Animal Husbandry

ଗୋପାଳକମାନଙ୍କୁ ପୁରସ୍କାର ଦେବ ''ରାଷ୍ଟ୍ରୀୟ ଗୋକୁଳ ମିଶନ''

ଯଦି ଆପଣ କରୁଛନ୍ତି ଗୋପାଳନ, ତେବେ ଆପଣଙ୍କୁ ମିଳିପାରିବ ୨ ରୁ ୪ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର l ଆପଣଙ୍କ ପାଇଁ ଏମିତି ଏକ ଖବର ଅଛି, ଯାହାକୁ ଶୁଣି ଆପଣଙ୍କ ଖୁସିର କୌଣସି ଠିକଣା ରହିବନି। କାରଣ ସରକାରଙ୍କ ତରଫରୁ ଅଧିକରୁ ଅଧିକ ଲୋକମାନଙ୍କୁ ପଶୁପାଳନରେ ସକ୍ରିୟ ଭୂମିକା ନେବା ପାଇଁ “ ରାଷ୍ଟ୍ରୀୟ ଗୋକୁଳ ମିସନ”ର ସ୍ଥାପନା କରାଯାଇଛି l

22 September, 2021 5:06 PM IST By: Sugyan Kumar Nayak

ଯଦି ଆପଣ କରୁଛନ୍ତି ଗୋପାଳନ, ତେବେ ଆପଣଙ୍କୁ ମିଳିପାରିବ ୨ ରୁ ୪ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର l ଆପଣଙ୍କ ପାଇଁ ଏମିତି ଏକ ଖବର ଅଛି, ଯାହାକୁ ଶୁଣି ଆପଣଙ୍କ ଖୁସିର କୌଣସି ଠିକଣା ରହିବନି। କାରଣ ସରକାରଙ୍କ ତରଫରୁ ଅଧିକରୁ ଅଧିକ ଲୋକମାନଙ୍କୁ ପଶୁପାଳନରେ ସକ୍ରିୟ ଭୂମିକା ନେବା ପାଇଁ “ ରାଷ୍ଟ୍ରୀୟ ଗୋକୁଳ ମିସନ”ର ସ୍ଥାପନା କରାଯାଇଛି l ଏହି ଯୋଜନା ଅନୁଯାୟୀ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଥିବା ପଶୁପାଳକମାନଙ୍କୁ ଗୋପାଳନ ରତ୍ନ ପୁରସ୍କାର ଦିଆଯିବ । ଏହି ଯୋଜନା ଅନୁସାରେ ୨ ରୁ ୪ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ସ୍ୱରୂପ ଦିଆଯିବାର ବ୍ୟବସ୍ଥା ରହିଛି l ପଶୁପାଳକମାନଙ୍କୁ ଏହି ପୁରସ୍କାର ତିନୋଟି ଶ୍ରେଣୀରେ ପ୍ରଦାନ କରାଯିବ । କହି ଦିଆଯାଉଛି କି ଏହି ଯୋଜନା ଅନୁସାରେ ପଶୁପାଳକମାନଙ୍କୁ ପୁରସ୍କାର ପ୍ରାପ୍ତି କରିବା ପାଇଁ ଏହାର ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଡିସେମ୍ବର । ଯଦି ଆପଣଙ୍କୁ ଲାଗୁଛି କି ଆପଣ ପଶୁପାଳନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି, ତେବେ ଆପଣ ବି ସରକାରଙ୍କ ଦ୍ଵାରା ସଞ୍ଚାଳିତ କରାଯାଉଥିବା ଏହି ଯୋଜନାର ଫାଇଦା ଉଠାଇପାରିବେ। ଏହି ଲେଖାରେ ପଢନ୍ତୁ ଯେ ଶେଷରେ  କେମିତି ଆପଣ ସରକାରଙ୍କ ଏହି ଯୋଜନା ଅନୁସାରେ ଲାଭବାନ ହେବା ପାଇଁ କେମିତି ଆବେଦନ କରିପାରିବେ ।

ଏମିତି କରନ୍ତୁ ଆବେଦନ

ଧ୍ୟାନ ରଖନ୍ତୁ କି ଅନଲାଇନ ଆବେଦନ ହିଁ ସ୍ଵୀକାର ଯୋଗ୍ୟ ହେବ। ଆବେଦନ କରିବା ପାଇଁ www.dahd.nic.in ୱେବସାଇଟ ପରିଦର୍ଶନ କରନ୍ତୁ l ଆଉ ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ l ଯଦି ଚାଷୀ ଭାଇମାନଙ୍କୁ ଏଥିପାଇଁ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ସେମାନେ କୃଷିବିଭାଗ ଦ୍ଵାରା ପ୍ରଚଳିତ ଥିବା ନମ୍ବର ୨୩୩୮୩୪୭୯ ରେ ସମ୍ପର୍କ କରିପାରିବେ ।

ଯୋଗ୍ୟତା ପାଇଁ ସର୍ତ୍ତାବଳୀ

  • ଆବେଦନ କର୍ତ୍ତା ନିଶ୍ଚିତ ଦେଶୀଗାଈ ପାଳନ କରୁଥିବେ l 

  • AI ତରଫରୁ ଜ୍ଞାନ କୌଶଳର ପାତ୍ରତା ରଖିବା ଅନିର୍ବାର୍ଜ୍ୟ ଅଟେ ।

  • ବହୁତ ଦିନ ଧରି ପଶୁପାଳନରେ ସକ୍ରିୟ ହୋଇ ରହିଥିବା ଜରୁରୀ ଅଟେ ।

କେତେ ମିଳିବ ପୁରସ୍କାର ରାଶି

ପ୍ରଥମ ପୁରସ୍କାର ୨ ଲକ୍ଷ ଟଙ୍କା ଦିତୀୟ ପୁରସ୍କାର ୩ ଲକ୍ଷ ଟଙ୍କା ଏବଂ ତୃତୀୟ ପୁରସ୍କାର ୫ ଲକ୍ଷ ଟଙ୍କା ଜିତିଥିବା ଅଧିକାରୀଙ୍କୁ ପ୍ରଦାନ କରାଯିବ । ତେଣୁ ପଶୁପାଳକ ଭାଇମାନେ ଅପେକ୍ଷା ନ କରି ସରକାରଙ୍କ ଦ୍ଵାରା ଏହି ପୁରସ୍କାର ମୂଲ୍ୟକୁ ଆବେଦନ କରି ପ୍ରାପ୍ତ କରନ୍ତୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)