Animal Husbandry

କେନ୍ଦ୍ରାପଡ଼ାର ନାଲି ମେଣ୍ଢା, ଏବେ ଶୀର୍ଷରେ...

କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଚାଷୀଙ୍କ ପାଇଁ ଖୁସି ଖବର। ବଂଶ ବୃଦ୍ଧି କରିବାରେ ଏଠାକାର ମେଣ୍ଢାଙ୍କର ସ୍ୱତନ୍ତ୍ର ଜିନ୍‌ ଥିବାରୁ ଏହାକୁ ଜାତୀୟ ସ୍ତରର ସ୍ୱତନ୍ତ୍ର ମାନ୍ୟତା ମିଳିଛି। ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଓ ଜାତୀୟ ପ୍ରାଣୀ ସମ୍ପଦ ଅନୁବଂଶିକ ଗବେଷଣା ପ୍ରତିଷ୍ଠାନର ଗବେଷଣା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଉଚ୍ଚକୋଟିର ବୋଲି ଜଣାପଡ଼ିଛି। ଜାତୀୟ ସମ୍ପଦ ହିସାବରେ ମାନ୍ୟତା ଦିଆଯାଇଥିବାରୁ ମେଣ୍ଢା ଚାଷୀମାନେ ତାଙ୍କର ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ଏବେ ଅଧିକ ଗୁରୁତ୍ୱ ଦେବେ। ଏହାସହିତ ପାଖ ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାର ମେଣ୍ଢା ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।

25 May, 2021 5:36 PM IST By: Sugyan Kumar Nayak

କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଚାଷୀଙ୍କ ପାଇଁ ଖୁସି ଖବର। ବଂଶ ବୃଦ୍ଧି କରିବାରେ ଏଠାକାର ମେଣ୍ଢାଙ୍କର ସ୍ୱତନ୍ତ୍ର ଜିନ୍‌ ଥିବାରୁ  ଏହାକୁ  ଜାତୀୟ ସ୍ତରର ସ୍ୱତନ୍ତ୍ର ମାନ୍ୟତା ମିଳିଛି। ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଓ ଜାତୀୟ ପ୍ରାଣୀ ସମ୍ପଦ ଅନୁବଂଶିକ ଗବେଷଣା  ପ୍ରତିଷ୍ଠାନର ଗବେଷଣା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଉଚ୍ଚକୋଟିର ବୋଲି ଜଣାପଡ଼ିଛି। ଜାତୀୟ ସମ୍ପଦ ହିସାବରେ ମାନ୍ୟତା ଦିଆଯାଇଥିବାରୁ ମେଣ୍ଢା ଚାଷୀମାନେ ତାଙ୍କର ବଂଶବୃଦ୍ଧି ଓ ସୁରକ୍ଷା ପାଇଁ  ଏବେ ଅଧିକ ଗୁରୁତ୍ୱ ଦେବେ। ଏହାସହିତ ପାଖ ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାର ମେଣ୍ଢା ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।

ପୂର୍ବରୁ ରାଜ୍ୟରେ ବିଭିନ୍ନ ଗୋ ପ୍ରଜାତି ଯଥା ବିଞ୍ଚାରପୁର, ଘୁମସରି, ଖରିଆଳ, ଓ ମୋଟୁ ଗାଈକୁ ଜାତୀୟ ମାନ୍ୟତା ମିଳିଥିବା ବେଳେ ଚିଲିକା ଓ କଳାହାଣ୍ଡି ମଇଁଷିକୁ ମଧ୍ୟ ଜାତୀୟ ମାନ୍ୟତା ମିଳିସାରିଛି । ଏବେ କେନ୍ଦ୍ରାପଡା ମେଣ୍ଢା ଜାତୀୟ ମାନ୍ୟତା ପାଇବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର । ରାଜ୍ୟର ବହୁ ଗରିବ ଚାଷୀ ଏହାର ଉପକାର ପାଇ ପାରିବେ । କାରଣ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ଓ ବଂଶବୃଦ୍ଧି ନିମନ୍ତେ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିବ । କେନ୍ଦ୍ରାପଡ଼ା ପ୍ରଜାତିର ମେଣ୍ଢାଙ୍କୁ ଜାତୀୟ ମାନ୍ୟତା ମିଳିବ ।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଓ ପ୍ରାଣୀ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଏହି ପ୍ରଜାତିର ମେଣ୍ଢାଙ୍କ ଉପରେ ମିଳିତ ଭାବରେ ଗବେଷଣା ଚାଲିଥିଲା । ଦୀର୍ଘ ୧୨ ମାସର ଗବେଷଣା ପରେ ଏହି ପ୍ରଜାତିର ମେଣ୍ଢାଙ୍କ ନିକଟରେ କେତେକ ବିଶେଷତ୍ଵ ଓ ଗୁଣ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । କାରଣ ଏହି ମେଣ୍ଢାଙ୍କ ନିକଟରେ ଫେକବି ମ୍ୟୁଟେସନ ଗୁଣସୂତ୍ର ବା ଜିନ ନିହିତ ଥିବାରୁ ସେମାନେ ଥରକେ ୨ ରୁ ଅଧିକ ଛୁଆ ଦେବାର ସକ୍ଷମ ହୋଇଥାନ୍ତି । ଗବେଷଣା ରୁ ଜଣାପଡିଛି ଯେ ଏହି ପ୍ରଜାତିର ଶତକଡା ୮୦ପ୍ରତିଶତ ମେଣ୍ଢା ଥରକେ ୨ ରୁ ଅଧିକ ଛୁଆ ଦେଉଥିବା ବେଳେ ୭୧ ପ୍ରତିଶତ ଅଧିକ ଦୁଇଟି ଛୁଆ ୯ ପ୍ରତିଶତ ୩ ଟି ଛୁଆ ଓ ୧ ପ୍ରତିଶତ ମେଣ୍ଢା ଚାରୋଟି ଲେଖାଏଁ ଛୁଆ ଜନ୍ମ କରିଥାନ୍ତି । ତେଣୁ ଏହି ପ୍ରଜାତିର ମେଣ୍ଢା ଅର୍ଥକାରୀ ଓ ଅଧିକ ଛୁଆ ଜନ୍ମ କରୁଥିବା ବିଶ୍ଵର ମେଣ୍ଢାଙ୍କ ମଧ୍ୟରେ ୬ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତରେ ୨ୟ ସ୍ଥାନରେ ରହିଛନ୍ତି ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ନିଉଜିଲ୍ୟାଣ୍ଡରେ ଚାରୋଟି ପ୍ରଜାତିର ମେଣ୍ଢାଙ୍କ ଶରୀରରେ ଏହି ଜିନ ଆବିଷ୍କୃତ ହୋଇଥିଲା । ଭାରତରେ ପଶ୍ଚିମବଙ୍ଗର ଗାରୋଲେ ପ୍ରଜାତିର ମେଣ୍ଢାଙ୍କ ଶରୀରରେ ଏହି ଜିନ ପୂର୍ବରୁ ଆବିଷ୍କୃତ ହୋଇଥିଲା ବୋଲି ଗବେଷକ ପ୍ରଫେସର ଡଃ ସୁଶାନ୍ତ କୁମାର ଦାସ କହିଛନ୍ତି । କିନ୍ତୁ ଏହି ୬ଟି ପ୍ରଜାତିର ମେଣ୍ଢାଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ମେଣ୍ଢା ସବୁଠାରୁ ଉତ୍କୃଷ୍ଟ ପ୍ରମାଣିତ ହୋଇଛି ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢାମାନଙ୍କ ଠାରେ କମ୍ ଦିନରେ ଅଧିକ ପ୍ରସବ କରିପାରିବାର ଜିନ୍‌ ଥିବା ଚିହ୍ନଟ ହୋଇଛି।

ସ୍ଥାନୀୟ ମେଣ୍ଢା ଚାଷୀମାନେ ମତ ବ୍ୟକ୍ତ କରନ୍ତି ଯେ, ଏହି ମେଣ୍ଢାମାନେ ୨ରୁ ୪ଟି ଶାବକ ଜନ୍ମ କରି ଥାଆନ୍ତି। ସରକାରଙ୍କ ତରଫରୁ ଉପଯୁକ୍ତ ସାହଯ୍ୟ ସହଯୋଗ ମିଳିଲେ ସ୍ଥାନୀୟ ମେଣ୍ଢା ପାଳକମାନେ ବିଶେଷ ଭାବରେ ଲାଭବାନ ହୋଇପାରିବେ l ଏହା ସହିତ କେନ୍ଦ୍ରାପଡ଼ାର ମେଣ୍ଢା ଚାଷୀମାନଙ୍କୁ  ଉପଯୁକ୍ତ ବଜାର ଓ ପ୍ରୋତ୍ସାହନ ପ୍ରଦାନର ଆବଶ୍ୟକତା ରହିଛି l କେନ୍ଦ୍ରାପଡ଼ାରେ ନାଲି ମେଣ୍ଢା ପାଳନକୁ ସୁବ୍ୟବସ୍ଥିତ କରାଗଲେ ଚାଷୀମାନେ ଉଚିତ ଦରରେ ମେଣ୍ଢା ବିକ୍ରି କରିପାରିବେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)