Animal Husbandry

ଠେକୁଆ ପାଳନ :ଏକ ଉତ୍ତମ ଉଦ୍ୟୋଗ

ଠେକୁଆ ପାଳନ :ଏକ ଉତ୍ତମ ଉଦ୍ୟୋଗ

18 June, 2019 3:51 PM IST By: KJ Staff

ଠେକୁଆ ପାଳନ "କ୍ଷୁଦ୍ର ଗୃହପାଳିତ ପଶୁ ପାଳନ " ର ଏକ ଅନ୍ୟତମ ଉପାୟ |ଅନବରତ ବଢୁଥିବା ଲୋକସଂଖ୍ୟା ଏବଂ ଖାଦ୍ୟାଭାବ କୁ ଆଖି ଆଗରେ ରଖିଲେ ;ଠେକୁଆ ପାଳନ ନିଶ୍ଚିନ୍ତ ଭାବେ ଲାଭଦାୟକ ଅଟେ |ଠେକୁଆ ବ୍ୟବସାୟ ଲାଭ ଦେବା ସହ ରୋଜଗାର ଏବଂ ନିଯୁକ୍ତି ର ମାଧ୍ୟମ ହୋଇପାରିବ |

ଏହାର ଉପାଦେୟତା :


-ଏହି କ୍ଷୁଦ୍ର ପ୍ରାଣୀ ର ଶରୀର ବୃଦ୍ଧି ଖୁବ ଶୀଘ୍ର ହୋଇଥାଏ |
-ଏକ ମାଇଁ ଠେକୁଆ ଏକକାଳୀନ ଭାବେ ୨ ରୁ ୮ ଟି ଶାବକ କୁ ଜନ୍ମ ଦେଇଥାଏ |
-ଅଳ୍ପ ଜାଗା ଥିଲେ ମଧ୍ୟ ଆପଣ ଖୁବ ସହଜରେ ଠେକୁଆ ପାଳନ କରିପାରିବେ |
-ଅନ୍ୟ ବୃହଦ ପଶୁ ମାନଙ୍କ ତୁଳନାରେ ଠେକୁଆ ପାଳନ ରେ ଖର୍ଚ୍ଚ କମ ହୋଇଥାଏ |
-ଏହାର ମାସ ବହୁତ ସ୍ୱାଦିଷ୍ଟ ,ଏବଂ ସହଜରେ ହଜମ କରି ହେବ ତେଣୁ ବୟସ୍କ ଲୋକେ ମଧ୍ୟ ଏହାକୁ ଖାଇ ପାରିବେ |
-ବିଶ୍ୱ ରେ କୁକୁଡ଼ା ଭଳି ଠେକୁଆ ମାଂସ ର ମଧ୍ୟ ଚାହିଦା ବେଶ ଅଧିକ |
-ଖାଦ୍ୟ ଲାଗି ଠେକୁଆ ର ପରିବା ଚୋପା ,ଘାସ ପ୍ରଭୃତି ଖାଦ୍ୟ ଅତି ପ୍ରିୟ |
-ଠେକୁଆ ପାଳନ ଲାଗି ଅଧିକ ଶ୍ରମିକ ମଧ୍ୟ ଆବଶ୍ୟକ ହୁଅନ୍ତି ନାହିଁ |ପରିବାର ବର୍ଗ ମଧ୍ୟ ଚେଷ୍ଟା କଲେ ଏହି କାର୍ଯ୍ୟ କରିପାରିବେ |

-ଠେକୁଆ ପାଳନ ଲାଗି ଅଧିକ ଶ୍ରମିକ ମଧ୍ୟ ଆବଶ୍ୟକ ହୁଅନ୍ତି ନାହିଁ |ପରିବାର ବର୍ଗ ମଧ୍ୟ ଚେଷ୍ଟା କଲେ ଏହି କାର୍ଯ୍ୟ କରିପାରିବେ |
-ଠେକୁଆ ପାଳନ ରେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ,ମୂଳ ରାଶି ଖୁବ କମ ଆବଶ୍ୟକ ହେବା ସାଙ୍ଗରେ ଲାଭ ଶୀଘ୍ର ମିଳିଥାଏ |
-ବର୍ତମାନ ମୁଖ୍ୟତ ଲୋକ ଠେକୁଆ କୁ ଗୃହପାଳିତ ପଶୁ ଭାବେ ପାଳନ କରୁଛନ୍ତି ମାତ୍ର ଏହାକୁ ବ୍ୟବସାୟିକ ଢାଞ୍ଚା ରେ ପାଳନ କରିଲେ ଆପଣ ଅଧିକ ଲାଭବାନ ହେଇପାରିବେ |

ତେବେ ଠେକୁଆ ପାଳନ ପୂର୍ବରୁ କେତୋଟି ଦିଗ କୁ ଧ୍ୟାନ ଦିଅନ୍ତୁ :

୧)ଉନ୍ନତ ମାନର କିସମ ;

ଯେକୌଣସି ବ୍ୟବସାୟ ରେ ଲାଭବାନ ହେବା ଲାଗି ଏକ ଉତ୍କୃଷ୍ଟ ମାନ ବା କିସମ ର ପାଳନ କରନ୍ତୁ |ଏହା ଆପଣଙ୍କୁ ଅଧିକ ଅମଳ ଦେଇ ଲାଭବାନ କରିପାରିବ |ଏହା ସହ ସ୍ଥାନ ଅନୁଯାୟୀ ବିଭିନ୍ନ କିସମ ର ଅମଳ ପରିବର୍ତନ ହୁଏ |ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଲା ପରେ କିସମ ର ଚୟନ କରନ୍ତୁ :
କେତୋଟି ଉନ୍ନତ ମାନର କିସମ ହେଉଛି..
ଫକ୍ସ
ନ୍ୟୁ ଜଲାଣ୍ଡ ୱାଇଟ
ଡାର୍କ ଗ୍ରେ
ଚିଞ୍ଚିଲା ଇତ୍ୟାଦି


୨ )ବାସ ସ୍ଥାନ :

୨ ପ୍ରକାର ର ବାସ ସ୍ଥାନ ନିର୍ମାଣ କରିପାରିବେ
-କଂକ୍ରିଟ ଚଟାଣ ଉପରେ ୪ ରୁ ୫ ଇଞ୍ଚ ମୋଟା ର ଛଣ ,କରତ ଗୁଣ୍ଡ ,ଇତ୍ୟାଦି ଦେଇ ଏକ ବେଡ଼ ତିଆରି କରନ୍ତୁ |ଏହି ପ୍ରଣାଳୀ ରେ ସର୍ବାଧିକ ୦ ଟି ଠେକୁଆ ପାଳନ କରିପାରିବେ |ସର୍ବଦା ଅଣ୍ଡିରା ଓ ମାଈ ଠାକୁରେ ଙ୍କୁ ଅଲଗା ରଖନ୍ତୁ |
-ଅନ୍ୟ ଉପାୟ ଟି ହେଲା ପିଞ୍ଜରା |ଏହି ଉପାୟ ରେ ବ୍ୟବସାୟିକ ଭାବେ ବହୁତ ଠେକୁଆ ର ପାଳନ କରିପାରିବେ |ପ୍ରଜନନ ସମୟ ବ୍ୟତୀତ ଅନ୍ୟ ସବୁ ସମୟରେ ମାଈ ଓ ଅଣ୍ଡିରା ଠେକୁଆ ଙ୍କୁ ଅଲଗା ରଖନ୍ତୁ |

ସେହି ବାସ ଗୃହ ରେ ପବନ ଏବଂ ସୂର୍ଯ୍ୟାଲୋକ ଯାତାୟାତ ରେ ଯେପରି କୌଣସି ବାଧା ନଥିବା ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ |ଠେକୁଆ ରହିବ ସ୍ଥାନ ଟିକୁ ଦିନକୁ ଠାରେ ସଫା କରନ୍ତୁ |

 

୩ )ଖାଦ୍ୟ :


ଠେକୁଆ ମାନଙ୍କର ବିଶେଷ କରି ଦୁବ ,ଗଛ ର ପତ୍ର ,ଗାଜର ,କାକୁଡି ,ପରିବା ଚୋପା ଏବଂ ଶାଗ ଇତ୍ୟାଦି ଅତି ପ୍ରିୟ ହୋଇଥାଏ |ଉନ୍ନତ ମାନର ଖାଦ୍ୟ ଠେକୁଆ ଙ୍କ ଶରୀର ବୁଦ୍ଧି ଏବଂ ତାଙ୍କୁ ନିରୋଗ ରଖିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ |ଏହା ବ୍ୟତୀତ ସମୟ ସମୟରେ ତାଙ୍କୁ ପେଇବାକୁ ପାଣି ନିଶ୍ଚିନ୍ତ ଦିଅନ୍ତୁ |ଖାଦ୍ୟ ରେ ୧୭ ରୁ ୧୮ % ର କ୍ରୁଡ଼ ପ୍ରୋଟିନ ସହ ୧୪ % ତନ୍ତୁ ରହିବ ଆବଶ୍ୟକ |ବ୍ୟବସାୟିକ ଭାବେ ତାଙ୍କୁ କୁକୁଡ଼ା ଖାଦ୍ୟ ବା ଫିଡ଼ ମଧ୍ୟ ଦେଇପାରିବେ |

୪ )ରକ୍ଷଣାଭକ୍ଷଣ :

ଉନ୍ନତ ମାନର ଠେକୁଆ ପାଳନ ଲାଗି ପ୍ରକୃଷ୍ଟ ପ୍ରଜାତି ଚୟନ କରିବା ସାଙ୍ଗରେ ତାଙ୍କୁ ଦୈନିକ ପୋଷ୍ଟିକ ଆହାର ସହ ଆବଶ୍ୟକ ଜଳ ର ବନ୍ଦୋବସ୍ତ କରନ୍ତୁ |ରୋଗ ମୁକ୍ତ ଏବଂ ଶୀଘ୍ର ଶରୀର ବୃଦ୍ଧି ଲାଗି ତାଙ୍କ ବାସ ଗୃହ କୁ ସମୟ ସମୟରେ ସଫା କରିବା ସାଙ୍ଗରେ ଆଲୋକ ର ପ୍ରବନ୍ଧ କରନ୍ତୁ |ଆବଶ୍ୟକ ଅନୁଯାୟୀ ଭ୍ୟାକସିନ ବା ଟୀକାକରଣ ମଧ୍ୟ କରନ୍ତୁ |କୌଣସି ପ୍ରକାର ଅନିୟମିତତା ବା ରୋଗ ର ଲକ୍ଷଣ ଦେଖିଲେ ନିଶ୍ଚିନ୍ତ ଭାବେ ନିକଟସ୍ଥ ପଶୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

୫)ପ୍ରଜନନ :

୫ ରୁ ୬ ମାସ ର ମାଈ ଠେକୁଆ ଛୁଆ ଜନ୍ମ କରିବା ଯୋଗ୍ୟ ହୋଇଥାଏ |ସେହିପରି ଅଣ୍ଡିରା ଠେକୁଆ ବର୍ଷକ ପରେ ପୁରା ଭାବେ ବିକଶିତ ହୁଏ |ତେଣୁ ଉତ୍ତମ ସନ୍ତାନ ଲାଗି ଉଭୟ ମାଈ ଓ ଅଣ୍ଡିରା ଠେକୁଆ ର ବୟସ ଉପରେ ଧ୍ୟାନ ଦିଅନ୍ତୁ |୨୮ ରୁ ୩୦ ଦିନ ଗର୍ଭ ଧାରଣା କରିଲା ପରେ ଠେକୁଆ ଛୁଆ ଜନ୍ମ କରିଥାଏ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)