Animal Husbandry

ଗୋଖାଦ୍ୟ ଲାଗି ନଡା ର ସୁଉପଚାର

ଗୋପାଳନରେ ଖାଦ୍ୟାଜନିତ ଖର୍ଚ୍ଚ ଦୈନିକ ଖର୍ଚ୍ଚ ର ଦୁଇ ତୃତୀୟାଂଶ ହୋଇଥାଏ |ତେଣୁ ଲାଭଜନକ ଗୋପାଳନ ଲାଗି ଖାଦ୍ୟ ଖର୍ଚ୍ଚ କମାଇବା ଆବଶ୍ୟକ |କିନ୍ତୁ ଏହା ଲାଗି ଗୌଣ ଓ ନିମ୍ନ ମାନର ଖାଦ୍ୟ ପଦାର୍ଥ ବ୍ୟବହାର କରିବା ଅନୁଚିତ |ଆଜିର ସମୟରେ ଖାଦ୍ୟ ର ମନରେ ପରିବର୍ତନ ନ କରି ଖର୍ଚ୍ଚକାଟ କରିପାରୁଥିବା ଉପାୟଗୁଡିକ ର ଆଵଶ୍ୟକତା ରହିଛି |

04 November, 2018 6:43 PM IST By: KJ Staff

ଗୋପାଳନରେ ଖାଦ୍ୟାଜନିତ ଖର୍ଚ୍ଚ ଦୈନିକ ଖର୍ଚ୍ଚ ର ଦୁଇ ତୃତୀୟାଂଶ ହୋଇଥାଏ |ତେଣୁ ଲାଭଜନକ ଗୋପାଳନ ଲାଗି ଖାଦ୍ୟ ଖର୍ଚ୍ଚ କମାଇବା ଆବଶ୍ୟକ |କିନ୍ତୁ ଏହା ଲାଗି ଗୌଣ ଓ ନିମ୍ନ ମାନର ଖାଦ୍ୟ ପଦାର୍ଥ ବ୍ୟବହାର କରିବା ଅନୁଚିତ |ଆଜିର ସମୟରେ ଖାଦ୍ୟ ର ମାନରେ ପରିବର୍ତନ ନ କରି ଖର୍ଚ୍ଚକାଟ କରିପାରୁଥିବା ଉପାୟଗୁଡିକ ର ଆଵଶ୍ୟକତା ରହିଛି | 

ଏହାର ଆବଶ୍ୟକତା :

୧)ନଡା ଏକ ନିକୃଷ୍ଟ ଗୋଖାଦ୍ୟ ଅଟେ |ବୈଜ୍ଞାନିକ ମତରେ ଆମ ରାଜ୍ୟ ରେ ଚାଷ କରାଯାଉଥିବା ଧାନ ଫସଲ  ରୁ ମିଳୁଥିବା ନଡ଼ାରେ ୦ ରୁ ୩.୫ ପ୍ରତିଶତ ପୃଷ୍ଟିସାର ଥିଲାବେଳେ ଖାଦ୍ୟସାର ର ପରିମାଣ ୩୫ ରୁ ୪୦ ପ୍ରତିଶତ ଥାଏ |କିନ୍ତୁ ସଠିକ ପ୍ରକ୍ରିୟାକରଣ ଦ୍ୱାରା ଏହି ନାଡ଼ଯୁକ୍ତ ଖାଦ୍ୟର ପୃଷ୍ଟିସାର ପରିମାଣ ଶତକଡା ୫ ରୁ ୭ ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲାବେଳେ ଖାଦ୍ୟସାର ପରିମାଣ ୬୦ ରୁ ୬୫ ପ୍ରତିଶତରେ ପହଞ୍ଚେ |

୨)ନଡାର ପ୍ରକ୍ରିୟାକରଣ ଯୋଗୁଁ ନଡାର ଘନତ୍ଵ ହ୍ରାସ ପାଏ |ତଦ୍ୱାରା ଏହାକୁ ସାଇତି ରଖିବା ଓ ନେବା ଆଣିବା କରିବାରେ କୌଣସି ଅସୁବିଧା ହୋଇନଥାଏ ତଥା ସେଥିରେ ଖର୍ଚ୍ଚ କମ ହୋଇଥାଏ |

୩)ପ୍ରକ୍ରିୟାକରଣ ମାଧ୍ୟମ ରେ ନଡା ପୋଷଣ ଶକ୍ତି ବୃଦ୍ଧି ହେତୁ ପ୍ରାଣୀର ହଜମ ପ୍ରକ୍ରିୟା ସହଜ ହୋଇଥାଏ |

୪)ବହୁ ପରିମାଣରେ ନଷ୍ଟ ହେଉଥିବା ନଡା ର ଉପଯୁକ୍ତ  ବିନିଯୋଗ ସମ୍ଭବ ହୋଇଥାଏ |

୫)କୌଣସି ଯନ୍ତ୍ରପାତି ବା ବ୍ୟୟବହୁଳ ସାଧନାରେ ଉପଯୋଗ ନ କରି ଚାଷୀଭାଇମାନେ ନଡା ର ବ୍ୟବହାର  ଉନ୍ନତ ମାନର ଗୋଖାଦ୍ୟ ପ୍ରସ୍ତୁତ କରିପାରିବେ |