Education

ବଡ ଦିନ ରେ ଚାଷ !

ବଡ ଦିନ ର ହାର୍ଦିକ ଅଭିନନ୍ଦନ !ଆଜି ର ଦିନ ରେ ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଯୀଶୁ ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ ଜେସୁ ପୃଥିବୀ ରେ ଈଶ୍ୱର ଙ୍କର ସୁପୁତ୍ର ବା "son of god " ଭାବେ ଅବତାରୀଥିଲେ ଏବଂ ମନୁଷ୍ୟ ଜାତି କୁ ସ୍ନେହ ଓ ଭଲପାଇବା ଶିଖାଇଯାଇଥିଲେ|

24 December, 2018 12:15 PM IST By: KJ Staff

ବଡ ଦିନ ର ହାର୍ଦିକ ଅଭିନନ୍ଦନ !ଆଜି ର ଦିନ ରେ ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଯୀଶୁ ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ ଜେସୁ ପୃଥିବୀ ରେ ଈଶ୍ୱର ଙ୍କର ସୁପୁତ୍ର ବା "son of god " ଭାବେ ଅବତାରୀଥିଲେ ଏବଂ ମନୁଷ୍ୟ ଜାତି କୁ ସ୍ନେହ ଓ ଭଲପାଇବା ଶିଖାଇଯାଇଥିଲେ|ତେବେ ଆଜି ର ଦିନ କୁ ବେଶ ଧୁମ ଧାମ ରେ ପାଳନ କରାଯାଏ ଏବଂ କୀଟ -ପତଙ୍ଗ ଠାରୁ ଆରମ୍ଭ କରି ଉଦ୍ଭିଦ ଯାଏ ଈଶ୍ୱର ଙ୍କର ସୃଷ୍ଟି ଜାଣି ସେଇ ଦିନ ଗଛ ଲତା କୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ !

ଆଧ୍ୟାତ୍ମିକ ଓ ସୌନ୍ଦର୍ଯ୍ୟ ର ପ୍ରତୀକ ଏହି ପରି କିଛି ଗଛଙ୍କ ବିଷୟରେ ଆସନ୍ତୁ ଜାଣିବା ..

୧) କ୍ରିଷ୍ଟ ମାସ ଟ୍ରି :ବିଶ୍ଵବ୍ୟାପୀ ସୁନାମ ଅର୍ଜିତ କରିଥିବା ଏହି ଗଛ ପ୍ରକୃତ ରେ ଶୋ ପ୍ଲାଣ୍ଟ ଭାବେ ଘରେ ଲଗାଯାଏ |ସଦା ବସନ୍ତ ଏହି କ୍ରିଷ୍ଟ ମାସ ଟ୍ରି ଶୀତ ଦିନରେ ମଧ୍ୟ ଜୀବିତ ରୁହେ ଏବଂ ଜୀବନରେ କଷ୍ଟ ସହି ଆଗକୁ ବଢିବାର ପ୍ରେରଣା ଦିଏ |ତେଣୁ ୧୫୦୦ -୧୬୦୦ ଶତାବ୍ଦୀ ରୁ ଲୋକେ ବଡ ଦିନରେ ଏହି ଗଛ କୁ ଘରେ ସଜାଇ ଆସୁଛନ୍ତି |

୨) ମିଶେଲ ଟୋ:ଶାନ୍ତି ଓ ହର୍ଷ ର ପ୍ରତୀକ ଏହି ବୃକ୍ଷ ପ୍ରକୃତ ରେ ଏହା ଅର୍ଧ ପରାଶ୍ରୟୀ |ବହୁ ପ୍ରାଚୀନ କାଳରୁ ସୈନ୍ୟ ମାନେ ଏହି ବୃକ୍ଷ ତଳେ ଅସ୍ତ୍ର ରଖି ଅଳ୍ପ ଦିନର ସନ୍ଧି ପ୍ରାଥନା କରୁଥିଲେ ଏବଂ ଆଜି ମଧ୍ୟ ଏହି ଗଛ ଡାଳ କୁ ଘର ଆଗରେ ଟାଙ୍ଗି ଲୋକେ ପରସ୍ପର ଲାଗି ଶାନ୍ତି ଓ ହର୍ଷ ପ୍ରାଥନା କରିଥାନ୍ତି |

୩)ପଏନସିଟିଆ: ଦକ୍ଷିଣ ମେକ୍ସିକୋ ର ଏହି ସୁନ୍ଦର ଗଛ ପ୍ରକୃତ ରେ ବହୁତ ବଡ ଓ ସୁନ୍ଦର ଫୁଲ ଧାରଣ କରୁଥିଲା |ଏହି ଗଛ କୁ ସୁନ୍ଦର ଫୁଲ ଓ ଔଷଧୀୟ ଗୁଣ ଲାଗି ଘରେ ଲଗାଯାଏ |ଏହାର ପ୍ରାଚୀନ ନାମ ଥିଲା " flor de la Noche boena " ଅର୍ଥାତ ବଡ ଦିନ ର ଫୁଲ |

୪)ହୋଲି ଗଛ :ଏହି ଗଛ କୁ ପ୍ରାଚୀନ କାଳ ରୁ ତାର ଫୁଲ ଲାଗି ଘର ସଜାଇବା କାମ ରେ ଲଗା ଯାଏ |ଏହାର ନାଲି ରଙ୍ଗ ର ଫଳ ଜୀବନ ର ସୌନ୍ଦର୍ଯ୍ୟ କୁ ଦର୍ଶାଇଲା ବେଳେ ,ଗାଢ଼ ସବୁଜ ପତ୍ର ଆସନ୍ତା ବସନ୍ତ କୁ ଆହ୍ୱାନ କରେ !ବଡ ଦିନ ର ସୁନ୍ଦରତା କୁ ଦ୍ବିଗୁଣିତ କରିଥାଏ ଏହି ଉଦ୍ଭିଦ |
କେମିତି କରିଲେ ବଡ ଦିନ ର ପାଳନ !ମତାମତ ଏଠାରେ ଲେଖନ୍ତୁ ଏହି ଗଛ କୁ ପ୍ରାଚୀନ କାଳ ରୁ ତାର ଫୁଲ ଲାଗି ଘର ସଜାଇବା କାମ ରେ ଲଗା ଯାଏ |ଏହାର ନାଲି ରଙ୍ଗ ର ଫଳ ଜୀବନ ର ସୌନ୍ଦର୍ଯ୍ୟ କୁ ଦର୍ଶାଇଲା ବେଳେ ,ଗାଢ଼ ସବୁଜ ପତ୍ର ଆସନ୍ତା ବସନ୍ତ କୁ ଆହ୍ୱାନ କରେ !ବଡ ଦିନ ର ସୁନ୍ଦରତା କୁ ଦ୍ବିଗୁଣିତ କରିଥାଏ ଏହି ଉଦ୍ଭିଦ |
କେମିତି କରିଲେ ବଡ ଦିନ ର ପାଳନ !ମତାମତ ଏଠାରେ ଲେଖନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)