Education

ବିଶ୍ଵ ମୃତ୍ତିକା ଦିବସ"ମୃତ୍ତିକା ପ୍ରଦୂଷଣ ର ସମାଧାନ ହୁଅ"

ମୃତ୍ତିକା ଆମ ପରିବେଶର ଏକ ମୁଖ୍ୟ ଅଂଶ ।ମା ପରି ନମନୀୟ ଏହି ମାଟି ଅସଂଖ୍ୟ ବୃକ୍ଷ ,ଲତା,ପଶୁ ପକ୍ଷୀ ବ୍ୟତୀତ ବହୁ ପ୍ରକାର ର ଜୀବାଣୁ ଧାରଣ କରିଥାଏ।ଏହି ପରି ବହୁମୂଲ୍ୟ ସମ୍ପତ୍ତି କୁ ଦୀର୍ଘସ୍ଥାୟୀ କରିବା ନିମନ୍ତେ ଏହାର ରକ୍ଷଣ ଭକ୍ଷଣ ଅନୀର୍ବାର୍ଯ୍ୟ

05 December, 2018 9:26 PM IST By: KJ Staff

ମୃତ୍ତିକା ଆମ ପରିବେଶର ଏକ ମୁଖ୍ୟ ଅଂଶ ।ମା ପରି ନମନୀୟ ଏହି ମାଟି ଅସଂଖ୍ୟ ବୃକ୍ଷ ,ଲତା,ପଶୁ ପକ୍ଷୀ ବ୍ୟତୀତ ବହୁ ପ୍ରକାର ର ଜୀବାଣୁ ଧାରଣ କରିଥାଏ।ଏହି ପରି ବହୁମୂଲ୍ୟ ସମ୍ପତ୍ତି କୁ ଦୀର୍ଘସ୍ଥାୟୀ କରିବା ନିମନ୍ତେ ଏହାର ରକ୍ଷଣ ଭକ୍ଷଣ ଅନୀର୍ବାର୍ଯ୍ୟ ।ତେବେ ମୃତ୍ତିକା ସଂରକ୍ଷଣ ଓ ତାର ସୁରକ୍ଷା କରିବାର ପ୍ରଣ ନେଇ ଆନ୍ତର୍ଜାତୀୟ ମୃତ୍ତିକା ବିଶେଷଜ୍ଞ ସମିତି ୨୦୦୨ ମସିହା ରେ ଡିସେମ୍ବର ୫ କୁ ବିଶ୍ଵ ମୃତ୍ତିକା ଦିବସ ବା " ୱାଲ୍ଡ ସଏଲ ଡେ" ଭାବରେ ପାଳନ କରିବାକୁ ମନସ୍ଥ କରିଥିଲେ।ଏହି ଦିନ ରେ ମୃତ୍ତିକା ଯତ୍ନ ଓ ସଂରକ୍ଷଣ ର ଗୁରୁତ୍ୱପୂର୍ଣ୍ଣ ଦିଗ କୁ କେନ୍ଦ୍ର କରି ପାଳନ କରାଯାଏ ଏବଂ ଜୀବନ୍ତ ମୃତ୍ତିକା ର ମହତ୍ତ୍ଵ ବର୍ଣ୍ଣନା କରାଯାଏ।

ଅନେକ ଦିନ ର ପ୍ରାକୃତିକ ଓ କୃତ୍ରିମ କଷ୍ଟ ଓ ପୀଡ଼ା ସହିଲା ପରେ ମାଟି ମା ଆଜି ମୂର୍ଚ୍ଛା ହୋଇ ପଡ଼ିଛି ,ସେଥି ଉପରେ ଦାଉ ସାଧୁଛି ମଣିଷ ର ଅସଂଖ୍ୟ , ଅଲିଭା ,ପିପାସା ଏବଂ ବଢ଼ିଚାଲିଛି ମୃତ୍ତିକା ର ପ୍ରଦୂଷଣ ।ତେଣୁ ଆଜି ଦିନରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଦ୍ବାରା ମୃତ୍ତିକା ସଂରକ୍ଷଣ ଲାଗି ମନୁଷ୍ୟ ଜାତି କୁ ଆହ୍ବାନ ଦିଆଯାଉଛି।ଏହି ବର୍ଷ ର ସେହିପରି ଏକ ଆହ୍ବାନ,"be the solution to soil pollution" .. ଅର୍ଥାତ୍ "ମୃତ୍ତିକା ପ୍ରଦୂଷଣ ର ସମାଧାନ ହୁଅ"

ବିଶ୍ଵ ର ୩ ଭାଗ ରୁ ୧ ଭାଗ ମାଟି ଆଗରୁ ହି କଳୁଷିତ ହୋଇସାରିଛି।ତେଣୁ ଦେଖିବାକୁ ଗଲେ ମୃତ୍ତିକା ପ୍ରଦୂଷଣ ଏବେ ଆମ ପଡ ତଳ ର ମହତ୍ୱପୂର୍ଣ୍ଣ ସମସ୍ୟା ବୋଲି କହିଲେ ଭୂଲ୍ ହେବା ନାହିଁ।କେଉଁ ସମୟ ରେ ଏହି ସମସ୍ୟା ଜ୍ୱାଳାମୁଖୀ ପରି ଫାଟି ସମଗ୍ର ଯିବ ଜଗତ କୁ ନଷ୍ଟ କରିଦେବେ,ତାହା କେହି କହିପାରିବେ ନାହିଁ।ତେଣୁ ସମାପ୍ତି ର ଆଗମନ ପୂର୍ବରୁ ସଚେତନତା ପରିପ୍ରକାଶ କରିବା ର ପ୍ରୟାସ ରେ ,ଆଜି ର ଦିନ ," ବିଶ୍ଵ ମୃତ୍ତିକା ଦିବସ " ର ପାଳନ କରାଯାଉଛି ।

ଏହି ଅବସରରେ ଭୁବେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ରେ ସମସ୍ତଙ୍କୁ ସଏଲ୍ ହେଲଥ କାର୍ଡ ବଣ୍ଟା ଯାଇଛି ଏବଂ ସେହିପରି ରାଜ୍ୟ ର ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ରେ ମଧ୍ୟ ଆଜି ଦିନକୁ ମାଟି ମା ଲାଗି ଉତ୍ସର୍ଗ କରି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା|

କେ.ବି.କେ ଖୋର୍ଦ୍ଧା ଠାରେ ଏକ ପ୍ରଦର୍ଶନୀ ର ଆୟୋଜନ ହୋଇଥିଲା ଏବଂ ଅନ୍ୟ ପକ୍ଷେ କେ.ବି.କେ ଜଗତସିଂପୁର ଠାରେ ସଏଲ୍ ହେଲଥ କାର୍ଡ ବଣ୍ଟନ ସହ ମାଟି ନମୁନା ପରୀକ୍ଷା ପ୍ରକ୍ରିୟା ର ବର୍ଣନା ଏବଂ ଚାଷୀ ଓ ବୈଜ୍ଞାନିକଙ୍କ ମଧ୍ୟରେ ଆଲୋଚନା ର ସମାରୋହ ମଧ୍ୟ ହୋଇଥିଲା |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)