Education

କଲରା ଆଚାର ଖାଇଛନ୍ତି କି ???

କଲରା ଆଚାର ଖାଇଛନ୍ତି କି ???

22 February, 2019 1:17 PM IST By: KJ Staff

କଲରା ର ପିତା ସ୍ୱାଦ ଲାଗି ଏହା ଅଧିକ ମନ କିଣିପାରି ନାହିଁ |ହେଲେ ପୋଷାକ ତତ୍ୱ ଏବଂ ଓଷଧୀୟ ଗୁଣ ରେ ଭରପୁର ଏହି ପାରିବ ର ପିତା ସ୍ୱାଦ କୁ ଆଡେଇ ଦେଇ ନିଶ୍ଚିନ୍ତ ଭାବେ ଖାଇ ପାରିବେ |ଏଥି ପାଇଁ ଘରେ ତିଆରି କରନ୍ତୁ କଲରା ଆଚାର |

ଏଥି ଲାଗି ଆବଶ୍ୟକ ସାମଗ୍ରୀ :

କଲରା- ୫୦୦ ଗ୍ରାମ

ଜୀରା - ୨ ଚାମଚ

ମେଥି -୨ ଚାମଚ

ପାନମଧୁରୀ - ୪ ଚାମଚ

ସୋରିଷ ବାଟ -୨ ଚାମଚ
ହଳଦୀ ଗୁଣ୍ଡ -୧ ଚାମଚ
ଲଙ୍କା ଗୁଣ୍ଡ -୧ ଚାମଚ
ଲୁଣ - ୩ ଚାମଚ
ଗରମ ମସଲା -୧/୨ ଚାମଚ
ସୋରିଷ ତେଲ -୨୦୦ ମି.ଲି
ଭିନେଗାର ବା ଲେମ୍ବୁ ରସ
ହେଙ୍ଗୁ

ପ୍ରସ୍ତୁତି ପ୍ରଣାଳୀ :

୧) ପ୍ରଥମେ ଭଲ ଆକାର ର କଲରା ଆଣି ତାକୁ ଧୋଇ ସଫା କରନ୍ତୁ |ସେହି କଲରାକୁ ଛୋଟ ଛୋଟ ଗୋଲ ଆକାର ରେ ପିସ କରି କାଟନ୍ତୁ |
୨)ଏଥିରେ ୧ ଚାମଚ ଲୁଣ ପକାଇ କିଛି ସମୟ ଅଲଗା ରକାନ୍ତୁ |ଏହା ଦ୍ୱାରା କଲରା ର ପିତା ଅଂଶ ବାହାରିଆସେ |ଏବେ ଲୁଣ ମିଶା କଲରା କୁ ଗରମ ପାଣି ରେ ୫ ମିନିଟ ଯାଏ ସିଝାନ୍ତୁ|ଏବେ ସେଥିରୁ ଅଧିକ ପାଣି କାଢିଦିଆନ୍ତୁ ଏବଂ ତାକୁ ଖରା ରେ ଶୁଖାଇ ଦିଅନ୍ତୁ |

୩)ଏବେ କଢେଇ ରେ ଗୋଟା ମେଥି ,ଜୀରା ,ପାନମଧୁରୀ ,ହେଙ୍ଗୁ କୁ ଶୁଖିଲା ରେ ଭାଜି ତାକୁ ସୋରିଷ ରେ ସହ ବାଟି ଗୁଣ୍ଡ କରନ୍ତୁ |


୪)କଢେଇ ରେ ପୁଣି ତେଲ ଗରମ କରନ୍ତୁ ,ସେଥିରେ ହେଙ୍ଗୁ ଫୁଟାଇ କଲରା ପିସ ଛାଣନ୍ତୁ |କଲରା ଭାଜି ହେଉଥିଲା ବେଳେ ସେଥିରେ ହଳଦୀ ମିଶାନ୍ତୁ |୪-୫ ମିନିଟ ଭାଜିଲା ପରେ ସେଥିରେ ଗରମ ମସଲା,ଗୁଣ୍ଡ ହୋଇଥିବା ମସଲା,ଲଙ୍କା ଗୁଣ୍ଡ ,ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ |ତେବେ ଏଥିରେ ଶେଷରେ ଭିନେଗାର ବା ଲେମ୍ବୁ ରସ ମିଶାନ୍ତୁ |

୫)ପ୍ରସ୍ତୁତ ହୋଇଗଲା କଲରା ଆଚାର |ଏକ ସଫା କାଚ ବୋତଲ ରେ ଏହାକୁ ପୁରାଇ ରଖନ୍ତୁ |


୬)ଏହାକୁ ୩-୪ ଦିନ ଖରା ରେ ରଖିଲେ ବହୁ ସମୟ ଯାଏ ନଷ୍ଟ ହୁଏ ନାହିଁ |


କେମିତି କରିବେ କଲରା ଚାଷ ...ଜଣାନ୍ତୁ ଏଠାରେ 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)