Education

ଡ଼ିସେମ୍ବର ମାସର କୃଷି ପଞ୍ଜିକା (ଶସ୍ୟ ଜାତୀୟ ଫସଲ ) ….

ଧାନ ଆମ ରାଜ୍ୟର ମୁଖ୍ୟ ଫସଲ ହୋଇଥିଲା ବେଳେ ଏବେ ଏହାର ଅମଳ ସମୟ ଆସି ପହଞ୍ଚିଛି |ତେବେ ବିହନ ପାଇଁ ଏହାକୁ କାଟିବା ପୂର୍ବରୁ କିଆରୀରୁ ମିସାଧନା ବାଛି ହୃତ ପୃଷ୍ଟ ଓ ନିରୋଗ ଧାନ ସଂଗ୍ରହ କରି ଦାଳୁଆ ଓ ଖରିଫ ଋତୁରେ ବ୍ୟବହାର କରି ଧାନ ଉତ୍ପାଦନରେ ଲାଭବାନ ହୁଅନ୍ତୁ | ବିଶେଷ କରି ଧାନ ଅମଳ ପରେ ୩/୪ ଦିନ ଟାଣ ଖରାରେ ଶୁଖାଇ ଜଳୀୟ ଅଂଶ ୧୨ ଭାଗ ରଖନ୍ତୁ |

19 December, 2018 12:51 PM IST By: KJ Staff

ଧାନ ଆମ ରାଜ୍ୟର ମୁଖ୍ୟ ଫସଲ ହୋଇଥିଲା ବେଳେ ଏବେ ଏହାର ଅମଳ ସମୟ ଆସି ପହଞ୍ଚିଛି |ତେବେ ବିହନ ପାଇଁ ଏହାକୁ କାଟିବା ପୂର୍ବରୁ କିଆରୀରୁ ମିସାଧନା ବାଛି ହୃଷ୍ଟ ପୃଷ୍ଟ ଓ ନିରୋଗ ଧାନ ସଂଗ୍ରହ କରି ଦାଳୁଆ ଓ ଖରିଫ ଋତୁରେ ବ୍ୟବହାର କରି ଧାନ ଉତ୍ପାଦନରେ ଲାଭବାନ ହୁଅନ୍ତୁ | ବିଶେଷ କରି ଧାନ ଅମଳ ପରେ ୩/୪ ଦିନ ଟାଣ ଖରାରେ ଶୁଖାଇ ଜଳୀୟ ଅଂଶ ୧୨ ଭାଗ ରଖନ୍ତୁ |

ଧାନ ଅମଳ ଆଗରୁ ଜାଣି ରଖନ୍ତୁ ଏହି ବିଶେଷ ତତ୍ଵ !
୧) ଧାନ ଫସଲର କେନ୍ଦ୍ରେ ଶତକଡା ୮୫ ଭାଗ ଧାନ ପାଚି ହଳଦିଆ ପଡିଗଲେ କାଟି ଅମଳ କରନ୍ତୁ |


୨)ଅମଳ ହେବାର ୧୦ ଦିନ ପୂର୍ବରୁ କିଆରୀରୁ ପାଣି କାଟି ଜମିକୁ ଶୁଖାଇ ଦିଅନ୍ତୁ |


୩)ଧାନ ଅମଳ ପରେ ୩-୪ ଦିନ ଟାଣ ଖରାରେ ଶୁଖାନ୍ତୁ ଯେପରି ଜଳୀୟ ଅଂଶ ୧୨ ଭାଗ ରହିବା |

୪)ବିହନ ପାଇଁ କାଟିବା ପୂର୍ବରୁ କିଆରୀରୁ ମିଶାଧାନ ବାଛି ହୃଷ୍ଟ ପୃଷ୍ଟ ଓ ନିରୋଗ ଧାନ ସଂଗ୍ରହ କରନ୍ତୁ |


୫)କ୍ରମାନୁୟରେ ୩ ଟି ଋତୁରେ ଚାଷ କରାଯାଉଥିବା ଧାନକୁ ବିହନ ପାଇଁ ରଖନ୍ତୁ ନାହିଁ |


୬)ଯୌଖାଡ଼ି ଓ ସାହାରା ରୋଗାକ୍ରାନ୍ତ ଜମିରୁ ବିହନ ରଖନ୍ତୁ ନାହିଁ |


୭)ଡିସେମ୍ବର ୧୫ ତାରିଖ ପରେ ଦାଳୁଆ ଧାନ ପାଇଁ ହୀରା ,କଳିଙ୍ଗ -୩ ,ପଥର ,ପାରିଜାତ ,ଖଣ୍ଡଗିରି ,ସୁରେନ୍ଦ୍ର ଇତ୍ୟାଦି ସଂଗ୍ରହ କରନ୍ତୁ |ଧାନ କିସମ ହେକ୍ଟର ପ୍ରତି ୭୫ କି.ଗ୍ରା ହିସାବରେ ବିହନ ତଳି ପକାନ୍ତୁ |


୮)ତଳି ପକେଇବା ପୂର୍ବରୁ ବିହନକୁ କି.ଗ୍ରା ପ୍ରତି ୩ ଗ୍ରାମ କ୍ୟାପଟାନ ବା ଥିରାମ ରେ ବିଶୋଧନ କରନ୍ତୁ |


୯)ଧାନ ବିହନକୁ ୨୪ ଘଣ୍ଟା ପାଣିରେ ଭିଜିବା ପରେ ଛାଣି ଗଜା କରି ତଳିଘେରା ରେ ପକାନ୍ତୁ |


୧୦)୧ ହେକ୍ଟର ଜମି ରୋଇବା ପାଇଁ ୧୦୦୦ ବର୍ଗ ମିଟର ଜମିରେ ୫୦ ଝୁଡି ଗୋବର ଖତ ସହ ୧୦:୧୫:୨୦ କି.ଗ୍ରା ଯବକ୍ଷାରଜାନ ,ଫସଫରସ ଓ ପୋଟାସ ସାର ପ୍ରୟୋଗ କରି ତଳି ପକାନ୍ତୁ |

ଯଦି ଏବେ ଗହମ ଲଗେଇବାକୁ ଚାହୁଁଥାନ୍ତି …..

-ଡିସେମ୍ବର ୧୫ ତାରିଖ ସୁଦ୍ଧା ସାଗରିକ ,ଉତ୍କଳିକା ,ଓ ସୋନାଲିକା କିସମ ବିହନ ବୁଣା ଶେଷ କରନ୍ତୁ |


-ଗଛ ଉଠିବା ପର୍ଯ୍ୟନ୍ତ ସିଞ୍ଚା ପାଣି ଦିଅନ୍ତୁ


-ନଭେମ୍ବର ମାସରେ ବୁଣା ହୋଇଥିବା ଗହମ ଗଛ ଉଠିବାର ୧୮ ରୁ ୧୨ ଦିନ ମଧ୍ୟରେ ଶିଖା ଚେର ବାହାରିବା ସମୟରେ

କୋଡାଖୁସା କରି ଘାସଲଟା ବାଛି ହେକ୍ଟର ପ୍ରତି ୪୦ କିଗ୍ରା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ |

-ସାର ପ୍ରୟୋଗ କରିବା ପୂର୍ବରୁ ଜଳସେଚନ କରନ୍ତୁ |ଯେପରି ଜମିରେ ଠିଆପଣି ନରହେ |ଜମିର ବତରକୁ ଚାହିଁ ୧୫ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)