Animal Husbandry

ସୁଆଦିଆ ଏମୁ ପକ୍ଷୀ

ଏମୁ ପକ୍ଷୀ ମାଂସର ସ୍ୱାଦ ଏବଂ ପୌଷ୍ଟିକତା ନିମନ୍ତେ ଏହାର ଚାହିଦା ଧୀରେ ଧୀରେ ଓଡ଼ିଶାରେ ବଢ଼ିବାରେ ଲାଗୁଛି l ଏହାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷ ଧରି ଓଡ଼ିଶାର ଚାଷୀଭାଇମାନେ ଏମୁ ପକ୍ଷୀ ପାଳନ କରିଆସୁଛନ୍ତି ଏବଂ ସେଥିରେ ଲାଭବାନ ମଧ୍ୟ ହେଉଛନ୍ତି l ବ୍ୟବସାୟିକଭିତ୍ତିରେ ଏହି ପକ୍ଷୀକୁ ତା’ର ମାଂସ, ଅଣ୍ଡା, ତେଲ, ଚର୍ମ, ପର ଓ ପାଦନଖ ପାଇଁ ପାଳନ କରାଯାଏ l ଯଦିଓ ଏମୁ ପକ୍ଷୀ ପାଳନ କରିବା ଓଡ଼ିଶାର ଏକ ମୂଳ କିମ୍ବା ପାରମ୍ପରିକ ବ୍ୟବସାୟ ନୁହେଁ ତଥାପି ଉପଯୁକ୍ତ ତଦାରଖ ଏବଂ ଲାଳନପାଳନ କରି ବିଭିନ୍ନ ଅଞ୍ଚଳରେ ଲୋକମାନେ ଲାଭବାନ ହୋଇପାରିଛନ୍ତି l ସେ ସମ୍ପର୍କରେ ଆଜିର ଏହି ବିଶେଷ ଉପସ୍ଥାପନା l

24 May, 2021 3:00 PM IST By: Sugyan Kumar Nayak

ଏମୁ ପକ୍ଷୀ ମାଂସର ସ୍ୱାଦ ଏବଂ ପୌଷ୍ଟିକତା ନିମନ୍ତେ ଏହାର ଚାହିଦା ଧୀରେ ଧୀରେ ଓଡ଼ିଶାରେ ବଢ଼ିବାରେ ଲାଗୁଛି l ଏହାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷ ଧରି ଓଡ଼ିଶାର ଚାଷୀଭାଇମାନେ ଏମୁ ପକ୍ଷୀ ପାଳନ କରିଆସୁଛନ୍ତି ଏବଂ ସେଥିରେ ଲାଭବାନ ମଧ୍ୟ ହେଉଛନ୍ତି l  ବ୍ୟବସାୟିକଭିତ୍ତିରେ ଏହି ପକ୍ଷୀକୁ ତା’ର ମାଂସ, ଅଣ୍ଡା, ତେଲ, ଚର୍ମ, ପର ଓ ପାଦନଖ ପାଇଁ ପାଳନ କରାଯାଏ l ଯଦିଓ ଏମୁ ପକ୍ଷୀ ପାଳନ କରିବା ଓଡ଼ିଶାର ଏକ ମୂଳ କିମ୍ବା ପାରମ୍ପରିକ ବ୍ୟବସାୟ ନୁହେଁ ତଥାପି ଉପଯୁକ୍ତ ତଦାରଖ ଏବଂ ଲାଳନପାଳନ କରି ବିଭିନ୍ନ ଅଞ୍ଚଳରେ ଲୋକମାନେ ଲାଭବାନ ହୋଇପାରିଛନ୍ତି l ସେ ସମ୍ପର୍କରେ ଆଜିର ଏହି ବିଶେଷ ଉପସ୍ଥାପନା l

ଏହି ପକ୍ଷୀର ଅଣ୍ଡା, ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିପାଇଁ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଏହାକୁ ସଫଳତାର ସହ ଚାଷ  କରି ବେଶ୍  ଲାଭବାନ୍ ହୋଇଥିବା ଦୃଷ୍ଟାନ୍ତ ମଧ୍ୟ ରହିଛି। ଅଷ୍ଟ୍ରେଲିଆରୁ ଜାତ ଏହି ପକ୍ଷୀର ମାଂସ ସ୍ଵାସ୍ଥ୍ୟ ପ୍ରତି ହିତକର ଏବଂ ସ୍ଵାଦଯୁକ୍ତ । ଏହାର ଚର୍ବିରେ କୋଲେଷ୍ଟରଲ, କମ୍ ଥିବା ବେଳେ ପ୍ରୋଟିନ୍ ଅଧିକ ଥାଏ । ଏମୁର ଅଣ୍ଡା, ଚମଡା ଏବଂ ତୈଳରେ ଓଷଧୀୟ ଗୁଣ ଭରି ରହିଛି । ଏମୁ ପକ୍ଷୀ କମ୍ ଖାଦ୍ୟ ଗ୍ରହଣ କରିଥାଏ । ଏହାର ବୟସ ସୀମା ୩୦-ରୁ ୩୫ ବର୍ଷ । ଏହାର ଉଚ୍ଚତା ୫-୬ ଫୁଟ ଏବଂ ଓଜନ ୪୫-୬୦ କେଜି । ମାଇ ଏମୁ ପକ୍ଷୀ ୨୦-୨୫ ବର୍ଷ ଜୀବନ କାଳ ଭିତରେ ଅଣ୍ଡା ଦେବାରେ ସକ୍ଷମ ହୋଇଥାଏ । ଏମୁ ଅଣ୍ଡାର ଓଜନ ୪୭୫-୬୫୦ ଗ୍ରାମ୍ ହୋଇଥାଏ ଏବଂ ରଙ୍ଗ ସବୁଜ, ଧୁଷୁରିଆ । ମାଈ ଏମୁ ପକ୍ଷୀ ଅକ୍ଟୋବରରୁ ଫେବୃଆରୀ ମାସ ମଧ୍ୟରେ ଅଣ୍ଡା ଦେଇଥାଏ । ମାଇ ଏମୁ ବର୍ଷକୁ ପ୍ରାୟ ୨୫ଟି ଅଣ୍ଡା ଦେଇଥାଏ । ଏମୁ ପକ୍ଷୀର ଗୋଡ, ମାଂସ ଚର୍ବରୁ ଜାତ ତେଲର ଚାହିଦା ବଜାରରେ ବହୁତ ଅଧିକ । ଏମୁ ଚର୍ବି ତେଲ ମଣିଷର ଚର୍ବିଜାତୀୟ ରୋଗର ଉପଚାର ପାଇଁ ବ୍ୟବହୃତ ହୁଏ । ଏମୁ ତେଲ ଖାଇଲେ କଫ, ଆଲର୍ଜି ଏବଂ ଚର୍ବି କମିଥାଏ । ଏହାର ତେଲକୁ ଗଣ୍ଠିବାତ, ବ୍ୟଥା ଏବଂ ଦେହର କୌଣସି ଅଂଶ ଫୁଲିଥୁଲେ ଲଗାଇଲେ ଉପଶମ ମିଳିଥାଏ । ଏହି ତେଲ ବ୍ୟବହାର କଲେ ଚର୍ମରୋଗ ତଥା ତ୍ଵଚାର ଶୁଷ୍କତା ଦୂର ହୋଇଥାଏ ।

ଏମୁ ପକ୍ଷୀ ସବୁ ପ୍ରକାର ଜଳବାୟୁ ସହିତ ଖାପଖୁଆଇ ରହିପାରେ । ସେଥିପାଇଁ ଯେଉଁ ସ୍ଥାନରେ ପକ୍ଷୀମାନଙ୍କ ରହିବା ବ୍ୟବସ୍ଥା କରାଯିବ ସେହି ସ୍ଥାନରେ ପାନୀୟ ଜଳ, ଉତ୍କୃଷ୍ଟ ଚରାଣ ଭୂମି, ସ୍ଥାନାନ୍ତରଣ ବ୍ୟବସ୍ଥା ରହିବା ଆବଶ୍ୟକ । ୨୦ଟି ଏମୁ ପକ୍ଷୀ ପାଇଁ ୧୦୦X୫୦ ଫୁଟ ଜାଗା ଓ ଲୁହା ଜାଲି ଆବଶ୍ୟକ । ତାହାଛଡା ଚଟାଣ ମୋରମରେ ତିଆରି କରିବା  ଦରକାର । ଏତଦ୍ ବ୍ୟତୀତ ୧୦୦ ଫୁଟ X ୧୦ ଫୁଟ୍ ବିଶିଷ୍ଟ ମୁକ୍ତ ଭୂମି ଚାରଣ ପାଇଁ ଆବଶ୍ୟକ ।

ଖାଦ୍ୟ ଦାନା

ଏମୁ ଖାଦ୍ୟରେ ମକା, ସୋୟାବିନ୍, ସୁର୍ଯ୍ୟମୁଖୀ, କ୍ୟାଲସିୟମ୍, ଫସଫେଟ୍, କ୍ୟାଲସିୟମ୍ ପାଉଡର, ଲବଣ, ମିନେରାଲ୍ ଓ ଭିଟାମିନ୍ ସଠିକ୍ ଅନୁପାତରେ ରହିବା ଆବଶ୍ୟକ । ଗୋଟିଏ ଏମୁ ପକ୍ଷୀ ଛୁଆ ୬୦୦-୮୦୦ ଗ୍ରାମ୍ ଖାଦ୍ୟ ଦାନା ଦିନକୁ ଖାଇଥାଏ ।

ଏମୁ ପକ୍ଷୀର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନଙ୍କ ମୃତ୍ଯୁହାର ବହୁତ କମ୍ । କୃମିଜାତୀୟ ରୋଗରୁ ରକ୍ଷା କରିବା ପାଇଁ ଆଇଭରମେକ୍ସିନ୍ ୧ ମାସ ବୟସରେ ଆରମ୍ଭ କରି ପ୍ରତି ମାସ ଦେବା ଉଚିତ । ରାଣୀକ୍ଷେତ ରୋଗରୁ ରକ୍ଷା କରିବା ପାଇଁ ଲାସୋଟା ପ୍ରତିଷେଧକ ଟୀକା ଦେବା ଆବଶ୍ୟକ । ଏମୁ ଚାଷ ପାଇଁ ନାବାର୍ଡ ତରଫରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ୧୦ଟି ଏମୁ ପକ୍ଷୀ ଚାଷ ପାଇଁ ପ୍ରାୟତଃ ୨ ରୁ ଅଢ଼େଇ ଲକ୍ଷ ଖର୍ଚ୍ଚ ହୋଇପାରେ । ଚାଷର ବର୍ଷକ ପରେ ଖର୍ଚ୍ଚର ଦୁଇଗୁଣା ଲାଭ ଚାଷୀ ଉଠାଇପାରିବେ  l ଭାରତୀୟ ଜଳବାୟୁରେ ଏହି ପକ୍ଷୀର ଯଥେଷ୍ଟ ରୋଗ ସହନ ଶକ୍ତି ଥିବାରୁ ବର୍ତ୍ତମାନ ଭାରତବର୍ଷରେ ପ୍ରାୟ ଦୁଇ ଲକ୍ଷ ଏମୁପକ୍ଷୀ ରହିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)