Animal Husbandry

ଦୀପାବଳି ରେ ନୂଆ ରୂପ !ଗୋବର ରୁ ତିଆରି ଦୀପ !

ଦୀପାବଳି ରେ ନୂଆ ରୂପ !ଗୋବର ରୁ ତିଆରି ଦୀପ !

18 October, 2019 4:28 PM IST By: KJ Staff

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗତିନାଶିନୀ ଦେବୀ ଦୁର୍ଗା ଙ୍କ ମେଲାଣି ପରେ ଅଳ୍ପ ଦିନ ମଧ୍ୟରେ ହେବାକୁ ଥିବା ଦୀପାବଳି ର ଆଗମନ କୁ ଭାରତ ବ୍ୟାପି ବୃଦ୍ଧ ରୁ ବାଳୁତ ସମସ୍ତେ ଅପେକ୍ଷା କରିଛନ୍ତି |ଦୀପାବଳି ର ଅବସରରେ ଘରେ ଘରେ ଦୀପ ଜଳିବା ସୁନିଶ୍ଚିତ |ତେବେ ଏଥର ଦୀପାବଳି ର ଏକ ନୂତନ ରୂପ ଦେଖିବାକୁ ମିଳିବ |
ଅତ୍ୟଧିକ ପ୍ରଦୂଷଣ ଏବଂ ତାର ନିୟନ୍ତ୍ରଣ ଲାଗି ସୁପ୍ରିମ କୋର୍ଟ ସମଗ୍ର ଦିଲ୍ଲୀ ରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି |ତେବେ ବାଣ ବିନା ଦୀପାବଳି ଅସମ୍ପୂର୍ଣ୍ଣ ବୋଲି କେତେକ ବ୍ୟକ୍ତି ମତ ଦେଇଥିଲା ବେଳେ ବର୍ତମାନ ଆଉ ଏକ ନୂତନ ବିକଳ୍ପ ଆଣିଛନ୍ତି ଧ୍ୟାନ ଫାଉଣ୍ଡେସନ ର ରିମା ଆନନ୍ଦ |

ସୂଚନା ଅନୁଯାୟୀ ଏହି ଫୁକୁଣ୍ଡେସନ ର ମହିଳା ମାନେ କେବଳ ଗୋବର ,ଘିଅ ଏବଂ ଆବଶ୍ୟକ ତୈଳ ରେ ତିଆରି ହୋଇଥିବା ଦୀପ ନିର୍ମାଣ କରି ବଜାରରେ ଉପଲବ୍ଧ କରାଉଛନ୍ତି |ରିମା ଆନନ୍ଦ ମତ ଦେଇଛନ୍ତି ଯେ ଏଥିରୁ ହୋଇଥିବା ରୋଜଗାର ରୁ ସେମାନେ ଗୋପାଳନ ଏବଂ ଗୋଖାଦ୍ୟ କିଣିବା ଲାଗି ଖର୍ଚ କରିଥାନ୍ତି ଯାହା ଦ୍ୱାରା ଗାଈ ଠାରୁ ଉତ୍ପାଦ ର ମାନ ବୃଦ୍ଧି ପାଇବ|
ଏହି ଦୀପ ପରିବେଶ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ମଧ୍ୟ ବେଶ ଉପକାରୀ |ଏହି ଦୀପ କୁ କାର୍ଯ୍ୟ ରେ ଲଗାଇବା ପରେ ଏହା ନଷ୍ଟ ହୁଏ ନାହିଁ ବରଂ ମାଟି ରେ ଖତ ପରି ପ୍ରାୟଗ କରିହୁଏ |ତେଣୁ ସ୍ୱଳ୍ପ ବ୍ୟୟ ରେ ଦୀପାବଳି ର ଦୀପ ସହ ବୃକ୍ଷ ଲାଗି ଖାଦ୍ୟ କିଣିବା ବେଶ ଲାଭଦାୟକ ସାବ୍ୟସ୍ତ ହୋଇପାରେ |

ଏହା ବ୍ୟତୀତ ଫାଉଣ୍ଡେସନ ର ଆଉ ଜଣେ ମହିଳା ମତ ଦେଇଛନ୍ତି ଯେ ଏଥିରେ ଲେମନ ଗ୍ରାସ ଏବଂ ପୁଦିନା ତେଲ ର ବ୍ୟବହାର ହୋଇଥିବାରୁ ଏହାକୁ ଜାଳିବା ଦ୍ୱାରା ମାସ ମାନଙ୍କ ଠାରୁ ମଧ୍ୟ ମୁକ୍ତି ମିଳିଥାଏ |
୫ ଟଙ୍କା ରେ ଉପଲବ୍ଧ ହେଉଥିବା ଏହି ଦୀପ କୁ ଜାଳିଲେ ପରିବେଶ ରେ ଏକ ସକାରତ୍ମକ ଶକ୍ତି ର ସଂଚାଳନ ହୋଇଥାଏ |ଏଥିରେ ଥିବା ଳେମାନ ଗ୍ରାସ ,ପୁଦିନା ଏବଂ ଲାଭେଣ୍ଡର ର ତେଲ ପରିବେଶ ରେ ମହକ ଭରିଥାଏ ଯାହା ଆପଣଙ୍କ ମଶିଷଙ୍କ କୁ ସନ୍ତୁଳିତ ରଖିଥାଏ |
ତେଣୁ ଏହି ଦୀପାବଳି ରେ ନିଜ ବାସଗୃହରେ ଏବଂ ପରିପାର୍ଶ୍ଵ ରେ ସକାରତ୍ମକ ଶକ୍ତି ର ସଂଚାର କରନ୍ତୁ ଏବଂ ଗୋବର ରେ ତିଆରି ଦୀପ ରେ ଘର ପ୍ରଜ୍ବଳିତ କରନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)