ଜୀବନ ଧାରଣ ଲାଗି ୩ ଟି ମୁଖ୍ୟ ଆବଶ୍ୟକତା ମଧ୍ୟରୁ ଖାଦ୍ୟର ସ୍ଥାନପ୍ରଥମ ଏଣୁ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଦ୍ୱାରା ଭାରତ ବର୍ଷର ପ୍ରମୁଖ ଫସଲ ଯଥା ମକ୍କା ,ଗହମ,ଧାନ ଅସୀର ଉତ୍ପାଦନ ବୁଦ୍ଧି ର ଲକ୍ଷ ଧାର୍ଯ୍ୟ କରାଗଲା |ମାତ୍ର ପରବର୍ତୀ ସମୟରେ ଖାଦ୍ୟ ସୁରକ୍ଷାର ପରିଭାଷାରେ ପରିବର୍ତନ ଫଳରେ ଉପଲବ୍ଧତା ବ୍ୟତୀତ ଗୁଣାତ୍ମକ ଓ ପୃଷ୍ଟିକର ଖାଦ୍ୟ ଉପରେ ପ୍ରାଧାନ୍ୟ ଦିଆଗଲା |ଉପରୋକ୍ତ ଦୃଷ୍ଟିରେ ଖାଦ୍ୟ ସୁରକ୍ଷାକୁ ବିଚାର କରାଗଲେ ପ୍ରାଣୀଜଟା ଖାଦ୍ୟ ପଦାର୍ଥରେ ପ୍ରାଧାନ୍ୟ ସଠିକ ଭାବରେ ବୁଝିବାକୁ ପଡିବ | ସାଧାରଣତଃ ଦୈନିକ ଏକ ତୃତୀୟାଂଶ ପୃଷ୍ଟିସାର କେବଳ ପ୍ରାଣୀ ଜାତ ପଦାର୍ଥ ଯଥା ଅଣ୍ଡା,ମାଂସ,ମୋ କ୍ଷୀରରୁ ମଣିଷକୁ ମିଳିଥାଏ |ଦ୍ୱିତୀୟତଃ ସହଜ ସରଳ ଓ କାମ ମୂଲ୍ୟରେ ଉପଲବ୍ଧତାକୁ ବିଚାର କରାଗଲେ ପ୍ରାଣୀଜ ପଦାର୍ଥ ସ୍ଥାନ ସର୍ବଦା ରହିବ |ତେଣୁ ପ୍ରାଣୀ ସମ୍ପଦର ସିଧାସଳଖ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରଭାବ ରହିବ |
ଖାଦ୍ୟ ସୁରକ୍ଷାରେ ପ୍ରାଣୀଜ ପଦାର୍ଥ ର ଆବଶ୍ୟକତା :
ଆମ ଦେଶ ତଥା ରାଜ୍ୟରେ ବିଷମତା ଯୋଗୁଁ ଖାଦ୍ୟ ସୁରକ୍ଷା ଭଳି ଏକ ସର୍ବନିମ୍ନ ଆବଶ୍ୟକତା ଆଜି ପ୍ରଶ୍ନବାଚୀ ହୋଇପଡିଛି |ଏହି ପରିପେକ୍ଷାର କେବଳ ମାତ୍ର ଖାଦ୍ୟ ଯୋଗାଣରେ ଖାଦ୍ୟ ସୁରକ୍ଷା ସମ୍ଭବ ନୁହେଁ | ତେଣୁ ଖାଦ୍ୟ ସୁରକ୍ଷା କହିଲେ ସହଜ ,ସ୍ବଳ୍ପମୂଲ୍ୟ ତଥା ସିଧାସଳଖ ଭୋଜନର ଉପଲବ୍ଧତା କୁ ବୁଝାଏ |
ତେଣୁ ନିମରେ ପ୍ରାଣୀଜଟା ପଦାର୍ଥ ର ଖାଦ୍ୟ ସୁରକ୍ଷାରେ ଆବଶ୍ୟକତା ପ୍ରଦ କାରଗାଲା :
- ଅଳ୍ପ ମୂଲ୍ୟରେ ତଥା ସବୁ ସମୟରେ ଆଞ୍ଚଳିକ ଭାବରେ ଏହା ଉପଲବ୍ଧ ଅଟେ |
- କୌଣସି ପ୍ରକ୍ରିୟାକରଣ ନ କରି ସିଧାସଳଖ ପ୍ରାଣୀଜଟା କ୍ଷୀର ବା ଅଣ୍ଡାକୁ ଭୋଜନ କରାଯାଇପାରିବ |
- ବଜାରରେ ମିଳୁଥିବା ପୃଷ୍ଟିସାର ଜାତୀୟ ଖାଦ୍ୟ ତୁଳନାରେ ଅଳ୍ପଅମୂଲ୍ୟରେ ଗୁଣାତ୍ମକ ପୃଷ୍ଟିସାର ଖାଦ୍ୟ ପଦାର୍ଥରୁ ମିଳିଥାଏ |
- ସମସ୍ତ ବର୍ଗର,ସମସ୍ତ ବୟସର ତଥା ସବୁ ଧର୍ମର ଲୋକମାନେ ଏହାକୁ ଗ୍ରହଣ କରିପାରିବେ |
- ଉତ୍ପାଦନ ସମୟ ଅପେକ୍ଷାକୃତ ଭାବେ କାମ |ଅଣ୍ଡା ବା କ୍ଷୀର ପ୍ରତିଦିନ ମିଳିପାରିବ |
- ବିଜ୍ଞାନୀ ,ଚିକିତ୍ସକ ତଥା ଯୁବକ ମାନଙ୍କର ପ୍ରଥମ ପସନ୍ଦ|
- ଆର୍ଥିକ ତଥା ସାମାଜିକ ସ୍ଥରରେ ପ୍ରାଣୀ ଜାତ ଦ୍ରବ୍ୟ ର ବିକଳ୍ପ ନାହିଁ |
- ବର୍ଷର ସମସ୍ତ ସମୟରେ ଏହା ମିଳିପାରିଛି ମାତ୍ର ଅନ୍ୟାନ୍ୟ ଫସଲ ବର୍ଷରେ ଏକକ ସମୟରେ ହିଁ ମିଳୁଛି |
ପରିଶେଷରେ ଏତିକି କୁହାଯାଇପାରେ ଯେ ଖାଦ୍ୟ ସୁରକ୍ଷାରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ |ସରକାରୀ ବା ବେସରକାରୀ ସ୍ଥରରେ ବିଭିନ୍ନ ଯୋଗାଣବଧା ମଧ୍ୟରେ ଏହି ସବୁ ଦିଗପ୍ରତି ଧ୍ୟାନ ଦିଆଗଲେ ଖାଦ୍ୟାସୁରକ୍ଷା ସହ ଆମ ରାଜ୍ୟ ଅପପୃଷ୍ଟି,ଦାରିଦ୍ର୍ୟତା ,ଗରିବ ତଥା ଶିଶୁ ମୃତ୍ୟୁ ଓ ମାର୍ତ୍ତୃ ମୃତ୍ୟୁହାର ଭଳି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ |