Education

ଡିସେମ୍ବର ମାସ କୃଷି ପଞ୍ଜିକା(ଡାଲି ଜାତୀୟ ଫସଲ ଓ ତୈଳବୀଜ )

୩)ଡାଲିଜାତୀୟ ଫସଲ : -ମୁଗ ,ବିରି ଆଦି ଫସଲରୁ ଘାସଲଟା ସଫା କରି ଆବଶ୍ୟକ ସ୍ଥଳେ ଜଳସେଚନ କରନ୍ତୁ | -ସଅଳକିସମ ହ୍ରଦରେ ପଚି ଯାଇଥିବା ଛୁଇଁ ତୋଳି ଅମଳ କରନ୍ତୁ |ଆଗରୁ ଥରେ ତୋଳା ହୋଇଥିଲେ ଫସଲ କାଟି ଅମଳ କରିଦିଅନ୍ତୁ |

20 December, 2018 12:09 PM IST By: KJ Staff

ଡାଲିଜାତୀୟ ଫସଲ :


-ମୁଗ ,ବିରି ଆଦି ଫସଲରୁ ଘାସଲଟା ସଫା କରି ଆବଶ୍ୟକ ସ୍ଥଳେ ଜଳସେଚନ କରନ୍ତୁ |


-ସଅଳକିସମ ହ୍ରଦରେ ପଚି ଯାଇଥିବା ଛୁଇଁ ତୋଳି ଅମଳ କରନ୍ତୁ |ଆଗରୁ ଥରେ ତୋଳା ହୋଇଥିଲେ ଫସଲ କାଟି ଅମଳ କରିଦିଅନ୍ତୁ |

-ମଧ୍ୟମ କିସମ ହରଡ଼ରେ ଛୁଇଁବିନ୍ଧା ପୋକ ଦେଖାଦେଲେ ଏକର ପ୍ରତି ୪୦୦ ମି.ଲି ଏନ୍ଡୋସଲଫାନ କିମ୍ବା ୮୦୦ ମି.ଲି ନିମ୍ଵଜାତ କୀଟନାଶକ ଔଷଧ କିମ୍ବା ୨୮୦ ଏଲ.ଇ.ଏନ.ପି.ଭି. ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |


ତୈଳବୀଜ

ସୋରିଷ :
-ସଅଳ ବୁଣା ନିପାଣିଆ ସୋରିଷ ଅମଳ କରନ୍ତୁ |
-ଜଳସେଚିତ ସୋରିଷରେ ଗଚ ଉଠିବାର ତିନି ସପ୍ତାହ ମଧ୍ୟରେ କୋଡାଖୁସା କରି ହେକ୍ଟର ପ୍ରତି ୩୦ କି.ଗ୍ରା ଯବକ୍ଷାରଜାନ ସାର ପ୍ରୟୋଗ କରି ଜଳସେଚନ କରନ୍ତୁ |ଅବଶୟସ୍ଥଳ କୋଡାଖୁସା ପରେ ଘାସ ବାଛି ସାର ପ୍ରୟୋଗ କରନ୍ତୁ |
- ପତ୍ର ପାଉଁଶିଆ ରୋଗ ଓ ଧଳା କଳଙ୍କି ରୋଗ ଦେଖାଦେଲେ ୧ ଲିଟର ପାଣିରେ ୪ ଗ୍ରାମ ମାନକୋଜେବ ମିଶାଇ ସିଞ୍ଚନ କରନ୍ତୁ |

 

ସୂର୍ଯ୍ୟମୁଖୀ :
ବିହନ ବୁଣିବାର ୨୫ ରୁ ୩୦ ଦିନ ପରେ ଜମିକୁ କୋଡାଖୁସା କରି ଘାସ ଓ ଅନାବନା ଗଚ ବାଛି ଦିଅନ୍ତୁ |
-ଘାସ ବଚା ପରେ ଉନ୍ନତ କିସମ ଚିନାବାଦାମରେ ୩ କି.ଗ୍ରା ଓ ଶଙ୍କର କିସମର ୬ କି.ଗ୍ରା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ |

ରାଶି :
-ଛୁଇଁ ହଳଦିଆ ପଡି ପାଚିଗଲେ ଅମଳ କରନ୍ତୁ |


ଅଳସୀ:
-ମଞ୍ଜି ପାକଳ ହେଲେ ଅମଳ କରନ୍ତୁ |
-ନିର୍ମୁଳଇ ଥିବା ଜମିରୁ ବିହନ ସଂଗ୍ରହ କରନ୍ତୁ ନାହିଁ |

 

ଚିନାବାଦାମ :
-ଗଜା ହେବାର୩ ସପ୍ତାହ ହୋଇଯାଇଥିଲା ବେଳେ କୋଡାଖୁସା କରି ଘାସଲଟା ବାଛି ଗଛମୂଳକୁ ମାଟି ଟେକି ଦିଅନ୍ତୁ |
-ଏକର ପ୍ରତି ୧୦୦ କି.ଗ୍ରା ଜିପସମ ପ୍ରୟୋଗ କରନ୍ତୁ |
-ଜମିରେ ବତର ଦେଖି ଜଳସେଚନ କରନ୍ତୁ |
-ଚିନାବାଦାମ ଲଗାଇବାର ୩୫ ରୁ ୪୦ ଦିନ ମଧ୍ୟରେ ଗଛରେ ଫୁଲ ଓ ଓହଳା ଆସିଥାଏ |
-ଏହାପରେ ଆଉ କୋଡାଖୁସା କରନ୍ତୁ ନାହିଁ କିମ୍ବା ବିଲରେ ପ୍ରବେଶ କରନ୍ତୁ ନାହିଁ |

 

କପା :
ସକାଳ କାକର ଥିବା ସମୟରେ ବକରାକୁ ତୋଳି ଶୁଖାଇ ସାଇତି ରଖନ୍ତୁ |

 

 

ଆଖୁ :
-ବ୍ରିକସ ୧୮ ଅଙ୍କ ଦେଖିଲେ ଆଖୁ କାଟି ମିଲକୁ ପଠାଇ ପେଡ଼ିବାର ବନ୍ଦୋବସ୍ତ କରନ୍ତୁ |
-କାଟିବା ସମୟରେ ନିରୋଗ ଆଖୁର ଉପର ଏକ ତୃତୀୟାଂଶ ବିହନ ରୂପେ ବ୍ୟବହାର କରନ୍ତୁ |
-ନୂଆ ଆଖୁ ଲଗାଇବା ପାଇଁ ଜମି ପ୍ରସ୍ତୁତ କରି ୧୦ ସେ.ମି ବ୍ୟବଧାନରେ ୪୦ ସେ.ମି ଓସାର ୦ ୧୦ ସେ.ମି ଗଭୀରରେ ନାଲି ପ୍ରସ୍ତୁତ କରନ୍ତୁ |
-ହେକ୍ଟର ପ୍ରତି ୦:୬୦:୬୦ କି.ଗ୍ରା ଏନ .ପି.କେ ସାର ଓ ୧୦ ଟାଣ ଖତ ମିଶାଇ ୪୦,୦୦୦ ଖଣ୍ଡ ବିଶୋଧନ କରି ଲଗାନ୍ତୁ |

 

ଶସ୍ୟ ଜାତୀୟ ଫସଲ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)