Animal Husbandry

world Fishery day: ଆଜି ହେଉଛି ବିଶ୍ୱ ମତ୍ସ୍ୟ ଦିବସ !

ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ଏକ ବୃହତ ଜନସଂଖ୍ୟା ମତ୍ସ୍ୟ ଚାଷ ସହିତ ଜଡିତ l ମତ୍ସ୍ୟ ଚାଷର ପ୍ରୋତ୍ସାହନ ପାଇଁ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାକୁ ପୁରସ୍କାର ପ୍ରଦାନ କରାଯାଇଥାଏ l

21 November, 2024 12:33 PM IST By: Tanushree Mahapatra

ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ୨୧ ନଭେମ୍ବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ l ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀ ଏବଂ ପଶୁପାଳନର ହିତାଧିକାରୀଙ୍କ ମଧ୍ୟରେ ଥିବା ଏକତା ପ୍ରଦର୍ଶନ କରିବା l

ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ଏକ ବୃହତ ଜନସଂଖ୍ୟା ମତ୍ସ୍ୟ ଚାଷ ସହିତ ଜଡିତ l ମତ୍ସ୍ୟ ଚାଷର ପ୍ରୋତ୍ସାହନ ପାଇଁ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାକୁ ପୁରସ୍କାର ପ୍ରଦାନ କରାଯାଇଥାଏ l ଏଥର ବହୁ ରାଜ୍ୟ ଏବଂ ସେମାନଙ୍କ ଜିଲ୍ଲାକୁ ମାଛ ଚାଷ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି ।

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ମତ୍ସ୍ୟ କ୍ଷେତ୍ରର ବିଶେଷଜ୍ଞମାନେ ବର୍ତ୍ତମାନ ବିଶ୍ୱାସ କରୁଛନ୍ତି ଯେ ଦେଶରେ ଖାଦ୍ୟ ନିରାପତ୍ତାରେ ମାଛ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। କାରଣ ଦେଶରେ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି l ଜନସଂଖ୍ୟା ବୃଦ୍ଧି ହେତୁ କୃଷି କ୍ଷେତ୍ରରେ ଚାପ ବଢ଼ୁଚି । ବହୁ ଜନସଂଖ୍ୟାକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଏକ ବଡ଼ ଆହ୍ୱାନ ଭାବରେ ଉଭା ହେଉଛି l ଏହି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାର ଏବଂ କୀଟନାଶକ ବହୁଳ ଭାବରେ ବ୍ୟବହୃତ ହେଉଛି, ଯେଉଁ କାରଣରୁ ଉତ୍ପାଦକତା ହ୍ରାସ ପାଉଛି l ଏଭଳି ପରିସ୍ଥିତିରେ ସମସ୍ତଙ୍କ ଆଖି ଜଳ ଜନିତ କୃଷି ଉପରେ ଥାଏ । କାରଣ ଏହା ଏକ ଏପରି କ୍ଷେତ୍ର ଯାହାକି ଅଧିକ ଚାହିଦା ରହିଛି ବର୍ତ୍ତମାନ ବଜାରରେ l

ନଭେମ୍ବର ୨୧, ୨୦୧୫ ରେ ପ୍ରଥମ ବିଶ୍ୱ ମତ୍ସ୍ୟଜୀବ ଦିବସ ପାଳନ କରାଯାଇଥିଲା l ସେହି ଦିନ ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ମତ୍ସ୍ୟଜୀବୀ ସଂଗଠନ ଉଦଘାଟନ କରାଯାଇଥିଲା । ୧୯୯୭ ମସିହାରେ ୱାର୍ଲ୍ଡ ମତ୍ସ୍ୟ କନସୋର୍ଟିୟମ୍ ପାଇଁ ଏକ ଫୋରମ୍ ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାକୁ WFF (ବିଶ୍ୱ ମତ୍ସ୍ୟ ଫୋରମ୍) କୁହାଯାଉଥିଲା l ଏହି ପ୍ଲାଟଫର୍ମ ଅଧୀନରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ଅଂଶଗ୍ରହଣକାରୀ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ l ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି l

ଯାହାପାଇଁ ଚାଷୀ ସେହି ଯୋଜନା ବ୍ୟବହାର କରି ମାଛ ଚାଷ କରିପାରୁଛନ୍ତି l ଅନ୍ୟାନ୍ୟ ଚାଷ ମଧ୍ୟରେ ମାଛ ଚାଷକରି ଚାଷୀ ଲାଭ ପାଉଛନ୍ତି l କେତେକ କ୍ଷେତ୍ର ମହିଳାମାନେ ମଧ୍ୟ ମାଛ ଚାଷ କରିବାକୁ ଇଛା ପ୍ରକାଶ କରୁଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି “India's Blue Transformation: Strengthening Small-Scale and Sustainable Fisheries” l

Read more :

ବିଜ୍ଞାନ ଓ କୃଷକଙ୍କ ମଧ୍ୟରେ ଦୂରତା ହ୍ରାସ କରିବାକୁ ହେବ: ଶ୍ରୀ ଚୌହାନ

Camel in Agri Sector: କୃଷିରେ ଓଟ ପାଳନର ଭୂମିକା କ'ଣ ?