ଆଜିକାଲି ପଶୁପାଳକମାନଙ୍କ ରୁଚି ଛୋଟ ପଶୁମାନଙ୍କ ପ୍ରତି ଅଧିକ ରହୁଛି, କାରଣ ଛୋଟ ପଶୁମାନଙ୍କୁ ପାଳନରେ କମ ଖର୍ଚ୍ଚ ହେଇଥାଏ, କିନ୍ତୁ ଅଧିକ ଲାଭ ହେବାର ସମ୍ଭାବନା ରହିଥାଏ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ବିଭିନ୍ନ ପ୍ରଜାତିର ଛେଳି ପାଳନ କରାଯାଉଛି । ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ l
ବ୍ଲାକ ବେଙ୍ଗଲ
ଏହି ପ୍ରଜାତିର ଛେଳି ଝାଡଖଣ୍ଡ ସମେତ ପଶ୍ଚିମ ବଙ୍ଗ, ଆସାମ, ଉତ୍ତର ଓଡ଼ିଶା ଆଦି ସ୍ଥାନମାନଙ୍କରେ ପାଳନ କରାଯାଏ l ଏମାନଙ୍କ ଉଚ୍ଚତା ଛୋଟ ଅଟେ ଏବଂ ଅଣ୍ଡିରା ଆଉ ମାଈ ଛେଳିମାନଙ୍କର ଶିଙ୍ଗ ଆଗକୁ ବାହାରି ରହିଥାଏ । ଯାହା କି ୩ ରୁ ୪ ଇଞ୍ଚ ପରି ହେଇଥାଏ । ଏମାନଙ୍କ ଶରୀର ଶକ୍ତ ଏବଂ ଆଗରୁ ପଛପଟ ପର୍ଯ୍ୟନ୍ତ ଅଧିକ ଚଉଡା ଥାଏ ଓ ମଝି ଅଂଶ ମୋଟା ହେଇଥାଏ । ଏମାନଙ୍କ କାନ ଛୋଟ ଆଉ ଆଗକୁ ବାହାରି ଠିଆ ହେଲା ପରି ରହିଥାଏ । ବୟସ୍କ ଅଣ୍ଡିରାମାନଙ୍କ ଓଜନ ପାଖା ପାଖି ୧୮ ରୁ ୨୦ କିଲୋଗ୍ରାମ ହୋଇ ଥାଏ । ଏହା ସହିତ ମାଈ ଛେଳିମାନଙ୍କ ଓଜନ ୧୫ ରୁ ୧୮ କିଲୋଗ୍ରାମ ହୋଇଥାଏ । ଏହି ପ୍ରଜାତିର ମାଈ ଛେଳି ୩ ରୁ ୪ ମାସ ପର୍ଯ୍ୟନ୍ତ ପ୍ରତିଦିନ ୩୦୦ ରୁ ୪୦୦ ମିଲିଗ୍ରାମ କ୍ଷୀର ଦେଇଥାଏ।
ସିରୋହୀ ଛେଳି
ଏହିପ୍ରଜାତିର ଛେଳି ଝାଡଖଣ୍ଡ ସହ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଗୁଜୁରାଟ ଆଦି ସ୍ଥାନମାନଙ୍କରେ ପାଳନ କରାଯାଇଥାଏ । ଏମାନଙ୍କ ଆକାର ଛୋଟ ହେଇଥାଏ, ଏହି ପ୍ରଜାତିର ଛେଳିଙ୍କ ଶରୀର ରଙ୍ଗ ମାଟିଆ ହୋଇଥାଏ ଆଉ ଛାପା ରଙ୍ଗର ଚିହ୍ନ ରହିଥାଏ । ଏମାନଙ୍କ କାନ ଚଉଡା ଆଉ ଝୁଙ୍କି ରହିଥାଏ, ଆଉ ଶିଙ୍ଗ ମୋଡିହେଇ ରହିଥାଏ ଆଉ ଏମାନଙ୍କ ରୁମ ଛୋଟ ଆଉ ମୋଟାଳିଆ ରହିଥାଏ । ଅଣ୍ଡିରା ଛେଳିମାନଙ୍କର ଓଜନ ୫୦ କିଲୋ ପାଖାପାଖି ହେଇଥାଏ ଆଉ ମାଈ ଛେଳିଗୁଡ଼ିକର ଓଜନ ୪୦ କିଲୋ ପର୍ଯ୍ୟନ୍ତ ହୋଇଥାଏ l ଅଣ୍ଡିରା ଛେଳିମାନଙ୍କ ମୁଣ୍ଡର ଲମ୍ବା ହାରାହାରି ୮୦ ସେମି ହେଇଥାଏ । ମାଈ ଛେଳିମାନଙ୍କ ମୁଣ୍ଡର ଲମ୍ବା ହାରାହାରି ୬୨ ସେମି ହେଇଥାଏ । ଏହି ଛେଳି ଦିନକୁ ୫୦୦ ଗ୍ରାମ ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି।
ଛେଳିମାନଙ୍କ ଖାଦ୍ୟ
ଏହି ଛେଳିମାନେ ଦାନା ଏବଂ ଚୋକଡ ଖାଇଥାନ୍ତି । ଛେଳି ପାଳନରେ ସକଳ ଆଉ ସଞ୍ଜ ବେଳେ ୨ ଘଣ୍ଟା କରି ନିୟମିତ ଖାଇବାକୁ ଦେବାକୁ ପଡିଥାଏ । ଯଦି ଆପଣ ଛେଳିମାନଙ୍କୁ ଶୁଖିଲା ଘାସ ଆଉ ଚୋକଡ ଦଉଛନ୍ତି ତେବେ ସେହି ଛେଳିମାନଙ୍କ ପାଇଁ ଉପଯୁକ୍ତ ହୋଇଥାଏ l ଆଉ ଆପଣଙ୍କୁ ଶସ୍ତା ବି ପଡିଥାଏ । ଏହା ଆପଣଙ୍କୁ ଲାଭ ଦେଇଥାଏ ମାତ୍ର ସ୍ୱଳ୍ପ ଖର୍ଚ୍ଚରେ ।