Education

ହେଙ୍ଗୁ ର କରାମତି ..

ଓଡ଼ିଆ ହାଣ୍ଡିଶାଳରେ ବେଶ ପରିଚିତ ହେଙ୍ଗୁ |ଅଧିକ ସ୍ୱାଦ ଏବଂ ଖାଦ୍ୟ ର ବାସ୍ନା ଲାଗି ହେଙ୍ଗୁ ଛୁଙ୍କ କରାଯାଇଥାଏ |ବିଶେଷ କରି ଡାଲି ବା ତଡ଼କା ତିଆରି କଲା ବେଳେ ନିଶ୍ଚିନ୍ତ ତେଲ ରେ ହେଙ୍ଗୁ ଫୁଟା ଯାଇଥାଏ |ଏହା ବ୍ୟତୀତ ସମସ୍ତ ପ୍ରକାର ଆଚାର ଲାଗି ଏହା ଏକ ମୁଖ୍ୟ ଉପାଦାନ |ତେବେ ଏହି ହେଙ୍ଗୁର ରହିଛି ଆପଣଙ୍କ ଶରୀର ପ୍ରତି କିଛି ବିଶେଷ ପ୍ରଭାବ !କଣ ସେ ପ୍ରଭାବ ଜାଣିବା ଲାଗି ଆଗକୁ ପଢନ୍ତୁ ...

12 February, 2019 4:31 PM IST By: KJ Staff
ଓଡ଼ିଆ ହାଣ୍ଡିଶାଳରେ ବେଶ ପରିଚିତ ହେଙ୍ଗୁ |ଅଧିକ ସ୍ୱାଦ ଏବଂ ଖାଦ୍ୟ ର ବାସ୍ନା ଲାଗି ହେଙ୍ଗୁ ଛୁଙ୍କ କରାଯାଇଥାଏ |ବିଶେଷ କରି ଡାଲି ବା ତଡ଼କା ତିଆରି କଲା ବେଳେ ନିଶ୍ଚିନ୍ତ ତେଲ ରେ ହେଙ୍ଗୁ ଫୁଟା ଯାଇଥାଏ |ଏହା ବ୍ୟତୀତ ସମସ୍ତ ପ୍ରକାର ଆଚାର ଲାଗି ଏହା ଏକ ମୁଖ୍ୟ ଉପାଦାନ |ତେବେ ଏହି ହେଙ୍ଗୁର ରହିଛି ଆପଣଙ୍କ ଶରୀର ପ୍ରତି କିଛି ବିଶେଷ ପ୍ରଭାବ !କଣ ସେ ପ୍ରଭାବ ଜାଣିବା ଲାଗି ଆଗକୁ ପଢନ୍ତୁ ... -ହେଙ୍ଗୁ କୁ ଭିଜା ପାଣିରେ ବତୁରାଈ ପୀଇବା ଦ୍ୱାରା ଡ଼ାଇରିଆରୁ ମୁକ୍ତି ମିଳିଥାଏ -ଏହା ଗ୍ୟାସ ଏବଂ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ | -ହେଙ୍ଗୁ ମିଶ୍ରିତ ଗରମ ପାଣି ଗାର୍ଗଳ କରିବା ଦ୍ୱାରା ଦାନ୍ତ ବିନ୍ଧା ରୁ ତୁରନ୍ତ ଆରାମ ମିଳିଥାଏ | -ଏହା ବଦହଜମି ର ପ୍ରାକୃତିକ ଉପଚାର ଭାବେ ବ୍ୟବହାର କରାଯାଏ | -ଶ୍ୱାସ ସମସ୍ୟା ଉପଶମ ରେ ଏହା ବିଶେଷ ଫଳପ୍ରଦ |

-ହେଙ୍ଗୁ ସହ ମହୁ ଓ ଆଦର ମିଶ୍ରଣ ଖାଇବା ଦ୍ୱାରା ହୁପିଙ୍ଗ କଫ ଓ ଶୁଖିଲା କାଶ ତୁ ତୁରନ୍ତ ମୁକ୍ତି ମିଳେ |
-ରକ୍ତ ଶର୍କରା ସ୍ଥର ହ୍ରାସ କରିବାରେ ଏହା ବହୁତ ସାହାଯ୍ୟ କରେ |
-ମଧୁମେହ ରୋଗୀ ଏହାକୁ ଖାଦ୍ୟ ରେ ନିଶ୍ଚିନ୍ତ ବ୍ୟବହାର କରନ୍ତୁ |
-କର୍କଟ ରୋଧି ଗୁଣ ଯୋଗୁଁ ଶରୀରରେ କ୍ୟାନ୍ସର କୋଷିକା ବୃଦ୍ଧି କୁ ରୋକିଥାଏ |
-ଯେକୌଣସି ଚର୍ମ ରୋଗ ରୁ ଏହା ଉପଶମ ଦେଇଥାଏ | ତ୍ୱଚା ରୋଗ ପାଇଁ ଦାୟୀ ବ୍ୟାକ୍ଟେରିଆ ବୃଦ୍ଧି ମଧ୍ୟ ଏହା ହେବାକୁ ଦିଏ ନାହିଁ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)