Animal Husbandry

ଲକଡାଉନ୍ ପରେ କୁକୁଡ଼ା ବ୍ୟବସାୟର ସ୍ଥିତି !!

ଲକଡାଉନ୍ ପରେ, ବର୍ତ୍ତମାନ ବର୍ଡ ଫ୍ଲୁ କୁକୁଡା ବ୍ୟବସାୟର ଅଧିକ କ୍ଷତି ଆଣିଛି, ୫୦ ପ୍ରତିଶତ ବିକ୍ରି କମ୍ ହୋଇଛି l ଲକଡାଉନ୍ ପରେ କୁକୁଡ଼ା ଏବଂ ଅଣ୍ଡା ବ୍ୟବସାୟ ବହୁ କ୍ଷତିରେ ଚାଲିଥିଲା ଆଉ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି ।

07 October, 2021 3:17 PM IST By: Sugyan Kumar Nayak

ଲକଡାଉନ୍ ପରେ, ବର୍ତ୍ତମାନ ବର୍ଡ ଫ୍ଲୁ  କୁକୁଡା ବ୍ୟବସାୟର ଅଧିକ କ୍ଷତି ଆଣିଛି, ୫୦ ପ୍ରତିଶତ ବିକ୍ରି କମ୍ ହୋଇଛି l ଲକଡାଉନ୍ ପରେ କୁକୁଡ଼ା ଏବଂ ଅଣ୍ଡା ବ୍ୟବସାୟ ବହୁ କ୍ଷତିରେ ଚାଲିଥିଲା ଆଉ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି । ହଠାତ୍ ବାର୍ଡ ଫ୍ଲୁ ରୋଗ ବ୍ୟାପିବା ହେତୁ ବଜାରରେ ଚିକେନ୍ ଏବଂ ଅଣ୍ଡାର ଚାହିଦା ହ୍ରାସ ପାଇଛି । ବର୍ତ୍ତମାନ କୁକୁଡ଼ା ଦୋକାନକୁ ବହୁତ କମ ଗ୍ରାହକ ଆସୁଛନ୍ତି l ବହୁତ କମ୍ ଲୋକ ଚିକେନ୍ କିମ୍ବା ଅଣ୍ଡା କିଣୁଛନ୍ତି । ଆପଣ ଯଦି ବର୍ତ୍ତମାନର ତଥ୍ୟ ଉପରେ ନଜର ପକାଇବେ ଆପଣ ଜାଣିପାରିବେ ଯେ, ଗତ ଏକ ସପ୍ତାହ ମଧ୍ୟରେ ପଚାଶ ପ୍ରତିଶତ ବିକ୍ରି କମ୍ ହୋଇଛି ।

କୁକୁଡ଼ା ବିକ୍ରିରେ ୫୦ ପ୍ରତିଶତ ହ୍ରାସ

କୁକୁଡ଼ା ବ୍ୟବସାୟୀଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିବାକୁ ପାଇଲୁ ଯେ ଲକଡାଉନରେ ସମସ୍ତ ପ୍ରକାରର ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଯେଉଁ କାରଣରୁ ଚିକେନ୍, ଅଣ୍ଡା, ମାଂସ ଇତ୍ୟାଦି ବିକ୍ରି ବହୁତ ଅଳ୍ପ ହେଉଥିଲା । ଏହା ପରେ ଏକ ଗୁଜବ ଆସିଲା କି କୁକୁଡ଼ାମାନଙ୍କରେ କରୋନା ଭାଇରସ ଅଛନ୍ତି, ଯାହା ପରେ ଲୋକମାନେ ଚିକେନ୍ ଖାଇବା ବନ୍ଦ କରି ଦେଇଥିଲେ । ବ୍ୟବସାୟୀଙ୍କ କହିବା ଅନୁସାରେ ଶୀତ ଋତୁରେ ସେମାନେ ଆଶା କରୁଛନ୍ତି ଯେ ଏପର୍ଯ୍ୟନ୍ତ ସମସ୍ତ କ୍ଷତି କୋଣସି ପ୍ରକାର ସନ୍ତୁଳିତ ହୋଇଯିବ, କିନ୍ତୁ ହଠାତ୍ ଅନେକ ସ୍ଥାନରେ ବର୍ଡ ଫ୍ଲୁ ନିଶ୍ଚିତ ହେବା ପରେ ପୁଣି ଥରେ ନିରାଶା ସୃଷ୍ଟି କରିଛି ।

ବଡ କ୍ଷତିରେ କୁକୁଡ଼ା ବ୍ୟବସାୟୀ

କାନପୁରର ଜଣେ କୁକୁଡ଼ା ଦୋକାନୀ କହିଛନ୍ତି ଯେ ଏହି ସମୟରେ ଲୋକମାନଙ୍କ ମଧ୍ୟରେ ବାର୍ଡ ଫ୍ଲୁ ଭୟ ଉଠିଛି, ଯାହା ଦ୍ୱାରା ଚାହିଦା କମି କମି ଯାଇଛି । ଚାହିଦା କମ ହୋଇ ଯାଇଥିବା ହେତୁ ଦୋକାନରେ କୁକୁଡା କେବଳ ୩୦ ପ୍ରତିଶତ ମଗା ଯାଉଛି । ଦୋକାନୀମାନେ କହିଛନ୍ତି ଯେ କିଲୋଗ୍ରାମ ପ୍ରତି ୨୫୦ ଟଙ୍କାରେ ବିକ୍ରି ହୋଇଥିବା କୁକୁଡ଼ା ଏବେ ୧୦୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି ।

ଅଣ୍ଡା ବ୍ୟବସାୟରେ କ୍ଷତି

ବାର୍ଡଫ୍ଲୁ ଆସିବା ପରେ ଅଣ୍ଡା ବ୍ୟବସାୟୀ ନିରାଶ ଅଟନ୍ତି, 4 ଦିନର ହିସାବ ଅନୁସାରେ ଅଣ୍ଡାର କିଣା ବି କମିଛି । ହୋଲସେଲ ଅଣ୍ଡା ବିକ୍ରେତାମାନେ କହିଛନ୍ତି ଯେ ଏବେ ଏକ ସପ୍ତାହରେ 20% ବିକ୍ରି କମ ହେଇଛି । ଥଣ୍ଡା ଦିନମାନଙ୍କରେ ସାଧାରଣତଃ ଅଣ୍ଡା ଉପରେ ଅଧିକ ବିକ୍ରି ହେଇଥାଏ, ଯାହାକି ସମସ୍ତଙ୍କୁ ସେମାନଙ୍କର ଅଗ୍ରିମ ଆକାରରେ ଦିଆ ଯାଇଥାଏ, ଯାହା ଫଳରେ ସମସ୍ତଙ୍କର କ୍ଷତି ଲାଗି ରହୁଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)