Education

ଶସ୍ୟ ସୁରକ୍ଷା ଲାଗି କୋକୁନ

କୋକୁନ ଗୋଟେ ଶସ୍ୟ ସୁରକ୍ଷା ପତ୍ର ବା ବ୍ୟାଗ ଯାହା ଅନରାସାୟନିକ ପ୍ରକ୍ରିୟାରେ ଶସ୍ୟ ବା ବିହନନ କୁ ସୁରକ୍ଷିତ ରଖିଥାଏ |ଏହା ଏକ ପିଭିସି ପ୍ରସ୍ତୁତ ପରି ସଦୃଶ ନମନୀୟ ପାତ୍ର ଯାହା ମଧ୍ୟ କୁ ଅତି ବାଇଗଣୀ ରଶ୍ମି ବା ବାୟୁ ଚଳାଚଳ କରିପାରନ୍ତି ନାହିଁ |

27 November, 2018 6:01 PM IST By: KJ Staff

କୋକୁନ ଗୋଟେ ଶସ୍ୟ ସୁରକ୍ଷା ପତ୍ର ବା ବ୍ୟାଗ ଯାହା ଅନରାସାୟନିକ ପ୍ରକ୍ରିୟାରେ ଶସ୍ୟ ବା ବିହନନ କୁ ସୁରକ୍ଷିତ ରଖିଥାଏ |ଏହା ଏକ ପିଭିସି ପ୍ରସ୍ତୁତ ପରି ସଦୃଶ ନମନୀୟ ପାତ୍ର ଯାହା ମଧ୍ୟ କୁ ଅତି ବାଇଗଣୀ ରଶ୍ମି ବା ବାୟୁ ଚଳାଚଳ କରିପାରନ୍ତି ନାହିଁ |ଉଭୟ ଘର ମଧ୍ୟରେ ବା ବାହାରେ କୃଷି ଓ ଅଣକୃଷିଜଟା ପଦାର୍ଥ କୁ ଶୁଖିଲା ବାସଠାରେ ସାଇତି ରଖିବାର ଆବଶ୍ୟକତା ଅନୁସାରେ କୋକୁନ କୁ ପ୍ରସ୍ତୁତ କରାଯାଇଛି |ଅଳ୍ପ ସମୟରେ ଏହା କୌଣସି ସ୍ଥାନରେ ସ୍ଥାନାନ୍ତରିତ କରାଯାଇପାରିବ |ଆକଳନ ଅନୁସାରେ କୋକୁନ ବ୍ୟବହାର ଦ୍ୱାରା ଅମଳ ପରସଂରକ୍ଷଣରେ ଶସ୍ୟ ନଷ୍ଟ ଶତକଡା ୦.୨୮ ଭାଗ ମଧ୍ୟରେ ହିଁ ରହିଥାଏ|

ଏହାର ଉପାଦେୟତା : ୧) ବିହନ ର ଯିବନି ବା ଗଜା କ୍ଷମତା ରୁଧି କରିଥାଏ|

୨)ଅଣ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଶସ୍ୟ ବା ବିହନକୁ କୀଟ ପୋକ ଠାରୁ ନିରାପଦ ରଖିଥାଏ |

୩)ସଂରକ୍ଷତା ଶସ୍ୟ ପୂର୍ଣ୍ଣାଙ୍ଗ ଦାନା କ୍ଷମତା ବୃଦ୍ଧି ପାଇଥାଏ | ୪)

ଏହା ଦ୍ୱାରା ଅପ୍ଲାଟକ୍ସିନ ଓ ମାଇକୋଟକ୍ସିନ ଅତି ବିଷାକ୍ତ ପ୍ରକ୍ରିୟା ସୃଷ୍ଟିକାରୀ କବକ ସୃଷ୍ଟିକୁ ପ୍ରତିରୋଧ କରିଥାଏ |

୫)ମୂଷା ଆଦି ପ୍ରାଣୀଙ୍କ ଠାରୁ ସୁରକ୍ଷା ଦେଇଥାଏ |

୬)ଏହାର ସ୍ଥାପନ ପାଇଁ କୌଣସି ଭିତିଭୂମିର ଆବଶ୍ୟକତା ହୋଇ ନଥାଏ |

୭)କଣା ହୋଇଗଲେବା ଫାଟିଗଲେ ପୁର୍ନବାର ମରାମତି କରାଯାଏ |

୮)ପ୍ରାୟେ ୧୦ ବର୍ଷ ପର୍ଯ୍ୟନ୍ତ ଭାବଭାବେ କାର୍ଯ୍ୟ କରିଥାଏ | 

 

କୋକୁନ ର କାର୍ଯ୍ୟ ପ୍ରଣାଳୀ

କୋକୁନ ଉଭୟ ଭିତରେ ଥିବା ବିହନ ଓ ବାହାର ତାପମାତ୍ରା ମଧ୍ୟରେ ବାୟୁ ଓ ଜଳୀୟବାଷ୍ପ ଚଳାଚଳକୁ ବାଣ୍ଡ କରିଥାଏ |ଉପଯୁକ୍ତ ଭାବରେ ସିଲ କରିଦିଆଗଲେ ଭିତରେ ଥିବା ଶସ୍ୟ ଓ କୀଟ ଇତ୍ୟାଦିଙ୍କ ସେବନ ଦ୍ୱାରା ଭିତର ଭାଗରେ ଅମ୍ଳଜାନର ପରିମାଣ ଶତକଡା ୨୧ ଭାଗରୁ ୫ ଭାଗକୁ ଖସି ଆସେ ଫଳରେ କୌଣସି କୀଟନାଶକ ବ୍ୟବହାର ବିନା କୀଟ ସଂଖ୍ୟା କି.ଗ୍ରା.ପ୍ରତି ୧ କୁ ଖସି ଆସ ଏବଂ ସିଲ ହେବାର ୧୦ ଦିନ ମଧ୍ୟରେ ଏହି ଅବସ୍ଥା ଆସିଯାଇଥାଏ |ଆହୁରି ମଧ୍ୟ ତାପମାତ୍ରା ସ୍ଥିର ରହିବ ଦ୍ୱାରା ଶସ୍ୟ ଗୁଡିକ ବାରମ୍ବାର ଆଦର-ଶୁସ୍କର ପରିକ୍ରମା ମଧ୍ୟକୁ ଆସନ୍ତି ନାହିଁ |ତେଣୁ ପେଷିବା (ମିଲିଙ୍ଗ ) ସୁନ୍ଦର ଓ ଅକ୍ଷୁର୍ଣ ଧାନ ମିଳିଥାଏ |

କଣ କରିବା କଥା ?

  • ସସ୍ୟକୁ ପ୍ରଥମେ ଭଲଭାବରେ ସଫାକରିବା ଉଚିତ ଓ ଆଦ୍ରତା କମାଇବା ପାଇଁ ଭଲଭାବରେ ଶୁଖାଇବା ଉଚିତ ଯେପରିକି ଶାସ୍ୟରେ ଶତକଡା ୧୨ ଭାଗ ଓ ବିହନରେ ୧୪ ଭାଗ ଆଦ୍ରତା ରହିବ ଏଥିପାଇଁ ଆଦର ମପାମିଟର ବ୍ୟବହାର କରାଯାଇପାରିବ |
  • କୋକୁନ ଟି ପରିସ୍କାର ଓ ଅଖ୍ୟାତ ଅଛି ବୋଲି ନିଶ୍ଚିନ୍ତ ହେବ ବାଞ୍ଚନୀୟ|
    ନିର୍ମାଣର ପ୍ରଣାଳୀ ଅନୁସାରେ କୁନ ଟିକୁ ବନ୍ଦ କରନ୍ତୁ |
  • କୋକୁନ ଟିକୁ କୌଣସି ଚାଟ ତଳେ ରଖନ୍ତୁ |
  • କୋକୁନ ଭିତରେ ଅମ୍ଳଜାନର ପରିମାଣକୁ ମାପିବା ପାଇଁ ଅମ୍ଳଜାନ ମାପ ଯନ୍ତ୍ର ବ୍ୟବହାର କରନ୍ତୁ |

କଣ କରନ୍ତୁ ନାହିଁ ?

  • ବାରମ୍ବାର ଖୋଲନ୍ତୁ ନାହିଁ |ଏହାଦ୍ୱରା ଅମ୍ଳଜାନ ପ୍ରବେଶ କରିଥାଏ ଓ କୀଟ ମାନଙ୍କ ସଂଖ୍ୟା ବ୍ରୁଦ୍ଧି ରେ ସହାୟକ ହୋଇଥାଏ |ଏମିତି ବି କୀଟ ଥାଇ ପାରନ୍ତି ଯାହା ଶସ୍ୟ ଅପେକ୍ଷା ପ୍ଲାସ୍ଟିକରେ ବି ଛିଦ୍ର କରିବାରେ ସକ୍ଷମ |
  • ପ୍ଲାଷ୍ଟିକ ରାଶିକୁ ଭଲଭାବରେ ଟାଣି ରଖନ୍ତୁ ଯାହାଦ୍ୱାରା କୋକୁନଟି ଚାରିପଟୁ ଦୃଶ୍ୟମାନ ହୋଇପାରିବ ଓ ମୂଷା ଆଦି ପ୍ରାଣୀ ନଷ୍ଟ କରିପାରିବେ ନାହିଁ|
  • ଯନ୍ତ୍ରାଂଶ ଓ ସିଗାରେଟ ଇତ୍ୟାଦି କୁ ମଧ୍ୟ କୋକୁନ ଠାରୁ ଦୁରେଇ ଅଖାନ୍ତୁ |ଏହାଦ୍ୱାରା ମଧ୍ୟ କୋକୁନ ରେ ଛିଦ୍ର ହୋଇଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)