩ ରୁ ୪ ଥର ଅଣ୍ଡା ଦିଅନ୍ତି l ଗୋଟିଏ ଗଞ୍ଜା ସହିତ ୫ ରୁ ୬ ଟି ମାଈ କୁକୁଡ଼ା ରହିପାରିବେ l ଏହି କୁକୁଡ଼ାମାନଙ୍କୁ ପାଳନ କରିବାରେ ଚାଷୀଙ୍କୁ ବିଶେଷ କିଛି ଯତ୍ନ ନେବାକୁ ପଡ଼ିନଥାଏ l ଏମାନେ ବାହାରେ ଚରି ବୁଲି ଖାଦ୍ୟ ସଂଗ୍ରହ କରିଥାନ୍ତି ଏବଂ ସନ୍ଧ୍ୟାହେଲେ ଘରକୁ ଫେରନ୍ତି l ଏମାନଙ୍କୁ ଅଳ୍ପ ଦାନା ଦେବାକୁ ପଡ଼ିଥାଏ l

ଏହି କୁକୁଡ଼ାକୁ ପ୍ରଜାତିର ମାନ୍ୟତା ମିଳିଲେ ଏହି କୁକୁଡ଼ା ଉପରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଗବେଷଣାର ସୁଯୋଗ ସୃଷ୍ଟି ହେବ l ଲୋକମାନଙ୍କ ପାଖରେ ଏହି କୁକୁଡ଼ାର ଚାହିଦା ଆହୁରି ଅଧିକ ହେବ ଏବଂ ଚାଷୀମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବ ଏବଂ ଅଧିକ ଲାଭବାନ ହୋଇପାରିବ l

Read more:

ଲୋକଙ୍କୁ ଆକୃଷ୍ଟ କରୁଛି ମିଲେଟ ପ୍ରକ୍ରିୟାକୃତ ଉତ୍ପାଦ

ଜୈବିକ ପଦ୍ଧତିରେ ଚାଷ ଦେଇଛି ଭଲ ଲାଭ