Education

କୃଷି ବିଭାଗରେ ବାହାରିଲା ୧୯୫ଟି ପଦବୀ, ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା......

। କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ASRB) ପକ୍ଷରୁ ୧୯୫ଟି ପଦ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ସବଜେକ୍ଟ ମ୍ୟାଟର ସ୍ପେଶାଲିଷ୍ଟ ଓ ସିନିୟର ଟେକ୍ନିକାଲ ଅଫିସର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ଦରମା, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଜାଣି ପାରିବେ ।

21 March, 2023 11:39 AM IST By: Priyambada Rana

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ASRB) ପକ୍ଷରୁ ୧୯୫ଟି ପଦ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ସବଜେକ୍ଟ ମ୍ୟାଟର ସ୍ପେଶାଲିଷ୍ଟ ଓ ସିନିୟର ଟେକ୍ନିକାଲ ଅଫିସର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ଦରମା, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଜାଣି ପାରିବେ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ରହିଥିବା ଆବଶ୍ୟକ । ୨୦୨୩ ମସିହା ଏପ୍ରିଲ ମାସ ୧୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଦରକାର । ପ୍ରାର୍ଥୀଙ୍କର ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ମାର୍ଚ୍ଚ ମାସ ୨୨ ତାରିଖରୁ ଏପ୍ରିଲ ମାସ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିବ । ଏପ୍ରିଲ ୨୬ରୁ ୩୦ ମଧ୍ୟରେ ସିବିଟି ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ । ୟୁଆର / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୫୦୦ ଟଙ୍କା ରହିଥିବା ଏସସି / ଏସଟି / ପିଡବ୍ଲ୍ୟୁବିଡି / ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଦେୟ ରଖାଯାଇନାହିଁ । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ ।

ସରକାରୀ ASRB ନିଯୁକ୍ତି ବିଜ୍ଞପ୍ତି ପିଡିଏଫ୍ 14 ମାର୍ଚ୍ଚରେ ଶେଷ ହୋଇଥିବାରୁ ପ୍ରାର୍ଥୀମାନେ ଶୀଘ୍ର ବରିଷ୍ଠ ବୈଷୟିକ ଅଧିକାରୀ (STO) ଏବଂ ବିଷୟ ବସ୍ତୁ ବିଶେଷଜ୍ଞ (SMS) (T-6) ପରି ପଦବୀ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available on 22.03.2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/03/Notification-ASRV-Sr-Scientific-Office-and-Other-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.asrb.org.in/

ରାଜ୍ୟରେ ନିଯୁକ୍ତି ପାଇବେ ୭,୪୮୩ ନର୍ସ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)