ଦୁଗ୍ଧ ଶିଳ୍ପରେ ମଇଁଷି ପାଳନର ଅଧିକ ମହତ୍ୱ ରହିଛି । ଆମ ଦେଶରେ ପ୍ରାୟ ୫୫ ପ୍ରତିଶତ କ୍ଷୀର ଅର୍ଥାତ୍ ୨୦ ମିଲିୟନ୍ ଟନ୍ କ୍ଷୀର ମଇଁଷିପାଳନ ମାଧ୍ୟମରେ ମିଳେ । ଏପରି ସ୍ଥିତିରେ ଯଦି ଆପଣମାନେ ମଇଁଷି ପାଳନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏପରି ପ୍ରଜାତିର ମଇଁଷି ପାଳନ କରିବେ ଯାହା ଠାରୁ ଅଧିକ କ୍ଷୀର ଉତ୍ପାଦନ ହୋଇପାରିବ ।
ଜାଫରାବାଦି ମଇଁଷି
ଜାଫରାବାଦି ପ୍ରଜାତିର ମଇଁଷି ସବୁଠାରୁ ଲୋକପ୍ରିୟ ଅଟେ । ଏଗୁଡ଼ିକୁ ଗୁଜରାଟର ଗିର ଜଙ୍ଗଲ ଅଞ୍ଚଳରେ ପାଳନ କରାଯାଇଥାଏ l ଏହାର ମୁଣ୍ଡ ଏବଂ ବେକ କାରଣରୁ ଏକ ସ୍ୱତନ୍ତ୍ର ପରିଚୟ ଅଛି, ଯେହେତୁ ଏମାନଙ୍କର ମୁଣ୍ଡ ବହୁତ ଚୌଡା, ଏବଂ ଅନ୍ୟ ମଇଁଷିମାନଙ୍କ ଠାରୁ ବଡ଼ ଓ ପଛପଟକୁ ବଙ୍କା ହୋଇଥାଏ। ଯଦି କ୍ଷୀର ଉତ୍ପାଦନ ବିଷୟରେ କହିବା, ତେବେ ଏହି ମଇଁଷିଗୁଡ଼ିକ ହାରାହାରି ପ୍ରତି ଜନ୍ମର ବ୍ୟବଧାନ ମଧ୍ୟରେ ୧୦୦୦ ରୁ ୧୨୦୦ ଲିଟର କ୍ଷୀର ଦେଇଥାଆନ୍ତି ।
ମୁରା ମଇଁଷି
ମୁରା ମଇଁଷି ଅଧିକ କ୍ଷୀର ଉତ୍ପାଦନ କରୁଥିବା ପ୍ରଜାତି ଭାବରେ ଜଣାଶୁଣା ଅଟେ l ଏଗୁଡିକ ହରିୟାଣାରେ ଅଧିକ ମାତ୍ରାରେ ପାଳନ କରାଯାଏ l ଆପଣମାନଙ୍କୁ କୁହାଯାଉଛି ଯେ, ହରିୟାଣା ଏବଂ ପଞ୍ଜାବ ବ୍ୟତୀତ ଅନ୍ୟ ରାଜ୍ୟର ଲୋକମାନେ ମୁରା ମଇଁଷି କିଣୁଛନ୍ତି । ଏହା ସହଜରେ ପ୍ରତିଦିନ ୧୫ ରୁ ୨୦ ଲିଟର କ୍ଷୀର ଦେଇପାରେ । ଏହି କ୍ଷୀର ରେ ୭ ପ୍ରତିଶତରୁ ଅଧିକ ଚର୍ବି ଅଂଶ ରହିଥାଏ ।
ସୁର୍ତ୍ତୀ ମଇଁଷି
ମଇଁଷିର ସୁର୍ତ୍ତୀ ପ୍ରଜାତି ମଧ୍ୟ ଗୁଜରାଟର ଅଟେ ଯାହା କି ବଡୋଦା ଅଞ୍ଚଳରେ ପାଳନ କରାଯାଏ l ଯେପରି ଜାଫରାବାଦି ମଇଁଷି ଗାଢ଼ କଳା ରଙ୍ଗର ଅଟେ, ସେହି ପରି ସୁର୍ତ୍ତୀ ମଇଁଷିର ରଙ୍ଗ ହାଲୁକା କଳା କିମ୍ବା ଧୂସର ରଙ୍ଗ ଥାଏ । ଏହି ମଇଁଷି ଦେଖିବାକୁ ଦୁର୍ବଳ, କିନ୍ତୁ ଏହାର ମୁଣ୍ଡ ଲମ୍ବା ଅଟେ । ଯଦି କ୍ଷୀର ଉତ୍ପାଦନ ବିଷୟରେ କହିବା, ତେବେ ହାରାହାରି ଉତ୍ପାଦନ ପ୍ରତି ଜନ୍ମ ବ୍ୟବଧାନରେ ୯୦୦ ରୁ ୧୩୦୦ ଲିଟର ରହିଥାଏ ।
ମେହେଷାନା ମଇଁଷି
ଏହି ମଇଁଷି ମଧ୍ୟ ଗୁଜୁରାଟର ମେହେଷାନା ଜିଲ୍ଲାରେ ଦେଖିବାକୁ ମିଳନ୍ତି l ଏହି ମଇଁଷିର ରଙ୍ଗ କଳା-ବାଦାମୀ ରଙ୍ଗର ଅଟେ । ଏହା ଦେଖିବାକୁ ମୁର୍ରା ମଇଁଷି ପରି, କିନ୍ତୁ ଏହି ମଇଁଷି ଦେଖିବାକୁ ବହୁତ ଶକ୍ତିଶାଳୀ ଅଟନ୍ତି । ଏହାର ଶିଙ୍ଗଗୁଡିକ କମ୍ ବଙ୍କା ଅଟେ । ଯଦି କ୍ଷୀର ଉତ୍ପାଦନ ବିଷୟରେ କହିବା, ତେବେ ହାରାହାରି ପ୍ରତି ଜନ୍ମ ବ୍ୟବଧାନରେ ୧୨୦୦ ରୁ ୧୫୦୦ କିଲୋଗ୍ରାମ କ୍ଷୀର ଦେଇଥାନ୍ତି ।
ଭଦାବରୀ ମଇଁଷି
ଏହି ପ୍ରଜାତିର ମଇଁଷି ଉତ୍ତରପ୍ରଦେଶର ଆଗ୍ରା, ଇଟାୱା ଏବଂ ମଧ୍ୟପ୍ରଦେଶର ଗ୍ଵାଲିୟର ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି l ଏହି ପ୍ରଜାତିର ମଇଁଷିଙ୍କ ମୁଣ୍ଡର ଆକାର ଛୋଟ ହୋଇଥିଲାବେଳେ ଗୋଡର ଆକାର ମଧ୍ୟ ଛୋଟ - ଛୋଟ ହେଇଥାଏ । ଏହି ମଇଁଷିର କ୍ଷୀର ଉତ୍ପାଦନ କ୍ଷମତା ପ୍ରତି ଜନ୍ମର ବ୍ୟବଧାନରେ ୧୨୫୦ ରୁ ୧୩୫୦ କିଲୋଗ୍ରାମ ହୋଇଥାଏ ।