Animal Husbandry

ଖରାଦିନେ ପଶୁମାନଙ୍କ ଯତ୍ନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା !!

ଗରମ ଦିନମାନଙ୍କରେ ପଶୁମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର, କାରଣ ଏହି ଋତୁରେ ପଶୁମାନେ ନିଜ ଶରୀର ତାପମାତ୍ରାକୁ ସନ୍ତୁଳିତ କରି ରଖିବାକୁ ସେମାନଙ୍କୁ ଭାରି ଅସୁବିଧା ହୋଇଥାଏ । ଯେତେବେଳେ ପଶୁମାନଙ୍କ ଶରୀର ତାପମାତ୍ରା ୧୦୧.୫ ରୁ ୧୦୨.୮ ଡିଗ୍ରୀ ଫାରେନହିଟ ବଢିଯାଇଥାଏ ତେବେ ସେମାନେ ଅନେକ ସମସ୍ୟାର ସାମ୍ନା କରିଥାଆନ୍ତି l ଯେମିତି କି ଖାଦ୍ୟପେୟରେ ହ୍ରାସ ଘଟିବା, କ୍ଷୀର ଉତ୍ପାଦନରେ ୧୦ ରୁ ୨୫ ପ୍ରତିଶତ ହ୍ରାସ ଘଟିବା, ପ୍ରଜନନ କ୍ଷମତା କମିବା, ଏହି ପରି ଭାବରେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ଯାହା ଫଳରେ ଗୋପାଳକମାନଙ୍କୁ ବିଶେଷ କ୍ଷତି ପହଞ୍ଚାଇ ଥାଏ l

31 August, 2021 7:26 PM IST By: Sugyan Kumar Nayak

ଗରମ ଦିନମାନଙ୍କରେ ପଶୁମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର, କାରଣ ଏହି ଋତୁରେ ପଶୁମାନେ ନିଜ ଶରୀର ତାପମାତ୍ରାକୁ ସନ୍ତୁଳିତ କରି ରଖିବାକୁ ସେମାନଙ୍କୁ ଭାରି ଅସୁବିଧା ହୋଇଥାଏ । ଯେତେବେଳେ ପଶୁମାନଙ୍କ ଶରୀର ତାପମାତ୍ରା ୧୦୧.୫ ରୁ ୧୦୨.୮ ଡିଗ୍ରୀ ଫାରେନହିଟ ବଢିଯାଇଥାଏ ତେବେ ସେମାନେ ଅନେକ ସମସ୍ୟାର ସାମ୍ନା କରିଥାଆନ୍ତି l ଯେମିତି କି ଖାଦ୍ୟପେୟରେ ହ୍ରାସ ଘଟିବା, କ୍ଷୀର ଉତ୍ପାଦନରେ ୧୦ ରୁ ୨୫ ପ୍ରତିଶତ   ହ୍ରାସ ଘଟିବା, ପ୍ରଜନନ କ୍ଷମତା କମିବା, ଏହି ପରି ଭାବରେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ଯାହା ଫଳରେ ଗୋପାଳକମାନଙ୍କୁ ବିଶେଷ କ୍ଷତି ପହଞ୍ଚାଇ ଥାଏ l         

ଏହା ସହ ଗରମ ପବନ ଆଉ ତାପମାତ୍ରା ଅଧିକ ହେବା ଦ୍ଵାରା ପଶୁମାନଙ୍କୁ ‘ଲୁ’ ହେବାର ବିପଦ ବଢି ଯାଇଥାଏ, ଏଥି ପାଇଁ ଏହି ଋତୁରେ ପଶୁପାଳକମାନେ ପଶୁମାନଙ୍କର ସ୍ୱତନ୍ତ୍ର ଯତ୍ନ ନେବା ଉଚିତ । ଯଦି ଆପଣ ପଶୁପାଳନ ବ୍ୟବସାୟରେ ଜଡିତ ଅଛନ୍ତି ତେବେ ଗରମ ଦିନମାନଙ୍କରେ ପଶୁମାନଙ୍କର କିପରି ଯତ୍ନ ନେବାକୁ ହେବ ସେ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣି ରଖନ୍ତୁ l

ଗରମ ଦିନରେ ପଶୁମାନଙ୍କର ଯତ୍ନ

  • ଖରାଦିନେ କ୍ଷୀରଦେଉଥିବା ପଶୁମାନଙ୍କୁ ଖାଦ୍ୟରେ ସବୁଜ ଚାରାର ମାତ୍ରା ଅଧିକ ରଖିବା ଉଚିତ।

  • ପଶୁମାନଙ୍କୁ ଦିନକୁ ୩ ରୁ ୪ ଥର ପଣି ପିଆଇବା ଉଚିତ ।

  • ପଶୁମାନଙ୍କୁ ପାଣିରେ ଲୁଣ ଏବଂ ଅଟା ମିଶାଇ ପିଆଇବା ଉଚିତ।

  • ଗରମ ପବନରୁ ଦୂରେଇ ରଖିବା ଉଚିତ ।

  • ପଶୁମାନେ ରହୁଥିବା ସ୍ଥାନମାନଙ୍କର ଛାତ ଉପରେ ଶୁଖିଲା ଘାସ ଆଉ ନଡା ପକାଇବା ଉଚିତ, ଯାହା ଫଳରେ ଛାତ ଗରମ ହେଇ ନଥାଏ ।

  • ପଶୁମାନଙ୍କୁ ପ୍ରତି ଦିନ ଥଣ୍ଡା ପାଣିରେ ଗାଧୋଇ ଦିଅନ୍ତୁ।

ପଶୁମାନଙ୍କ ମଧ୍ୟରେ ‘ଲୁ’ ହେବାର ଲକ୍ଷଣ

  • ପଶୁମାନଙ୍କ ଶରୀରର ତାପମାତ୍ରା ବଢିବାରେ ଲାଗିଥାଏ ।

  • ସେମାନଙ୍କୁ ଅସ୍ଥବ୍ୟସ୍ତ ଲାଗିଥାଏ ।

  • ପଶୁମାନଙ୍କୁ ଝାଳ ଅଧିକ ଆସିଥାଏ ।

  • ଲାଳ ବାନ୍ତି ଧୀରେ ଧୀରେ ବଢିଥାଏ ।

  • ପଶୁମାନଙ୍କ ମଧ୍ୟରେ ଖାଇବା ପିଇବାର ଆଗ୍ରହ ଏବଂ କ୍ଷମତା କମି ଯାଇଥାଏ।

  • କେତେକ ପଶୁମାନେ ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦିଅନ୍ତି ।

  • କ୍ଷୀର ଉତ୍ପାଦନ ହ୍ରାସ ପାଇଥାଏ ।

ପଶୁମାନେ ‘ଲୁ’ ଆକ୍ରାନ୍ତ ହେବା ପରେ ଏହାର ଉପଚାର

  • ପଶୁମାନଙ୍କୁ ଅଧିକରୁ ଅଧିକ ବିଶ୍ରାମ କରିବାକୁ ଦିଅନ୍ତୁ ।

  • ପଶୁମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ପାଣି ପିଇବାକୁ ଦିଅନ୍ତୁ ।

  • ପଶୁମାନଙ୍କୁ ପଶୁଚିକିସକଙ୍କ ପରାମର୍ଶ ନେଇ ଗ୍ଳୁକୋଜ ପିଇବାକୁ ଦିଅନ୍ତୁ ।

  • ସେମାନଙ୍କ ରହିବା ସ୍ଥାନକୁ ଥଣ୍ଡା ପବନ ପ୍ରବାହ ବ୍ୟବସ୍ଥା କରନ୍ତୁ l

  • ପଶୁମାନଙ୍କୁ ବରଫ ଖଣ୍ଡ ଚାଟିବାକୁ ଦିଅନ୍ତୁ ।

ଧ୍ୟାନ ରଖନ୍ତୁ ପଶୁମାନଙ୍କୁ କୌଣସି ବି ଔଷଧ ଦେବା ପୂର୍ବରୁ ପଶୁ ଡାକ୍ତରଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତୁ । କାରଣ ଅତ୍ୟଧିକ ଗରମ ଓ ‘ଲୁ’ ଲାଗିବା ଦ୍ଵାରା ସେମାନଙ୍କ ଶରୀର ଶୁଷ୍କ ହୋଇଯାଇଥାଏ, ହଠାତ ଔଷଧ ଦେବା ଦ୍ଵାରା ସେମାନଙ୍କ ଶରୀରକୁ ଏହାର ଶୀଘ୍ର ଖରାପ ପ୍ରଭାବ ପକାଇଥାଏ, ତେଣୁ ପଶୁ ଡାକ୍ତରଙ୍କର ପରାମର୍ଶ ନିତାନ୍ତ ଜରୁରୀ ଅଟେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)