Animal Husbandry

ଦେଶରେ ପ୍ରାୟ ୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ଟିକାକରଣ

ପାଦ ଏବଂ ପାଟି ରୋଗ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଅବଧିରେ, ଦେଶରେ ପ୍ରାୟ ୨୪ କୋଟି ଗୋରୁ ଓ ମଇଁଷି ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଟିକାକରଣ କରାଯାଇଛି । ରାଜ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ୨୫.୮ କୋଟିରୁ ୯୫% ରୁ ଅଧିକ ଗୋରୁମାନଙ୍କୁ ଟିକାକରଣ କରାଯିବା ଫଳରେ ଗୋରୁମାନଙ୍କର ଗୋଷ୍ଠୀ ପ୍ରତିରକ୍ଷା ସ୍ତରରେ ବହୁତ ଆଗରେ ରହିଛି ।

25 March, 2023 10:00 AM IST By: Tanushree Mahapatra

ପାଦ ଏବଂ ପାଟି ରୋଗ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଅବଧିରେ, ଦେଶରେ ପ୍ରାୟ ୨୪ କୋଟି ଗୋରୁ ଓ ମଇଁଷି ମାନଙ୍କୁ  ବର୍ତ୍ତମାନ ସୁଦ୍ଧା ଟିକାକରଣ କରାଯାଇଛି ( Vaccinations )  ।

ରାଜ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ୨୫.୮ କୋଟିରୁ ୯୫% ରୁ ଅଧିକ ଗୋରୁମାନଙ୍କୁ ଟିକାକରଣ କରାଯିବା ଫଳରେ ଗୋରୁମାନଙ୍କର ଗୋଷ୍ଠୀ ପ୍ରତିରକ୍ଷା ସ୍ତରରେ ବହୁତ ଆଗରେ ରହିଛି । ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍‌ଡି), ଭାରତ ସରକାର, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାର / ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପଶୁପାଳକ ମାନଙ୍କର ସହଯୋଗ ଫଳରେ ଏହି ନୂତନ କୀର୍ତିମାନରେ ପହଞ୍ଚିବା ସମ୍ଭବ ହୋଇ ପାରିଛି ।

ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ୧୦୦% ଆର୍ଥିକ ଅନୁଦାନ ପ୍ରାପ୍ତ ଯାହାକି ଏଫଏମଡି ବିରୋଧରେ କେନ୍ଦ୍ର ସ୍ତରରେ ଟିକା ଆହରଣ କରୁଛି ଏବଂ ରାଜ୍ୟମାନଙ୍କୁ ଯୋଗାଣ କରୁଛି ଏବଂ ଟିକାକରଣ ଦେୟ, ଆନୁଷଙ୍ଗିକ ସାମଗ୍ରୀ, ସଚେତନତା ସୃଷ୍ଟି, ଶୀତଳ ପ୍ରବାହ ଶୃଙ୍ଖଳା ଭିତ୍ତିଭୂମି ଇତ୍ୟାଦି ମଧ୍ୟ ପ୍ରଦାନ କରୁଛି । ପଶୁପାଳନ କରୁଥିବା ମାଲିକମାନଙ୍କୁ ସେମାନଙ୍କ ପଶୁ ମାନଙ୍କୁ ଟିକାକରଣ କରିବା ପାଇଁ ବିଭିନ୍ନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ପଦକ୍ଷେପ ମାଧ୍ୟମରେ ଜାଗ୍ରତ ଏବଂ ସଚେତନ ହେବା ସହିତ ଏହି ସୁବିଧା ପାଇବା ପାଇଁ ନିକଟସ୍ଥ ପ୍ରାଣୀଧନ ସ୍ୱାସ୍ଥ୍ୟ କର୍ମୀ / ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଡିଏଏଚ୍‌ଡି ମଧ୍ୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ଅଧିକ ପ୍ରାଣୀ ସ୍ୱାସ୍ଥ୍ୟ କର୍ମୀ / ପାରାଭେଟମାନଙ୍କୁ ତାଲିମ ପ୍ରଦାନ କରିବାରେ ସହଯୋଗ କରୁଛି ।

ଆଶା କରାଯାଉଛି ଯେ, ଏଭଳି ନିରନ୍ତର ପ୍ରୟାସ କରାଯିବା ଦ୍ୱାରା ଦେଶରୁ ଗୋରୁମାନଙ୍କ ପାଦ ଏବଂ ପାଟି ରୋଗକୁ ନିୟନ୍ତ୍ରଣ କରିବା ଏବଂ ବିଲୋପ କରିବାର ଲକ୍ଷ୍ୟ ହାସଲ ହେବ ଯାହା ପଶୁପାଳକ/ପଶୁରକ୍ଷକମାନଙ୍କର ଆୟ ବୃଦ୍ଧି ତଥା ପ୍ରାଣୀଧନ ଉତ୍ପାଦଗୁଡ଼ିକ କ୍ଷେତ୍ରରେ ଭାରତର ବାଣିଜ୍ୟକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ ।

ପାଦ ଏବଂ ପାଟି ରୋଗ (ଏଫ୍‌ଏମ୍‌ଡି) ପଶୁମାନଙ୍କର ଏକ ପ୍ରମୁଖ ରୋଗ। ବିଶେଷତଃ ଭାରତରେ ଗୋରୁ ଏବଂ ମଇଁଷିମାନଙ୍କ କ୍ଷେତ୍ରରେ ଏହା ଦେଖାଦେଇଥାଏ ଏବଂ ଏହା ଯୋଗୁଁ ଦୁଗ୍ଧ ଉତ୍ପାଦନ ହ୍ରାସ ହେତୁ ପଶୁପାଳକମାନଙ୍କ ପାଇଁ ବିପୁଳ ଆର୍ଥିକ କ୍ଷତି ଘଟିଥାଏ । ଏହି ସମସ୍ୟାର ସମାଧାନ ପାଇଁ ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍‌ଡି) ୨୦୧୯ରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଏଡିସିପି) ଆରମ୍ଭ କରିଛି ଯାହା ବର୍ତ୍ତମାନ ପଶୁପାଳନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହୋଇଛି । ଟିକାକରଣ ମାଧ୍ୟମରେ ପାଦ ଏବଂ ପାଟି ରୋଗ (ଏଫ୍‌ଏମ୍‌ଡି)କୁ ନିୟନ୍ତ୍ରଣ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ଏହା ଧୀରେ ଧୀରେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ । ଏହା ଦ୍ୱାରା ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଶେଷରେ ପଶୁଜାତ ଦ୍ରବ୍ୟର ରପ୍ତାନିରେ ମଧ୍ୟ ବୃଦ୍ଧି ଘଟିବ । ସମ୍ପ୍ରତି ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଗୋରୁ ଏବଂ ମଇଁଷି ମାନଙ୍କୁ ଟିକାକରଣ ସମ୍ପନ୍ନ କରାଯାଉଛି ।

-ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍‌ଡି), ଭାରତ ସରକାର, ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ସରକାର / ପ୍ରଶାସନର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି, ପଶୁପାଳକ ମାନଙ୍କ ସମର୍ଥନ ଯୋଗୁଁ ଏକ ନୂତନ କିର୍ତ୍ତୀମାନ ସ୍ଥାପନ ହେବା ସମ୍ଭବ ହୋଇ ପାରିଛି ।

-ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ୧୦୦% ଅନୁଦାନ ପ୍ରାପ୍ତ, ଯାହା କେନ୍ଦ୍ରୀୟ ଭାବରେ ଏଫ୍‌ଏମ୍‌ଡି ବିରୋଧରେ ଟିକା ଆହରଣ କରୁଛି ଏବଂ ରାଜ୍ୟମାନଙ୍କୁ ଯୋଗାଉଛି ।

-ପଶୁପାଳନ କରୁଥିବା ମାଲିକମାନଙ୍କୁ ସେମାନଙ୍କ ପାଳିତ ପଶୁମାନଙ୍କର ଟିକାକରଣ କରିବା ପାଇଁ ବିଭିନ୍ନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ପଦକ୍ଷେପ ମାଧ୍ୟମରେ ସମ୍ବେଦନଶୀଳ କରାଯାଇଥିଲା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ନିକଟସ୍ଥ ପ୍ରାଣୀଧନ ସ୍ୱାସ୍ଥ୍ୟ କର୍ମୀ / ପ୍ରାଣୀଧନ ଚିକିତ୍ସକ ମାନଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।

-ଡିଏଏଚ୍‌ଡି ମଧ୍ୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସହିତ ସହଯୋଗରେ ଅଧିକ ପ୍ରାଣୀଧନ ସ୍ୱାସ୍ଥ୍ୟ କର୍ମୀ / ପାରାଭେଟ ମାନଙ୍କୁ ତାଲିମ ପ୍ରଦାନ କରିବାରେ ସହଯୋଗ କରୁଛି ।

ରାଜସ୍ଥାନ ସରକାରଙ୍କ " ରାଜ କିସାନ ସୁଭିଧା ଆପ୍ ", ଚାଷ ପ୍ରଣାଳୀ ବିଷୟରେ ଦେବ ସୂଚନା

ଜାଣନ୍ତୁ କ'ଣ ଏହି ଘାସ, ଯାହା ତେଲରୁ ଚାଷୀ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)