Animal Husbandry

ସଫଳ ପଶୁପାଳନ ପାଇଁ ୫ଟି ପ୍ରମୁଖ ବିଷୟ, ଆପଣ ମନେରଖନ୍ତୁ !!

ପଶୁପାଳନରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପରୀକ୍ଷଣର ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ରଖିବା ଏବଂ ଡାଇରୀ ଫାର୍ମକୁ ସଫଳତା ପୂର୍ବକ ଚଳାଇବାରେ ପ୍ରୟୋଗଶାଳା କେନ୍ଦ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି l

22 September, 2021 5:13 PM IST By: Sugyan Kumar Nayak

ପଶୁପାଳନରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପରୀକ୍ଷଣର ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା  ରଖିବା ଏବଂ ଡାଇରୀ ଫାର୍ମକୁ ସଫଳତା ପୂର୍ବକ ଚଳାଇବାରେ ପ୍ରୟୋଗଶାଳା କେନ୍ଦ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି l ପଶୁ ଏବଂ ମନୁଷ୍ୟମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ରୋଗମାନଙ୍କ ବୃଦ୍ଧିର କାରଣ ଓ ଗୋରୁମାନଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ଜଗିରଖିବା ଏ ସବୁ କାର୍ଯ୍ୟାବଳୀ ମଧ୍ୟରେ ଅନ୍ୟତମ l ଧ୍ୟାନ ଦିଅନ୍ତୁ ଏହି ୫ଟି ବିଷୟରେ ଯାହା ଆପଣଙ୍କ ଡାଇରୀ ଫାର୍ମ ପାଇଁ ଉପଯୋଗୀ ଅଟେ l

୧. ପରଜୀବୀମାନଙ୍କ ଉପସ୍ଥିତିର ସନ୍ଧାନ

ପରଜୀବୀମାନଙ୍କ ଉପସ୍ଥିତିର ସନ୍ଧାନ କରିବା ପାଇଁ ଗାଈ ଗୋବରର ପରୀକ୍ଷଣ l ପ୍ରତ୍ୟେକ ଡାଇରୀ ଫାର୍ମରେ ନିୟମିତ ରୂପରେ ଅଢେଇରୁ ତିନି ମାସ ବ୍ୟବଧାନରେ ଗାଈ ଗୋବରରେ ପରଜୀବୀର ଉପସ୍ଥିତିକୁ ବୈଜ୍ଞାନିକ ପରୀକ୍ଷଣ କରାଯିବା ଉଚିତ । ଶରୀର ଭିତରେ ପରଜୀବୀମାନଙ୍କ ଅବସ୍ଥିତି କେବଳ ଦୁଧିଆଳୀ ପଶୁମାନଙ୍କ ପୋଷଣ ଖାଦ୍ୟରେ ଆସିଥାଆନ୍ତି । ଶରୀର ଭିତରେ ଥିବା ଏହି ପରଜୀବୀ ପଶୁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଓ କ୍ଷୀର ଉତ୍ପାଦନ କ୍ଷମତାକୁ ହ୍ରାସ କରିବାର କାରଣ ହେଇଥାଏ।

୨. ସ୍ତନ ସଂକ୍ରମଣ ପରୀକ୍ଷଣ

ଗୋରୁ ପାଳନରେ ସ୍ତନ ସଂକ୍ରମଣ ଏକ ଅନ୍ୟତମ ରୋଗ ଅଟେ । ଏଥିରେ କ୍ଷୀର ଉତ୍ପାଦନରେ ହ୍ରାସ ହେବା ଅପେକ୍ଷା ଅନ୍ୟ କୌଣସି ଲକ୍ଷଣ ଦେଖା ଦେଇ ନଥାଏ । ଆପଣଙ୍କ ଗାଈମାନଙ୍କ ଠାରେ ଜ୍ୱର କିମ୍ବା ସ୍ତନରେ କୌଣସି ପ୍ରକାରର ସଂକ୍ରମଣ ଦେଖାଯିବନି କିନ୍ତୁ କ୍ଷୀର ଦେବାର କ୍ଷମତା କମିଯିବ । ଏହି ରୋଗର ପରକ୍ଷଣ କରିବା ପାଇଁ ଫାର୍ମରେ ରେଡିମେଡ କିଟ ଏବଂ ରିଏଜେଣ୍ଟ ଦ୍ଵାରା ହେଇଥାଏ ।

୩. ଜଳର ପରୀକ୍ଷଣ

ଗାଈ ମାନେ ପ୍ରତି ଲିଟର କ୍ଷୀର ଉତ୍ପାଦନ ପାଇଁ ୫ ଲିଟର ଜଳ ପିଇଥାଆନ୍ତି । ଜଳର ପରୀକ୍ଷଣ TDS, PH ଏବଂ ଅନ୍ୟ ପ୍ରଦୂଷକ ପାଇଁ କରାଯାଇଥାଏ । ଲୌହ, ମାଙ୍ଗାନିଜ ଓ ହାଇଡ୍ରୋଜେନ ସଲଫାଈଡ ଭଳି ସାମଗ୍ରୀ ଯେପରି ଗୋରୁମାନଙ୍କ ମଧ୍ୟରେ ସମସ୍ଯା ସୃଷ୍ଟି ନକରେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ l ଏହି ପ୍ରଦୂଷକଗୁଡିକ ସ୍ଵାଦ କିମ୍ବା ଗନ୍ଧକୁ ପ୍ରଭାବିତ କରନ୍ତି, ଯାହା ଫଳରେ ଗୋରୁ ପାଣିର ସେବନ କମ କରେ ଓ କ୍ଷୀର ଉତ୍ପାଦନ ମଧ୍ୟ କମ ହୋଇଥାଏ ।

୪. ପଶୁ ଆହାର ଏବଂ ବିଭିନ୍ନ ଚାରାର ପରୀକ୍ଷଣ

ଜଣେ ଗୋରୁପାଳକ ହିସାବରେ ନିଜର ଅମୂଲ୍ୟ ସମ୍ପଦ ପଶୁମାନଙ୍କୁ ଗୁଣବତ୍ତାପୂର୍ଣ୍ଣ ପଶୁ ଆହାର ଏବଂ ଚାରା ଉପଲବ୍ଧ କରାଇବା ଆପଣଙ୍କ ଦାୟିତ୍ୱ ଅଟେ । ଆହାର ଏବଂ ଆହାର ସାମଗ୍ରୀର ଗୁଣବତ୍ତା ପଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଏହା ସିଧା ସଳଖ ଗୋପାଳକମାନଙ୍କର ଲାଭ ବା କ୍ଷତିର କାରଣ ହୋଇଥାଏ ।

୫.ଚିକତ୍ସକଙ୍କ ପରାମର୍ଶ

ନିଜ ଫାର୍ମର ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ରୋଗର ଲକ୍ଷଣ ଓ ସମାଧାନ ଉପରେ ଧ୍ୟାନ ଦେବାକୁ ହେବ। ଏଥି ପାଇଁ ଆପଣଙ୍କୁ ସମସ୍ୟାର ଶୀଘ୍ର ସମାଧାନ ବାହାର କରିବା ପାଇଁ ପଶୁ ଚିକତ୍ସକଙ୍କ ସହ ସମ୍ପର୍କ କରିବାକୁ ହେବ। ପଶୁ ଚିକତ୍ସକଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ନେବାକୁ ହେବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)